ଜଳ ବିଭାଜିକା ପ୍ରକଳ୍ପ ରେ ମହାଘୋଟାଲା ପୋରୁଣା ପୋଖରୀ ଦେଖାଇ ଖାଇ ଗଲେ
ଜଳ ବିଭାଜିକା ପ୍ରକଳ୍ପ ରେ ଦିନ କୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି କିଛି ଦିନ ପୁର୍ବରୁ ଜରଡା ଦେହୁରୀ ହତା ରେ ଏମିତି ଦୁର୍ନୀତି ମାମଲାରେ କିଛି ସରକାରି ଅଧିକାରୀ ନିଲମ୍ବିତ ହୋଇ ଥିବା ବେଳେ ତଥାପି ଟଙ୍କା ଲୋଭରେ ପଡ଼ି ବାର ମ୍ବାର ଦୁର୍ନୀତି କରିଚାଲିଛନ୍ତି ସୁଚନା ଥାଉକି ଢେଙ୍କାନାଳ ଜ଼ିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ପଙ୍ଗାତିରା ପଞ୍ଚାୟତ ଅନ୍ତର୍ଗତ ପଙ୍ଗାତିରା ଗ୍ରାମ କୁ ନେଇ ଗଠିତ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଅଧୀନରେ ବରଘାଇ ନାଳ (୨) ଜଳବିଭାଜିକା କମିଟି ଗଠନ ହୋଇଅଛି।ଏହି କମିଟି ପାଞ୍ଚ ରୁ ଥର ପରେ ସଠିକ୍ ଚାଷୀ ଙ୍କୁ ନ ନେଇ କମିଟି ତରବରିଆ ଭାବେ ଗଠନ କରାଯାଇଛି। ଏମିତି କି କିଛି ବି କମିଟି ସଦସ୍ୟ ଙ୍କୁ ଡାକି ଥରେ ମଧ୍ୟ ମିଟିଙ୍ଗ ନକରି ମନ ଇଚ୍ଛା ସରକାର ଅଧିକାରୀ କାର୍ଯ୍ୟ କରିଛନ୍ତି। ସୂଚନା ଥାଉକି ଗ୍ରାମ ର ଚାଷୀ ଙ୍କୁ ଆତ୍ମନିଭର କରିବା ପାଇଁ ପି ଏସ ଏମ ଇ ବାବଦକୁ ଛେଳି ଚାଷ, କୁକୁଡ଼ା ପାଳନ, ପନିପରିବା ଚାଷ ପାଇଁ ସରକାର ଙ୍କ ତରଫରୁ ୧୬୦୦୦ଟଙ୍କା ପ୍ରଦାନ କରାଯାଇଥିଲା ଯେଉଁ ହିତାଧିକାରୀ ପାଇବା ଯୋଗ୍ୟ ସେମାନଙ୍କୁ ନଦିଆ ଯାଇ ଯେଉଁ ମାନେ ସେହି ଜଳ ବିଭାଜିକା ଏରିଆରେ ଆସୁ ନାହାନ୍ତି ସେମାନେ ଏହାର ଫାଇଦା ନେଉଛନ୍ତି। ସବୁଠାରୁ ରୋଚକ କଥା ଗ୍ରାମ ରେ ଥିବା ପୁରୁଣା ପୂଖରୀକୁ ନୂଆଁ ଦର୍ଶାଇ ମିଥ୍ୟା ବିଲ୍ ଜଳବିଭାଜିକା ତରଫରୁ କରାଯାଇଛି ଜଳ ବିଭାଜିକା ପ୍ରକଳ୍ପ ରେ ନୁତନ ପୋଖରୀ ତିଆରି ହେବା କଥା ପୁରୁଣା ପୋଖରୀ କିଛି କାର୍ଯ୍ୟ କରି ନୁତନ ପୋଖରୀ ଟଙ୍କା ବିଲ୍ ହୋଇଛି ଏବଂ ଅନ୍ୟପଟେ ମନରେଗା ଯୋଜନାରେ ସେଇ ପୂଖରୀକୁ ଖୋଳା ଯାଇ ଥିଲା। ଅନ୍ୟପଟେ ଗ୍ରାମବାସୀ ଚେତାବନୀ ଦେଇ କହିଛନ୍ତି ଏହି ଜଳ ବିଭାଜିକା ପ୍ରକଳ୍ପ ରେ ଯାହା ଦୁର୍ନୀତି ହୋଇଛି ଫେରସ୍ତ କରା ନଗଲେ ଆଗକୁ ଜିଲ୍ଲା ପାଳ ଙ୍କ ଦ୍ବାରସ୍ଥ ହେବେ। ପଞ୍ଚାୟତରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା – ଜଳ ବିଭାଜିକା କମ୍ପୋନେଣ୍ଟ 2.0 ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଚାଷୀଙ୍କ ଜୀବନ ବଦଳାଇବା ପାଇଁ ଆସିଥିବା କୋଟି କୋଟି ଟଙ୍କା ଅଧିକାରୀ, ଠିକାଦାର ଓ ସ୍ଥାନୀୟ ବିଧାୟକଙ୍କ ପାଖ ଲୋକଙ୍କ ମେଣ୍ଟରେ ହଡପ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଦୁର୍ନୀତିର ନକ୍ସା: କେମିତି ହେଲା ଲୁଟ୍?1. ପୁରୁଣା ପୋଖରୀ, ନୂଆ ବିଲ୍2. ହୋମ୍ ପାଇପ୍ ହାୱା 3. ଚେକ୍ ଡ୍ୟାମ୍ ନାଁରେ ଚିଟିଂ
ବିଧାୟକଙ୍କ ପାଖ ଲୋକଙ୍କ ଦବଦବା ଗ୍ରାମବାସୀଙ୍କ ସିଧା ଅଭିଯୋଗ – “ବିଧାୟକଙ୍କ ପାଖ ଲୋକ ବିନା କାର୍ଯ୍ୟରେ ସବୁ କାମ ନେଇଯାଉଛନ୍ତି । ଆମକୁ କାମ ବି ଦିଆଯାଉନି । JCB ମାଲିକ, ମେଟେରିଆଲ୍ ସପ୍ଲାୟର୍ ସବୁ ତାଙ୍କର । କିଏ ପାଟି କଲେ ଧମକ ମିଳୁଛି Watershed କମିଟିର ନାଁରେ ଯେଉଁ ବ୍ୟାଙ୍କ ଆକାଉଣ୍ଟ ଅଛି, ତାହା ବି କମିଟି ସଦସ୍ୟଙ୍କ ପାଖରେ ନାହିଁ । ସବୁ ଚେକ୍ ରେ ବାହାର ଲୋକ ସାଇନ୍ କରୁଛନ୍ତି ।ଚାଷୀଙ୍କ ଦୁଃଖ: “ଆମ ନାଁରେ ଟଙ୍କା, ଆମକୁ ମିଳିଲାନି”ପ୍ରଶାସନ କଣ କହୁଛି? ଏ ସମ୍ପର୍କୀୟ ସୂଚନା ପାଇଁ ଯୋଗାଯୋଗ କଲେ ଅଧିକାରୀ ଫୋନ୍ ଉଠାଉ ନାହାନ୍ତି ଏବେ କଣ ହେବ?ପଙ୍ଗାତିରା ଚାଷୀ ସଂଗଠନ ଚେତାବନୀ ଦେଇଛି – “ଯଦି 10 ଦିନ ଭିତରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ନହୁଏ ଓ ଦୋଷୀଙ୍କୁ ଗିରଫ କରାନଯାଏ, ତେବେ ଆମେ ଜିଲ୍ଲାପାଳ ଅଫିସ ଆଗରେ ଅନଶନ କରିବୁ । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଗୁହାରି କରିବୁ ।”ଜଳ ହିଁ ଜୀବନ । ହେଲେ ଜଳ ବିଭାଜିକା ଟଙ୍କାକୁ ଯେଉଁମାନେ ଜୀବନ ବୋଲି ଭାବି ଲୁଟ୍ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ – ଏହା ହିଁ ପଙ୍ଗାତିରାର ହଜାର ହଜାର ଚାଷୀଙ୍କ ଦାବି । ବର୍ତ୍ତମାନ ବର୍ଷା ହେଉନଥିବାରୁ ଗଜା ମରୁଡି ଆଶଙ୍କା ତେଣୁ ଜଳ ବିଭାଜିକା ପ୍ରକଳ୍ପ ସଠିକ୍ ଢଙ୍ଗରେ ହୋଇଥିଲେ ଚାଷୀ ଉପକୃତ ହୋଇଥାନ୍ତେ।
kankadahada ru subash pradhana nka report
