February 12, 2026
Home » ଘରୋଇ ବସ୍ ମାଲିକ ସଂଘର ବାର୍ଷିକ ଅଧିବେଶନ

ଘରୋଇ ବସ୍ ମାଲିକ ସଂଘର ବାର୍ଷିକ ଅଧିବେଶନ

0
Screenshot 2026-02-12 134921

ପୁରୀ ଟାଉନ ହଲ ଠାରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଜେନା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୁରୀ ବିଧାୟକ ସୁନିଲ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ବୈଠକରେ ଯାତ୍ରୀ ସୁରକ୍ଷା, ଭଡ଼ା ନିର୍ଦ୍ଧାରଣ, ଦୁର୍ଘଟଣା ନିୟନ୍ତ୍ରଣ ଏବଂ ଘରୋଇ ବସ୍ ମାଲିକ ସଂଘର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଅନେକ ଗ୍ରାମାଞ୍ଚଳରେ ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ ଗାଡ଼ି ଚଳାଚଳ ରେ ବହୁ ସମସ୍ୟା ସୃଷ୍ଟି ହେଉଥିବା ନେଇ ପରିବହନ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେହିପରି ବସଷ୍ଟାଣ୍ଡ ନିକଟରେ ଏବଂ ବିଭିନ୍ନ ଢାବାରେ ମଦ ବିକ୍ରି କୁ ସମ୍ପୂର୍ଣ୍ଣ ନିଷେଧ କରିବାକୁ ଘରୋଇ ବସ୍ ମାଲିକ ସଂଘ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାଦ୍ବାରା ମଦ୍ୟପାନ ଜନିତ ଦୁର୍ଘଟଣା ହ୍ରାସ ପାଇବ। ରାଜ୍ୟରେ ବସ୍ ଗୁଡ଼ିକ ପାଇଁ ଆବଶ୍ୟକ ହେଉଥିବା ଫିଟନେସ ବିଭିନ୍ନ ଜିଲ୍ଲାରେ କରିବାର ବ୍ୟବସ୍ଥା ନଥିବାରୁ ବସ୍ ମାଲିକ ମାନେ ବହୁ ହଇରାଣ ହେଉଥିବା ବୈଠକରେ ଆଲୋଚନା ହୋଇଥିଲା।

ଏହି ସମସ୍ୟାର ସମାଧାନ ଶିଘ୍ର କରିବାକୁ ବସ୍ ମାଲିକ ସଂଘ ଦାବି କରିଛନ୍ତି। ଡିଜେଲ ଦର ଅନୁଯାୟୀ ବସ୍ ମାଲିକ ମାନେ କମ୍ ଭଡ଼ା ନେଉଥିବା ବେଳେ ଏହାର ସମୀକ୍ଷା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି। ସମସ୍ତ ବସ୍ ରେ ଯାତ୍ରୀ ଙ୍କ ସୁରକ୍ଷା ପାଇଁ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା ପାଇଁ ସମସ୍ତ ବସ୍ ମାଲିକ ଙ୍କୁ ସଂଘ ପକ୍ଷରୁ କୁହାଯାଇଛି। ସେହିପରି ରାସ୍ତାରେ ଦୁର୍ଘଟଣା ରୋକିବା ପାଇଁ ରାସ୍ତାରେ ବାଲି ପକାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଏବଂ ରାସ୍ତା ମଝିରେ ବେଆଇନ କଟ୍ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଆସନ୍ତାକାଲି ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଥିବା ବେଳେ ଲୋକଙ୍କ ଯାତାୟତରେ ସୁବିଧା ପାଇଁ ବସ୍ ସେବା ଜାରି ରହିବ। ତେବେ ଆନ୍ଦୋଳନକାରୀ ମାନେ ଯାନବାହାନ ଚଳାଚଳ ରୋକନ୍ତି ତେବେ ବସ୍ ର ସୁରକ୍ଷା ପାଇଁ ଯାତ୍ରୀ ସେବା ବନ୍ଦ କରାଯିବ ବୋଲି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ମିଳିଛି।

 

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

 

Leave a Reply

Your email address will not be published. Required fields are marked *