June 16, 2025
Home » ଚଇତି କ୍ରୀଡା -୨୦୨୪ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଚଇତି କ୍ରୀଡା -୨୦୨୪ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
WhatsApp Image 2024-11-28 at 12.38.47 PM

ରାୟଗଡ ଜିଲ୍ଲାର ଲୋକଉତ୍ସବ ଚଇତି -୨୦୨୪ ନିମନ୍ତେ ବିଭିନ୍ନ ଉପାସମିତ ର ବୈଠକ ଗୁଡିକର ପ୍ରସ୍ତୁତି ଓ ସଦସ୍ୟ ଗ୍ରହଣ ଚାଲୁରହିଛି । ଚଇତି କ୍ରୀଡା ଆୟୋଜନ ନିମନ୍ତେ ଆଜି ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ଅଧ୍ୟକ୍ଷତlରେ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l
କମିଟର ଅଧ୍ୟକ୍ଷl ଉପଜିଲ୍ଲାପାଳ , ରାୟଗଡଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ତହସିଲଦାର ରାୟଗଡ, ପ୍ରିୟଦର୍ଶିନୀ,ଜିଲ୍ଲାକ୍ରୀଡା, ଅଧିକାରୀ ଶେଖ ଅlଲେନୁର, ଜିଲ୍ଲାସଂସ୍କୃତି ଅଧିକlରୀ, ଜିଲ୍ଲା ସୂଚନା ଓ ଲକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ,ସୁଶ୍ରୀ ସୁସ୍ମିତା ବାଉରୀ, ଶିକ୍ଷବିତ୍ତ ଡ଼ଃ ଦୁଷ୍ମନ୍ତ କୁମାର ନାୟକ,ଆଇନଜୀବୀ ବ୍ରଜକିଶୋର ନାୟକ,ଜଳନ୍ଧର ପୁଷିକା, ଅମରେନ୍ଦ୍ର ନାଥ,ଜଗଦିଶ ଦୋରା, ଅତିରିକ୍ତ ଜିଲ୍ଲାଶିକ୍ଷା ଅଧିକାରୀ, ଭଜନଲାଲ ମାଝୀ, ସଦାଶିବ ତ୍ରିପାଠୀ, ଆଇଆନଜୀବୀ, ମହିଳା ମହାବିଦ୍ୟାଳୟର ଖେଳ ଶିକ୍ଷକ ରିତାରାଣୀ ମିଶ୍ର, ଶିବନାରାୟଣ ମିଶ୍ର
ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଯୋଗଦାନ କରିଥିଲେ l
ଚଳିତ ବର୍ଷ ଚଇତି କ୍ରୀଡାରେ ମାରାଥନ,ୱାକlଥନ, ଟ୍ରାୟ ସାଇକେଲ ରେସ, କବାଡି, ଭଲିବଲ, ବୋଡି ବିଲଡିଂ, ପାୱାର ଲିଫଟିଙ୍ଗ, ବ୍ୟlଡ଼ମୀଣ୍ଟନ, ସ୍ଲୋସାଇକେଲ ରେସ, ଓ ବାସ୍କେଟ ବୋଲ ପ୍ରତଯୋଗୀତା ଅନୁଷ୍ଠିତ ହେବ । ଚଇତି କ୍ରୀଡା ଆସନ୍ତା ୧୦ ଡିସେମ୍ବରରୁ ଆରମ୍ଭ ହୋଇ ୧୫ଡିସେମ୍ବର ସୁଦ୍ଧା ସରିବ ।

ରାୟଗଡା ଜିଲ୍ଳା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *