March 10, 2026
Home » ଚିରିକିପଡା ଶାସନ ପଞ୍ଚାୟତ ସ୍ତରୀୟ ଦ୍ବିତୀୟ ପର୍ଯ୍ୟାୟ ମିଳିତ ଜନଶୁଣାଣି

ଚିରିକିପଡା ଶାସନ ପଞ୍ଚାୟତ ସ୍ତରୀୟ ଦ୍ବିତୀୟ ପର୍ଯ୍ୟାୟ ମିଳିତ ଜନଶୁଣାଣି

0
WhatsApp Image 2026-03-09 at 7.02.46 PM (1)

୨୫ ଅଭିଯୋଗରୁ ୧୫ ଟିର ତତ୍କାଳ ସମାଧାନ

ପୋଲସରା : ପୋଲସରା ବ୍ଲକ ଚିରିକିପଡା ଶାସନ ପଞ୍ଚାୟତରେ ସୋମବାର ପଞ୍ଚାୟତ ସ୍ତରୀୟ ଦ୍ବିତୀୟ ପର୍ଯ୍ୟାୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲସରା ତହସିଲଦାର ଦ୍ବିପ୍ତିମୟୀ ପାତ୍ର ଓ ଏବିଡ଼ିଓ ସୋନମ୍ ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଚିରିକିପଡା ଶାସନ ପଞ୍ଚାୟତର ଚିରିକିପଡା ଶାସନ, ନରସିଂହ ପଲ୍ଲୀ ଓ ବିରିପୁର ଗ୍ରାମର ଜନସାଧାରଣଙ୍କ ଅଭିଯୋଗ ପଞ୍ଜିକରଣ କରିଥିଲେ । ଏଥିରେ ମୋଟ ୨୫ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା । ସେଥିମଧ୍ୟରୁ ୧୫ ଟି ଅଭିଯୋଗର ତତ୍କାଳ ସମାଧାନ ହୋଇଥିଲା । ୧୪ ଜଣଙ୍କୁ ଭତ୍ତା ଓ ଏକ ଏସ୍ ଏଚ ଜି ଗୃପକୁ ଲୋନ୍ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଭଗବାନ ସାହୁ, ସିଡ଼ିପିଓ ତିଳୋତ୍ତମା ରାଉତ,ଡ଼ଃ କମଳ ଲୋଚନ ଦାସ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସ୍ଵରୁପ ତ୍ରୀପାଠୀ, ବ୍ଳକ ଯନ୍ତ୍ରୀ ଶରତ ଚନ୍ଦ୍ର ମଲ୍ଲ, କୃଷି ଅଧିକାରୀ ଗଣେଶ୍ୱର ସାହୁ,ବିଭିଓ ଡଃ ଭକ୍ତଚରଣ ଦଳାଇ,ଫିସରୀ ପ୍ରିୟବ୍ରତ ଦାସ, ବରିଷ୍ଠ ରାଜସ୍ବ ସହାୟକ ଗିରିଜା ଶଙ୍କର ମିଶ୍ର,ବନପାଳ କାର୍ତ୍ତିକ ସାହୁ ସମେତ ବିଭିନ ବିଭାଗର କର୍ମଚାରୀ ଜନଶୁଣାଣୀରେ ଯୋଗଦେଇଥିଲେ । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ଜନଶୁଣାଣୀ ଅଧିକାରୀଣୀ ଲିପ୍ସା ରାଣୀ ଭଞ୍ଜ, ଏଡିଓ ବସନ୍ତ ବରଡ ସମେତ ଅଙ୍ଗନବାଡ଼ି କର୍ମୀ,ସିଆରପି ,ଏମବିକେ ବ୍ଳକ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *