June 2, 2026
Home » ଜନଶୁଣାଣୀ ଶିବିରରେ ଯୋଗଦେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ଯତ୍ନକାରୀ

ଜନଶୁଣାଣୀ ଶିବିରରେ ଯୋଗଦେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କ ଯତ୍ନକାରୀ

0
WhatsApp Image 2026-06-01 at 6.23.16 PM

‎ସୁବର୍ଣ୍ଣପୁର: ‎ତରଭା ବ୍ଲକର ବାଲିଖମାର ଗ୍ରାମପଞ୍ଚାୟତରେ ଆୟୋଜିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ମାନସିକ ରୋଗୀ ମାନଙ୍କର ଯତ୍ନକାରୀ ଓ ପରିବାର ସଦସ୍ୟମାନେ ଯୋଗଦେଇ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ‎ଦାବିପତ୍ରରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ରେ ସ୍ଥାୟୀ ମନୋରୋଗ ବିଶେଷଜ୍ଞ ନିଯୁକ୍ତି, ତରଭା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରତି ମାସରେ ଅତି କମରେ ଥରେ ମନୋରୋଗ ବିଶେଷଜ୍ଞଙ୍କ ଓପିଡି ପରିଚାଳନା ଏବଂ ସମସ୍ତ ଆବଶ୍ୟକ ମନୋରୋଗ ଔଷଧର ନିୟମିତ ଉପଲବ୍ଧତା ଦାବି କରାଯାଇଥିଲା l ଯତ୍ନକାରୀମାନେ ଉଲ୍ଲେଖ କରିଥିଲେ ଯେ ତରଭା ବ୍ଲକରେ ୫୦୦ରୁ ଅଧିକ ମାନସିକ ରୋଗୀ ରହିଥିବା ପ୍ରତ୍ୟେକ ମାନସିକ ସ୍ୱାସ୍ଥ୍ୟ ଓପିଡୀ ରେ ୧୦୦ରୁ ଅଧିକ ରୋଗୀ ଚିକିତ୍ସା ଓ ଔଷଧ ପାଇଁ ଆସୁଛନ୍ତି। ଏହାଛଡ଼ା ଅନେକ ରୋଗୀଙ୍କୁ ବଲାଙ୍ଗୀର ଏବଂ ବିଭିନ୍ନ ବେସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରିବାକୁ ପଡୁଛି। ତେଣୁ ଜିଲ୍ଲାରେ ମାନସିକ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଥିଲେ। ଦାବିପତ୍ର ସମୟରେ ମାନସିକ ରୋଗୀ ମାନଙ୍କର ଯତ୍ନକାରୀ ଓ ପରିବାର ସଦସ୍ୟମାନଙ୍କ ସହ ଧନୁର୍ଦ୍ଧର ନାଏକ, ମିତ୍ରଭାନୁ ମଲ୍ଲିକ, ଗୁଣନିଧି ମାଝୀ, ସୁମିତ୍ରା ମାଝୀ, ମମତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *