ଚର୍ଚ୍ଚା ରେ ସାମନ୍ତରା ପୁର ହନୁମାନ
ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ସାମନ୍ତରା ପୁର ପଂଚାୟତ ଠାରେ ଥିବା ହନୁମାନ ମନ୍ଦିର ପଛ ପଟେ ଏକ ସୂଚନା ଫଳକ କୁ ନେଇ ଚର୍ଚ୍ଚାଜୋର ଧରିଛି, ଏହି ଫଳକ ରେ ହନୁମାନ ମନ୍ଦିର ପରିସର ରେ ଏକ ଗୋଷ୍ଠି କେନ୍ଦ୍ର ନିର୍ମାଣ ବାବଦରେ ୪ଲକ୍ଷ୍ୟ ଟଙ୍କା ବେୟ କରାଯାଇଛି, ହେଲେ ବାସ୍ତବରେ ଗୋଷ୍ଠି କେନ୍ଦ୍ର ର ସ୍ଥିତି ନାହିଁ ଏ ସମ୍ପର୍କ ରେ ତିର୍ତୋଲ ବିଡ଼ିଓ ତପନ କୁମାର ସେନାପତି ଙ୍କୁ ପଚାରିବାରୁ ସେ କହିଲେ ଯେ ଯନ୍ତ୍ରୀଙ୍କ ଠାରୁ ବୁଝନ୍ତୁ ଉକ୍ତ ପଂଚାୟତ ଦାଇତ୍ୱରେ ଥିବା ସହକାରୀ ଯନ୍ତ୍ରୀ କହିଛନ୍ତି ସିଧା ସଳଖ ଧର୍ମ ଅନୁଷ୍ଠାନ କୁ ଅର୍ଥ ମଞ୍ଜୁର ପ୍ରବଧାନ ନଥିବାରୁଗୋଷ୍ଠି କେନ୍ଦ୍ର ନାଁରେ ୪ ଲଖ୍ୟଟଙ୍କା ହନୁମାନ ମନ୍ଦିର ପଛ ପଟେ ଥିବା ପୁରୁଣା ଯଜ୍ଞ ଘରେ ଏହି ଟଙ୍କା ଲଗା ଯାଇଛି, ଓ ସୂଚନା ଫଳକରେ ଗୋଷ୍ଠି କେନ୍ଦ୍ର ଲେଖି ଟଙ୍କା ତକ ଖର୍ଚ୍ଚ କରାଯାଇଛି, ଯଜ୍ଞ ଘରେ 20 ଗୁଣନ 20ରେ ନିନ୍ମ ମାନର ଟାଇଲି ପକାଇ ଓ ରଙ୍ଗ କରା ଯାଇ ୪ ଲଖ୍ୟ ବିଲି ହେଇଥିବା ସୂଚନା ଫଳକ କହୁଛି, ତେବେ ତିର୍ତୋଲ ବ୍ଲକ ସହକାରୀ ଯନ୍ତ୍ରୀ ସୁକାନ୍ତ ବେହେରା କହିଛନ୍ତିସବୁ ବିଲି ହୋଇନି 2ଲକ୍ଷ୍ୟ ୩୦ହଜାର ହେଇଛି ଆଉ ପଛରେ ହେବ, ଏସବକୁ ସିଂହାବ ଲୋକନ କଲେ ତିର୍ତୋଲ ପଂଚାୟତ ସମିତି କରି ଥିବା ଗୋଷ୍ଠି କେନ୍ଦ୍ର ନିର୍ମାଣ କାଯ୍ୟ ଯଂଜ୍ଞ କୁଣ୍ଡରେ ସ୍ୱାହା ହୋଇ ଯାଇଛି l
ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ l