April 17, 2026
Home » ଶିଆଳ ଆକ୍ରମଣରେ ୮ରୁ ଅଧିକ ଗୁରୁତର

ଶିଆଳ ଆକ୍ରମଣରେ ୮ରୁ ଅଧିକ ଗୁରୁତର

0
WhatsApp Image 2026-03-12 at 3.05.53 PM

 

କେନ୍ଦୁଝର: ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ଗ୍ରାମ ଗୁଡିକରେ ବର୍ତ୍ତମାନ ଶିଆଳ ଆତଙ୍କ ସୃଷ୍ଟି କରୁଛନ୍ତି। ନିଷ୍ଠୁର ଲେକେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବାରୁ ବନ୍ୟଜନ୍ତୁମାନେ ଜଙ୍ଗଲ ଛାଡ଼ି ଜନବସତି ଓ ସହରାଞ୍ଚଳକୁ ପଶି ଆସୁଛନ୍ତି। ଗତ ୫ ତାରିଖ ଠାରୁ ଆଜି ମଧ୍ୟରେ ଶିଆଳ ଆକ୍ରମଣରେ ୮ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ତେବେ ଖବର ନେବାରୁ ଜଣାଯାଏ ଘଟଗାଁ ଉପରଡିହା ପଞ୍ଚାୟତ ଅନ୍ତର୍ଗତ ଦୁଖାବାହାଳି ସାହିର ଶୁକଦେବ ନାୟକ,ସନ୍ତୋଷ ନାୟକ,ବାସୁ ପଲେଇ,ସଞ୍ଜୀତା ବାରିକ, ସୁପାଇ ମୁଣ୍ଡା, କାଞ୍ଚନ ମଲାରଙ୍କୁ ଗତ ୫ ତାରିଖରେ ଶିଆଳ ଆକ୍ରମଣ କରିଥିଲା। ସମସ୍ତେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ। ତେବେ ଗତକାଲି ଢେଙ୍କିକୋଟ ବନାଞ୍ଚଳ ଅନ୍ତର୍ଗତ ଢେଙ୍କିକୋଟ, ନାୟକ ସାହିର ତପୁ ନାୟକ ଓ ଲଙ୍ଗଳକଣ୍ଟି ଗ୍ରାମର ଗୁରୁବାରି ମୁଣ୍ଡାଙ୍କୁ ଶିଆଳ ଆକ୍ରମଣ କରିଥିଲା। ତପୁ ନାଏକ (୩୦) ଗତକାଲି ଅନ୍ୟ ସାଙ୍ଗ ମାନଙ୍କ ସହିତ ନିକଟବର୍ତ୍ତୀ ଏକ ହୁଡ଼ିକୁ ଯାଇ ଭୋଜି କରୁଥିବା ସମୟରେ ଶିଆଳ ଆକ୍ରମଣ କରିଥିଲା। ସେହିପରି ଗୁରୁବାରି ଜାଳେଣି କାଠ ସଂଗ୍ରହକରି ଆସୁଥିବା ବେଳେ ଶିଆଳ ଆକ୍ରମଣ କରିଥିଲା। ଢେଙ୍କିକୋଟ ବନପାଳ ଅକ୍ଷୟ କୁମାର ମହାନ୍ତି ଆହତ ମାନଙ୍କୁ ସାକ୍ଷାତ କରିଛନ୍ତି। ତତ ସହିତ ବନ୍ୟଜନ୍ତୁ ମାନଙ୍କ କବଳରୁ ନିଜକୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି।

କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *