April 27, 2025
Home » ଚିତ୍ରକୋଣ୍ଡା ବନ ରେଞ୍ଜ ଅଧିକାରୀଙ୍କ ଫାନ୍ଦରେ ଫସିଲେ କଇଁଛ ଚୋରା ଚାଲାଣକାରୀ

ଚିତ୍ରକୋଣ୍ଡା ବନ ରେଞ୍ଜ ଅଧିକାରୀଙ୍କ ଫାନ୍ଦରେ ଫସିଲେ କଇଁଛ ଚୋରା ଚାଲାଣକାରୀ

0
WhatsApp Image 2024-10-01 at 1.05.53 AM

 

୪୮୯ କଇଁଛ , ପିକଆପ ଭେନ ଜବତ ସହ ଦୁଇ ଜଣ ଗିରଫ ହୋଇ କୋର୍ଟ ଚାଲାଣ

ମାଲକାନଗିରି ଜିଲ୍ଲାରେ ପୁଣି କଇଁଚ ଚୋରା ଚାଲାଣ ସମୟରେ ୯୩୪ କିଲୋଗ୍ରାମ ଓଜନ ବିଶିଷ୍ଟ ୪୮୯ କଇଁଛ ସହ ପିକଆପ ଭେନ ଜବତ ସହ ଦୁଇ ଜଣ ଗିରଫ କରି କୋର୍ଟ ଚାଲାଣ କରିଛି ମାଲକାନଗିରି ବନ ବିଭାଗ।
ମିଳିଥିବା ସୂଚନା ମୁତାବକ ଚିତ୍ରକୋଣ୍ଡା ରାସ୍ତା ଦେଇ କଇଁଛ ଚୋରା ଚାଲାଣ ହେଉଥିବା ନେଇ ଚିତ୍ରକୋଣ୍ଡା ବନ ବିଭାଗ ପୂର୍ବରୁ ଖବର ପାଇଥିଲା । ଏହା ପରେ ଚିତ୍ରକୋଣ୍ଡା ସୀମାନ୍ତ ଆନ୍ଧ୍ରପ୍ରଦେଶ ରାଜୁଲକୋଣ୍ଡା ଗ୍ରାମ ନିକଟରେ ଚିତ୍ରକୋଣ୍ଡା ରେଞ୍ଜର ବଳରାମ ନାୟକ ଓ  ଫରେଷ୍ଟର ନିରଞ୍ଜନ ସାରକାଙ୍କ ନେତୃତ୍ୱରେ ସୋମବାର ସକାଳେ ବନ ବିଭାଗୀୟ କର୍ମଚାରୀ ପେଟ୍ରୋଲିଂ ସହ ବିଭିନ୍ନ ଗାଡି ଯାଞ୍ଚ ପ୍ରକ୍ରିୟା ଜାରୀ ରଖିଥିବା ସମୟରେ ଏକ ପିକଅପ ଭ୍ୟାନ(ଏପି ୩୯ ଏନଏସ ୧୫୬୬) ଦ୍ରୁତଗତିରେ ଆସୁଥିବା ଦେଖି ଉକ୍ତ ଗାଡିକୁ ଅଟକାଇ ଯାଞ୍ଚ କରିବା ସମୟରେ ଅଖା ବସ୍ତାରେ କଇଁଛ ବୋଝେଇ ହୋଇ ରହିଥିବା ଦେଖିବାକୁ ପାଇଥିଲେ । ଉକ୍ତ କଇଁଚ ବସ୍ତା ଦୁଇଟି ଜବତ କରିବା ସହ ଏମ୍‌.ଭି.୯୬ ଗ୍ରାମ ନିବାସୀ ସଞ୍ଜୀବ ବେପାରି, ପ୍ରଶ୍ନଜିତ ଗରାମି ନାମକ ଏହି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ । ହେଲେ ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍‌.ଭି. ୭୨, ଏମ୍‌.ଭି. ୮୮ଭଳି ବିଭିନ୍ନ ସ୍ଥାନରେ ଖୁଚୁରାରେ ବିକ୍ରି କରିବା ଉଦ୍ଦେଶ୍ୟରେ ନେଉଥିବା ଗିରଫ ଦୁଇ ଅଭିଯୁକ୍ତ ସ୍ବୀକାର କରିଥିଲେ ।
ପ୍ରକାଶ ଥାଉ କି ଯେ ଚଳିତ ମାସ ୪ ସେପ୍ଟେମ୍ବର ବୁଧବାର ଓଡିଶାର ମାଲକାନଗିରି ଜିଲ୍ଲାରେ ଜଙ୍ଗଲ ବିଭାଗର କର୍ମଚାରୀମାନେ ଆନ୍ଧ୍ରରୁ ଓଡିଶା ଚର ଚାଲାଣ ସମୟରେ ୫୦୦ କଇଁଛ ଓ ଦୁଇଟି ପିକଆପ ଭ୍ୟାନ୍ ଜବତ କରିବା ସହ ଚାରିଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *