ଜମିବାଡ଼ି ବିବାଦରୁ ବୋମାମାଡ଼,୭ଆହତ
ପୁରୀ ସଦରଥାନା ଅନ୍ତର୍ଗତ ବାଲିପୁଟ ପଞ୍ଚାୟତ ମାର୍କଣ୍ଡପୁରରେ ବୋମାମାଡ଼। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବୋମାମାଡ଼। ବୋମାମାଡ଼ରେ ୭ ଜଣ ଗୁରୁତର ହୋଇଥିବାବେଳେ ୫ ଜଣଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ହୋଇଥିବା ବ୍ୟକ୍ତି ହେଲେ ଅକ୍ଷୟ କୁମାର ପ୍ରଧାନ, କବିତା ସ୍ୱାଇଁ, ଚନ୍ଦନ କୁଣ୍ଡଳ, କାଳନ୍ଦୀ ଚରଣ ପ୍ରଧାନ। ଚିକିତ୍ସା ପାଇଁ ସମସ୍ତଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ନିକଟସ୍ଥ ବେଲଦଳ ଗ୍ରାମର ପାଞ୍ଚ ରୁ ୬ ଜଣ ବ୍ୟକ୍ତି ମାର୍କଣ୍ଡପୁର ଗ୍ରାମ କୁ ଆସି କୋଠଘର ନିକଟରେ ଗ୍ରାମବାସୀ ଙ୍କ ସହିତ ଝଗଡ଼ା କରିଥିଲେ। କୋଠଘର ଭାଙ୍ଗିବା ପାଇଁ ମଧ୍ୟ ଉଦ୍ୟମ କରୁଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା। ବଚସା ବଢ଼ିବା ପରେ ବେଲଦଳ ଗ୍ରାମର ଲୋକେ ହଠାତ୍ ଦୁଇଟି ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ବୋମା ମାଡ଼ ଯୋଗୁଁ ଗାଁରେ ଆତଙ୍କ ଖେଳି ଯାଇଥିଲା। ଗ୍ରାମବାସୀ ମାନେ ଭୟରେ ଏଣେତେଣେ ଦୌଡ଼ିଥିଲେ। ଘଟଣା ପରେ ସଦର ଥାନା ପୋଲିସ୍ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଁ ଲୋକେ ଜଣଙ୍କୁ ଅଟକ ରଖିଥିବା ବେଳେ ପୋଲିସର ଜିମା ଦେଇଛନ୍ତି।କିଏ ବୋମା ମାଡ଼ କଲା, କେଉଁଠୁ ବୋମା ଆସିଲା ଏହାକୁ ନେଇ ତଦନ୍ତ ଜାରି ରହିଛି।
