January 1, 2026
Home » ଚାଷୀ ଙ୍କ ଧାନ ପଡ଼ି ରହିଛି ମଣ୍ଡିରେ ରେ, ଚିନ୍ତାରେ ଚାଷୀ

ଚାଷୀ ଙ୍କ ଧାନ ପଡ଼ି ରହିଛି ମଣ୍ଡିରେ ରେ, ଚିନ୍ତାରେ ଚାଷୀ

0
WhatsApp Image 2026-01-01 at 1.53.04 PM

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ହିଲୁଙ୍ଗ ସେବା ସମବାୟ ସମିତି ରେ ଚଳିତ ବର୍ଷ ଘୋର ଅବ୍ୟବସ୍ଥା ଦେଖା ଦେଇଥିବାରୁ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l ନିଜ ନିଜ ଅମଳ ଧାନ ବିକ୍ରି ନେଇ ଚାଷୀ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଫଳରେ ଚାଷୀଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଆଜିକୁ ପ୍ରାୟ 22/23 ଦିନ ହେବ ଧାନ କ୍ରୟ ପ୍ରକ୍ରିୟା ସୁବର୍ଣ୍ଣପୁର ଜିଲ୍ଲାରେ ଆରମ୍ଭ ହୋଇଯାଇଛି। କିନ୍ତୁ ବିଡମ୍ବନା ର କଥା ଏହି ପେକ୍ସ ରେ 12 ଗୋଟି ଧାନ ମିଲ ଧାନ କ୍ରୟ ପ୍ରକିୟା ରେ ଅଂଶଗ୍ରହଣ କରିଥିଲେ ସୁଦ୍ଧା ମାତ୍ର ଆଜି ଯାଏଁ 132 ଜଣଙ୍କ ଚାଷୀ ର 6695 କ୍ଵିଣ୍ଟାଲ ଧାନ କ୍ରୟ ହୋଇଛି। ଏପଟେ ଚାଷୀଙ୍କ ପ୍ରଥମ ଟୋକନ ବିକ୍ରି ସାରିଥିବା ବେଳେ ଦ୍ଵିତୀୟ ଟୋକନ ଆସିବ କି ନାହିଁ ବୋଲି ଚିନ୍ତା ରେ ଚାଷୀ l ମଣ୍ଡି ରେ ପ୍ରାୟ 20000 ହଜାର ପ୍ୟାକେଟ ଧାନ ପଡ଼ି ରହିଛି। ହେଲେ ଦିନକୁ ଗୋଟେ ମଧ୍ୟ ଗାଡ଼ି ଆସୁନାହିଁ ବୋଲି ଦୁଃଖ ବ୍ୟକ୍ତ କରୁଛନ୍ତି ଚାଷୀ । ସରକାରୀ ଅଧିକାରୀ ଯୋଗାଣ ନିରୀକ୍ଷକ ଶ୍ରୀ କ୍ଷୀରୋଦ କୁମାର ଧଳକୁ ଛାଡ଼ିଦେଲେ ଆଉ କେହି ମଣ୍ଡି କୁ ଆସୁନଥିବା ଅଭିଯୋଗ। ଅନ୍ୟପଟେ ପାଣିପାଗ ବିଭାଗ ର ସୂଚନା ଲଘୁଚାପ ଜନିତ ସମସ୍ୟା ମଧ୍ୟ ସମସ୍ତଙ୍କ ମନରେ ଭୟ ଭରି ଦେଉଛି। ଅଧିକ ରୁ ଅଧିକ ମାତ୍ରାରେ ଗାଡ଼ି ଆସିଲେ ଚାଷୀଙ୍କ ଧାନ ସୁରୁଖୁରୁରେ ବିକ୍ରି ହେଇପାରିବ ବୋଲି ସୂଚନା ଦେଇଛନ୍ତି ପେକ୍ସ୍ ସଭାପତି ଯୋଗୀନ୍ଦ୍ର ମିର୍ଦ୍ଧା ଏବଂ ସମ୍ପାଦକ ହାରାଧନ ବେହେରା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *