September 7, 2024
Home » ଛାତ୍ରୀ ଙ୍କ ମୃତ୍ୟୁ, ସନ୍ଧେହ ରେ ସ୍କୁଲ ପ୍ରଧାନ ଶିକ୍ଷକ l

ଛାତ୍ରୀ ଙ୍କ ମୃତ୍ୟୁ, ସନ୍ଧେହ ରେ ସ୍କୁଲ ପ୍ରଧାନ ଶିକ୍ଷକ l

0

ଆଶ୍ରମ ସ୍କୁଲରେ ପଢୁଥିବା ଆଦିବାସୀ ଛାତ୍ରୀର ମୃତ୍ୟୁ ନେଇ ପ୍ରବଳ ଉତ୍ତେଜନା। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ନ୍ୟାୟ ଚାହିଁଛନ୍ତି ପରିବାର ଲୋକେ। କେନ୍ଦୁଝର,ତା,୧୩/୮- କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡର ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ନୂଆମାଳିଆ ଆଶ୍ରମ ସ୍କୁଲକୁ ଏକ ଛାତ୍ରୀର ଅସ୍ୱାଭାବିକ ମୃତ୍ୟୁ ନେଇ ଗ୍ରାମବାସୀ ଘେରାଉ କରିଥିଲେ। ସୂଚନା ମିଳିଛି କି ଏହି ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରୀ ମାଇନ ହୋ ମୃତ୍ୟୁ ବରଣ କରିଥିବାରୁ ଗାଁ ଲୋକେ ସନ୍ଦେହ କରି ପ୍ରତିବାଦ କରି ପ୍ରଧାନ ଶିକ୍ଷକଙ୍କୁ ଗିରଫଦାରୀ ଚାହିଁ ଥିଲେ। ଠାକୁରମୁଣ୍ଡା ଥାନା ଅଞ୍ଚଳର ସାରବିଲ ଗ୍ରାମର ନନ୍ଦିଆ ହୋଙ୍କ ଝିଅ ମାଇନ ମାମୁଁ ଘର ନୂଆମାଳିଆ ଗ୍ରାମରେ ଥିବା ଏହି ଆଶ୍ରମ ସ୍କୁଲରେ ପାଠ ପଢୁଥିଲା। ମାମୁଁ ନବଘନ ମୁଣ୍ଡା ତା’ର ଲୋକାଲ ଗାର୍ଡିଆନ୍ ଥିଲେ। ଗତ ୧୦ ତାରିଖରେ ମାଇନ ଅସୁସ୍ଥ ହେବାରୁ ତା’କୁ ନିକଟସ୍ଥ ଯାଜପୁର ଜିଲ୍ଲାର ଦାନଗଦି ଡ଼ାକ୍ତରଖାନାରେ ସ୍କୁଲ ତରଫରୁ ଭର୍ତ୍ତି କରା ଯାଇଥିଲା। ପରେ କଟକ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରା ଯାଇଥିଲା ବୋଲି ଜଣା ଯାଇଛି। ୧୧ ତାରିଖ ଦିନ ଘରବାଲାଙ୍କୁ ସ୍କୁଲ ପକ୍ଷରୁ ଖବର ଦେବାରୁ ସେମାନେ ଆସି ଝିଅକୁ ଠାକୁରମୁଣ୍ଡା ନେଇ ଯାଇଥିଲେ। ସେଠାରେ କିନ୍ତୁ ଝିଅ ପୁଣି ଅସୁସ୍ଥ ହୋଇ ପଡ଼ିବାରୁ ଠାକୁରମୁଣ୍ଡା ଡାକ୍ତରଖାନାକୁ ନିଆ ଯାଇଥିଲା। ହେଲେ ସେଠାରେ ଡାକ୍ତର ମାଇନକୁ ମୃତ ଘୋଷଣା କରିଥିଲେ। ଏହି ଖବର ନୂଆମାଳିଆ ଗ୍ରାମରେ ପହଞ୍ଚିବାରୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀ ଏକଜୁଟ ହୋଇ ନ୍ୟାୟ ଲାଗି ପରିବାର ସହ ସ୍କୁଲ ଘେରାଉ କରିଥିଲେ। ସେମାନଙ୍କ କହିବା କଥା କିଛି ଦିନ ଆଗରୁ ସ୍କୁଲରେ ଖାଇବା ବେଳେ ନିମ୍ନ ମାନର ଖାଦ୍ୟ ଦେବା ବେଳେ ମାଇନ ଏକ ଭିଡ଼ିଓ ଉତ୍ତୋଳନ କରିଥିଲା। ଯାହା ଭାଇରାଲ ହେବାରୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଝଟକା ଲାଗିଥିଲା। ତେଣୁ ଷଡ଼ଯନ୍ତ୍ର କରି ଝିଅକୁ ମାରି ଦିଆ ଯାଇଛି ବୋଲି ଆଦିବାସୀ ଲୋକେ କହି ନ୍ୟାୟ ଚାହିଁଛନ୍ତି। ତେବେ ରାମଚନ୍ଦ୍ରପୁର ଥାନା ପୋଲିସ ପକ୍ଷରୁ ଲୋକଙ୍କୁ ବୁଝା ଯାଇଛି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନ୍ୟାୟ ପ୍ରଦାନ କରନ୍ତୁ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରି ଦଣ୍ଡିତ କରିବାକୁ ସେମାନେ ଦାବି ରଖିଛନ୍ତି। ଦେଖିବାକୁ ବାକି ରହିଲା ଏହି ଘଟଣାର ରହସ୍ୟ କିପରି ଉନ୍ମୋଚିତ ହେଉଛି ଝିଅକୁ କିପରି ନ୍ୟାୟ ମିଳୁଛି।

କେନ୍ଦୁଝର ରୁ ଓ ଭି ରଞ୍ଜନା ଙ୍କ ରିପୋର୍ଟ l ଇପିଏ (ଇଷ୍ଟର୍ଣ ପ୍ରେସ )

Leave a Reply

Your email address will not be published. Required fields are marked *