December 10, 2024
Home » ଜ଼ିଲ୍ଲା ଅଦାଲତ ନବରଙ୍ଗପୁର ଦ୍ୱାରା ଚିତ୍ରାଙ୍କନ ପ୍ରତିଯୋଗିତା

ଜ଼ିଲ୍ଲା ଅଦାଲତ ନବରଙ୍ଗପୁର ଦ୍ୱାରା ଚିତ୍ରାଙ୍କନ ପ୍ରତିଯୋଗିତା

0

ଓଡିଶା ଉଚ୍ଚ ନ୍ୟାୟାଳୟ କଟକଙ୍କ ଆଦେଶ କ୍ରମେ ନବରଙ୍ଗପୁର ନୂତନ ଜ଼ିଲ୍ଲା କୋର୍ଟ ପରିସରରେ ଜ଼ିଲ୍ଲାର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶିଶୁ ଦିବସକୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି। ଚଳିତ ବର୍ଷ “ଦିବ୍ୟାଙ୍ଗ ପିଲାଙ୍କ ଅଧିକାର” ବିଷୟକୁ ନେଇ ପ୍ରତିଯୋଗିତା ଆୟୋଜିତ ହୋଇଥିଲାI

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତି ଯୋଗଦାନ କରିଥିଲେ I ଅନ୍ୟାନ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଜର୍ଜ ବିଷ୍ଣୁ ପ୍ରସାଦ ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ଶ୍ରୀମତୀ ସୀମା ତ୍ରିପାଠୀ, ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ସୁକାନ୍ତ କିଶୋର ଜେନା, ବରିଷ୍ଟ ଦେବାନୀ ଜର୍ଜ, ନବରଙ୍ଗପୁର (ମହିଳା କୋର୍ଟ) ସୁଦୀପା ପାତ୍ର, ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତୀ ପ୍ରଜ୍ଞା ପଣ୍ଡା, ଆଇନଜୀବି ସଂଘର ସଭାପତି ଶ୍ରୀଯୁକ୍ତ ନରସିଂହନାଥ ତ୍ରିପାଠୀ ଯୋଗଦାନ କରିଥିଲେ I ଏହି ପ୍ରତିଯୋଗିତା ରେ ପ୍ରତିଯୋଗୀଙ୍କୁ ଟ୍ରଫି ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା I ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟର ନରେଶ ବିଶୋଇ ପ୍ରଥମ, ବାପୁଜୀ ପବ୍ଲିକ ସ୍କୁଲର ସାନଭି ପ୍ରଜ୍ଞା ସାହୁ ଦ୍ଵିତୀୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ, ନବରଂଗପୁରର ଈଭା ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ I ଏହି କାର୍ଯ୍ୟକ୍ରମ ଜ଼ିଲ୍ଲା ଅଦାଲତ ନବରଙ୍ଗପୁର ଦ୍ୱାରା ପରିଚାଳନା କରାଯାଇଥିଲା ।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *