April 27, 2025
Home » ଘରୋଇ ଠିକା ଡାକ୍ତର ଖାନା କର୍ମଚାରୀ ଙ୍କ ଜିଲ୍ଲା ସ୍ତରିୟ ବୈଠକ

ଘରୋଇ ଠିକା ଡାକ୍ତର ଖାନା କର୍ମଚାରୀ ଙ୍କ ଜିଲ୍ଲା ସ୍ତରିୟ ବୈଠକ

0
WhatsApp Image 2024-08-13 at 2.17.17 PM

ନୂଆପଡା ସଦର ବ୍ଲକ ଗୋଡଫୁଲା ପଂଚାୟତ କାଯ୍ୟାଳୟ ପରିସର ରେ ଘରୋଇ ଠିକା ଡାକ୍ତର ଖାନା କର୍ମଚାରୀ ଙ୍କ ଜିଲ୍ଲା ସ୍ତରିୟ ବୈଠକ ଆୟୋଜନ ହୋଇଯାଇଛି,ଏଥିରେ ନୂଆପଡା ଜିଲ୍ଲା ର ସମସ୍ତ ଡାକ୍ତର ଖାନା ର ସିକୁରିଟି ଗାର୍ଡ ଠାରୁ ନେଇ ହାଉସକିପିଂ କର୍ମଚାରୀ,ଏଟେଣ୍ଡେଟ ଘରୋଇ ଠିକା କର୍ମଚାରୀ ମାନେ ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ

,ଜିତେନ୍ଦ୍ର ନାଥ ସାହୁ ଏହି ବୈଠକ ରେ ଅଧ୍ୟକ୍ଷତା କରିଥିବାବେଳେ ସିଆଇଟିୟୁ ର ସାଧାରଣ ସଂପାଦକ ଟୁଲୁ ବାବୁ ଯୋଗ ଦେଇ କର୍ମଚାରୀ ମାନଙ୍କ ହକ ଅଧିକାର ସାମାଜିକ ସୁରକ୍ଷା ଇପିଏଫ ଓ ଇଏସଆଇ ଉପରେ କର୍ମଚାରୀ ମାନଙ୍କୁ ଅବଗତ କରାଇଥିଲେ,ଏହି ବୈଠକ ରେ ଚାରିଗୋଟି ବିଷୟ ଉପରେ ମୁଖ୍ୟତ ଆଳୋଚନା ହୋଇଥିଲା,ଦରମା ଠିକ ସମୟ ରେ ହେଉନାହିଁ,

epf କର୍ମଚାରୀ ମାନଙ୍କୁ ଦିଆଯାଉ ନାହି,esi କାର୍ଡ ଆଜି ପଯ୍ୟନ୍ତ ଦିଆଯାଇ ନାହି,ଓଡିଶା ସରକାର ଙ୍କ ଡେଲି ୱେଜେସ ହିସାବ ରେ ମିଲୁନାହିଁ,ତେଣୁ ଆସନ୍ତା ଦିନ ରେ କିଭଳି ଉପରୋକ୍ତ ଦାବୀ ହାସଲ ହୋଇ ପାରିବ ସେ ଉପରେ ପୁଙ୍ଖାନୁପୁଖଂ ଆଲୋଚନା ହୋଇଥିଲା,ପରିଶେଷ ରେ ସମସ୍ତ କର୍ମଚାରୀ ମାନଙ୍କ ସମ୍ମତି କ୍ରମେ ଜିଲ୍ଲା ଡାକ୍ତରଖାନା କର୍ମଚାରୀ ଏସୋସିଏସନ ନାଁ ରେ ନାମ କରଣ କରାଗଲା,ଏହି ବୈଠକ ରେ ନନ୍ଦ କିଶୋର ସାହୁ,ପଦ୍ମଲୋଚନ ଶବର,ନନ୍ଦ କୁମାର ଡୁଙ୍ଗରି,ଲଲିତ କୁମାର ମାଝି,କେଶବ ଦଲପତି,ଜତିନ୍ଦ୍ର ନାଏକ,କୁଳଦିପ ରାଉତ,ରତନଲାଲ ମାଝି,ମନରଂଜନ ବାରିକ,ମୋହର ରଣା,ଇନ୍ଦ୍ର ମାଝୀ ପ୍ରମୁଖ ଯୋଗ ଦେଇ ନିଜ ନିଜ ମତାମତ ଦେଇଥିଲେ |

Leave a Reply

Your email address will not be published. Required fields are marked *