May 15, 2025
Home » ଜବାହରଲାଲ ନେହେରୁ ଟ୍ରଷ୍ଟକୁ ପାରାଦୀପ ପୌରପାଳିକା ପକ୍ଷରୁ ସ୍ୱଚ୍ଛତା ପୁରସ୍କାର ପ୍ରଦାନ।

ଜବାହରଲାଲ ନେହେରୁ ଟ୍ରଷ୍ଟକୁ ପାରାଦୀପ ପୌରପାଳିକା ପକ୍ଷରୁ ସ୍ୱଚ୍ଛତା ପୁରସ୍କାର ପ୍ରଦାନ।

0
WhatsApp Image 2024-10-02 at 11.56.02 PM

 

ପାରାଦୀପ- ପାରାଦୀପର ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ଜବାହରଲାଲ ନେହେରୁ ଟ୍ରଷ୍ଟ ପକ୍ଷରୁ ବିଶ୍ୱକର୍ମା ପୂଜା ସମୟରେ ଦୀର୍ଘ ୭ ଦିନ ବ୍ୟାପି ସଫେଇ କାର୍ଯ୍ୟକ୍ରମରେ ସନ୍ତୋଷ ପ୍ରକାଶ କରି ପାରାଦୀପ ପୌରପାଳିକା ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ପୌରାଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ବାଳ ସ୍ୱଚ୍ଛତା ପୁରସ୍କାର ପ୍ରଦାନ କରିଥିଲେ।ଏହି ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ପୌରପାଳିକା ଉପାଧ୍ୟକ୍ଷା ଶ୍ରୀମତୀ ଛବି ଲତା ରାଉତ ,ପୌରପାଳିକା ନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପଣ୍ଡା ଉପସ୍ଥିତ ଥିଲେ।
ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଟ୍ରଷ୍ଟ ପକ୍ଷରୁ ମୁଖ୍ୟ ଉପଦେଷ୍ଟା ଶ୍ରୀ ନିରଞ୍ଜନ ନାୟକଙ୍କ ନେତୃତ୍ୱରେ ଟ୍ରଷ୍ଟରସଦସ୍ୟ ମାନେ ମଧୁବନ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଶ୍ରୀ ସରୋଜ କୁମାର ପ୍ରଧାନ,ବିନୋଦ ପ୍ରଧାନ, ବିଜୟ ସେଠୀ, ପ୍ରେମ ଲତା ବାରିକ, ସଂଘମିତ୍ରା ସ୍ୱାଇଁ, ଜଗନ୍ନାଥ ଶତପଥୀ, ତ୍ରିନାଥ ମହାନ୍ତି, ବରିଷ୍ଠ ସାମ୍ବାଦିକ ଶ୍ରୀ ଧ୍ରୁବ ଚରଣ ମହାପାତ୍ର, ପ୍ରଫୁଲ ଦାସ, ସଞ୍ଜୟ କୁମାର ରାୟ ପ୍ରମୁଖ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *

You may have missed