August 22, 2026
Home » ନବବର୍ଷ ଉପଲକ୍ଷେ ଆଧ୍ୟାତ୍ମିକ ଆଲୋଚନା ଚକ୍ର

ନବବର୍ଷ ଉପଲକ୍ଷେ ଆଧ୍ୟାତ୍ମିକ ଆଲୋଚନା ଚକ୍ର

0
WhatsApp Image 2025-12-31 at 8.15.40 PM

ଭୁବନେଶ୍ବର :- ଗତାୟୁ ବର୍ଷକୁ ବିଦାୟ ତଥା ନବବର୍ଷକୁ ସ୍ଵାଗତ କରିବା ଅବସରରେ ପୋଖରୀପୁଟ ଅନନ୍ତ ବିହାର ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ପରିସରରେ ରାଜ ଯୋଗିନୀ ବ୍ରହ୍ମାକୁମାରୀ ଗୀତା ଭଉଣୀଙ୍କ ଅଧ୍ୟକ୍ଷତାରେ ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଶାଖା ସଂଚାଳିକା ବ୍ରହ୍ମା କୁମାରୀ ଅର୍ପିତା ପ୍ରାରମ୍ଭିକ ଭାଷଣ ସହିତ ନବବର୍ଷକୁ ସ୍ଵାଗତ କରିଥିଲେ l ବ୍ରହ୍ମା କୁମାରୀ ରୁବୀ ସଭା ପରିଚାଳନା କରିବା ସହିତ ନୃତ୍ୟ ସଙ୍ଗୀତର ଆୟୋଜନ କରିଥିଲେ l କୁନି ନୃତ୍ୟଶିଳ୍ପୀ ଆର୍ଯ୍ୟା ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ l ଭଉଣୀ ଗୀତା ସଂସ୍କାରିତ ସମାଜ ଗଠନରେ ସତ୍କର୍ମ, ଆଧ୍ୟାତ୍ମିକ ବିଶ୍ୱାସ, ସଦ୍ଭାବନା,ଆତ୍ମ ସମୀକ୍ଷାର ଆବଶ୍ୟକତା ଉପରେ ବିଷଦ ଆଲୋଚନା କରିଥିଲେ l

ବ୍ରହ୍ମା କୁମାର ଡାକ୍ତର ଦେବ କୁମାର ପ୍ରଜାପିତା ବ୍ରହ୍ମା ବାବାଙ୍କ ଅଲୌକିକତା ଓ ଆଧ୍ୟାତ୍ମିକ ଅବଦାନ ସମ୍ପର୍କରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ନିର୍ମଳ ଚନ୍ଦ୍ର ସାମଲ , ବିଶିଷ୍ଟ କବି ମାନଗୋବିନ୍ଦ ବାରିକ୍ , ଅଧ୍ୟାପକ ମହେନ୍ଦ୍ର କୁମାର ଜେନା, ଭାବାନୀ ପ୍ରସାଦ ପଟ୍ଟନାୟକ,ବି.କେ. କୁମାରୀ ମାତା, ସୁଷମା, ଅନୁସୂୟା, ସରୋଜ, ଆଦି ନାରାୟଣ, କୃଷ୍ଣ ପ୍ରସାଦ, ପଞ୍ଚାନନ ପ୍ରମୂଖ ବହୁ ଆଧ୍ୟାତ୍ମିକ ପ୍ରେମୀ ଭାଇ ଭଉଣୀ ଯୋଗ ଦେଇଥିଲେ l ଶେଷରେ ବି.କେ. ସିନୁ ଭାଇ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।