March 13, 2026
Home » ଘଟଗାଁ ତହସିଲରେ ଘୋଟାଲା , ନିଲମ୍ବିତ ହେଲେ ତିନି କର୍ମଚାରୀ

ଘଟଗାଁ ତହସିଲରେ ଘୋଟାଲା , ନିଲମ୍ବିତ ହେଲେ ତିନି କର୍ମଚାରୀ

0
WhatsApp Image 2026-03-12 at 3.10.02 PM (1)

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲରେ କାର୍ଯ୍ୟରତ ତିନି କର୍ମଚାରୀଙ୍କୁ ଜିଲ୍ଳାପାଳ ବିଶାଳ ସିଂ ନିଲମ୍ବିତ କରିଛନ୍ତି।ସେମାନେ ହେଲେ ରାଜସ୍ଵ ନିରୀକ୍ଷକ ଲସିବ ସିଂ ଲାଗୁରି, ଅମିନ ଲୋଚନ କୁମାର ସାମଲ ଓ ମୁଖ୍ୟ କିରାଣୀ ଜ୍ୟୋତିର୍ମୟ ସାହୁ। ତେବେ ଏମାନେ ସମସ୍ତେ ନୀତିନିୟମ ବାହାରେ କାର୍ଯ୍ୟ କରୁଥିଲେ।

ଲୋକମାନେ ସେମାନଙ୍କର କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ଥିଲେ। ତହସିଲଦାର ଚାରୁଲତା ସିଂହ ସବୁକିଛି ଜାଣିବି ଚୁପ୍ ଥିଲେ ଓ ସୁଯୋଗ ଖୋଜୁଥିଲେ। କିଛିଦିନ ତଳେ ରାଜସ୍ୱମନ୍ତ୍ରୀ ଘଟଗାଁ ମା’ ତାରିଣୀ ଦର୍ଶନରେ ଆସିଥିବା ବେଳେ ଲୋକମାନେ ଏ ସଂକ୍ରାନ୍ତରେ କହିଥିଲେ।

ତେଣୁ ମନ୍ତ୍ରୀ ଜିଲ୍ଳାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଶେଷରେ ତିନିଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ତେବେ ସେମାନେ ମଦ୍ୟପାନ କରି କାର୍ଯ୍ୟାଳୟକୁ ଆସିବା,ଠିକ୍ ସମୟରେ ନ ଆସିବା , ବିଶୃଙ୍ଖଳିତ ଆଚରଣ ସୃଷ୍ଟି କରିବାରେ ସମସ୍ତେ ଅତିଷ୍ଠ ହେଉଥିଲେ। ଏ ସଂକ୍ରାନ୍ତରେ ଥାନା ପର୍ଯ୍ୟନ୍ତ ବି କଥା ଯାଇଥିଲା। ଶେଷରେ ତିନିଜଣଙ୍କୁ ନିଲମ୍ବିତ କରାଯାଇଛି।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ )ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *