June 28, 2026
Home » ଗୋସାଣୀନୂଆଗାଁ ଓ ବିଜିପୁର ମଣ୍ଡଳରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ନୂତନ ରାଶନ କାର୍ଡ ବଣ୍ଟନ

ଗୋସାଣୀନୂଆଗାଁ ଓ ବିଜିପୁର ମଣ୍ଡଳରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ନୂତନ ରାଶନ କାର୍ଡ ବଣ୍ଟନ

0
WhatsApp Image 2026-06-27 at 5.44.07 PM

 

ବ୍ରହ୍ମପୁର; ଗୋସାଣୀନୂଆଗାଁ ଓ ବିଜିପୁର ବିଜେପି ମଣ୍ଡଳର ମିଳିତ ଆନୁକୂଲ୍ୟରେ ବିଜିପୁର ସୁନାରୀବନ୍ଧ ନିକଟସ୍ଥ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଗୁରୁବାର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଅନ୍ତର୍ଗତ ନୂତନ ରାଶନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦଙ୍କ ପ୍ରତିନିଧି ବାଳକୃଷ୍ଣ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ୱାର୍ଡ ନଂ-୨୬ ବିଜେପି ସଭାପତି ରବୀନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଦେଇଥିଲେ ଥିଲେ।ଏହି ଅବସରରେ ବାଳକୃଷ୍ଣ ସାମନ୍ତରାୟ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ରାଜ୍ୟ ସରକାରଙ୍କ ଏକ ଐତିହାସିକ ଓ ଜନକଲ୍ୟାଣମୂଳକ ପଦକ୍ଷେପ। ଏହି ଯୋଜନା ମାଧ୍ୟମରେ ଗରିବ, ନିରାଶ୍ରୟ ଓ ଅସହାୟ ପରିବାରଙ୍କ ଖାଦ୍ୟ ସୁରକ୍ଷା ଅଧିକ ସୁଦୃଢ଼ ହେବା ସହ ସେମାନଙ୍କ ଜୀବନଯାପନରେ ଉଲ୍ଲେଖନୀୟ ସହାୟତା ମିଳିବ। ସେ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ ଯୋଜନାରେ ହିତାଧିକାରୀମାନେ ପୂର୍ବରୁ ମୁଣ୍ଡପିଛା ୫ କିଲୋଗ୍ରାମ ଚାଉଳ ପାଉଥିବାବେଳେ, ରାଜ୍ୟ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ସମ୍ପୂର୍ଣ୍ଣ ମାଗଣାରେ ପ୍ରଦାନ କରାଯାଉଛି। ଫଳରେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ପ୍ରତିମାସରେ ମୋଟ ୧୦ କିଲୋଗ୍ରାମ ଚାଉଳ ପାଇପାରୁଛନ୍ତି।ସହକାରୀ ଯୋଗାଣ ଅଧିକାରୀ ସଞ୍ଜୟ ମଲ୍ଲିକ କହିଥିଲେ ଯେ, ଯୋଜନାର ମୂଳ ଲକ୍ଷ୍ୟ ହେଉଛି ରାଜ୍ୟର କୌଣସି ଯୋଗ୍ୟ ପରିବାର ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ନ ରୁହନ୍ତି। ସେ ହିତାଧିକାରୀମାନଙ୍କୁ ରାଶନ କାର୍ଡର ସଦୁପଯୋଗ କରିବା ସହ କୌଣସି ସମସ୍ୟା ଉପୁଜିଲେ ତୁରନ୍ତ ଯୋଗାଣ ବିଭାଗ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ।ୱାର୍ଡ ନଂ-୨୬ ବିଜେପି ସଭାପତି ରବୀନ୍ଦ୍ର ସାହୁ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଗରିବ ଓ ଅସହାୟ ପରିବାରଙ୍କ ପାଇଁ ଏକ ବରଦାନ ସଦୃଶ। ସରକାରଙ୍କ ଜନହିତକର ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ବିଜେପି ସର୍ବଦା ପ୍ରତିବଦ୍ଧ ବୋଲି ସେ କହିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ୱାର୍ଡ ନଂ-୨୫ କର୍ପୋରେଟର ନରସିଂହ ସେଠୀ, ସମାଜସେବୀ ବଦ୍ରୀ ନାୟକ, କ୍ଷୀରୋଦ କୁମାର ସାହୁ, ଗଣ ସ୍ୱାମୀ, ବିକ୍କି ଆଚାରୀ, ଶିବ ଯାଦବ, ଜଗନ୍ନାଥ ଜେନାଙ୍କ ସମେତ ଦଳର ପଦାଧିକାରୀ, କର୍ମୀ ବହୁ ସଂଖ୍ୟକ ହିତାଧିକାରୀ ଉପସ୍ଥିତ ଥିଲେ। ଶୃଙ୍ଖଳିତ ଓ ସୁପରିଚାଳିତ ପରିବେଶରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

 

narasingh dakua nka report

Leave a Reply

Your email address will not be published. Required fields are marked *