September 30, 2026
Home » ଜାତୀୟ ଯୁବ ଦିବସରେ ଯୁବ ସମାଜକୁ କ୍ରାନ୍ତି ର ଆହ୍ବାନ…

ଜାତୀୟ ଯୁବ ଦିବସରେ ଯୁବ ସମାଜକୁ କ୍ରାନ୍ତି ର ଆହ୍ବାନ…

0
WhatsApp Image 2025-01-14 at 4.07.57 PM

“ଯୁବ ସମାଜ ସଚେତନ ହେଲେ ନିଶାମୁକ୍ତ ଭାରତ ଗଠନ ସମ୍ଭବ ”
ବ୍ରହ୍ମପୁର: ୧୬୨ ତମ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଯଥା ଜାତୀୟ ଯୁବ ଦିବସ ଅବସରରେ “ଯୁବ ସମାଜ ସଚେତନ ହେଲେ ନିଶାମୁକ୍ତ ଭାରତ ଗଠନ ସମ୍ଭବ “ଏହି ବାର୍ତ୍ତା ଯୁବ ସମାଜକୁ ସଂକଳ୍ପ ନେବା ପାଇଁ ବ୍ରହ୍ମା ନଗର ସ୍ଥିତ ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଉଦ୍ୟମରେ ଏମ. କେ.ସି.ଜି. ମେଡିକାଲ କଲେଜ ସମ୍ମୁଖ ଠାରୁ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ, ବ୍ରହ୍ମପୁର ପର୍ଯ୍ୟନ୍ତ ରାଷ୍ଟ୍ରୀୟ ନିର୍ମାଣ ସକାଶେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଯୁବକ ଯୁବତୀ ମାନଙ୍କୁ ନେଇ ଏକ ସୁସଜ୍ଜିତ ସ୍ବାମୀଜୀଙ୍କ ରଥ ବ୍ରହ୍ମପୁର ସହର ପରିକ୍ରମା କରିବା ସହ
ସ୍ୱାମୀଜୀଙ୍କ ବାଣୀ ଯୁବ ସମାଜକୁ ଆହ୍ବାନ କରିବା ସହ ପ୍ରେରଣା ଯୋଗାଇଥିଲା।

ପ୍ରାରମ୍ଭରେ ସମସ୍ତ ଅତିଥି ମାନଙ୍କ ଦ୍ଵାରା ଏମ. କେ.ସି.ଜି. ମେଡିକାଲ କଲେଜ ପରିସରରେ ଥିବା ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପମାଳ ଅର୍ପଣ କରିଥିଲେ। ଏହି ଅବସରରେ ବି. ଏମ. ସି ପୂର୍ବତନ ମେୟର ଶିବ ଶଙ୍କର ଦାସ, ମହାନ୍ ସଙ୍ଘ ସଭାପତି ସୁଶାନ୍ତ କୁମାର ସାବତ ,ହୋଲି ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ର ଚେୟାରମେନ ରାଜେନ୍ଦ୍ର କୁମାର ପଣ୍ଡା ଅତିଥି ରୂପେ ଯୋଗଦେଇ ସମାଜରେ ଯୁବକମାନେ ସଚେତନ ହୋଇ ରାଷ୍ଟ୍ର ନିର୍ମାଣରେ ଭାଗିଦାରୀ ହୋଇ ଉତ୍ତମ ରାଷ୍ଟ୍ର ଗଠନ କରିବା ପାଇଁ ଆହ୍ବାନ ଦେଇ ସ୍ୱାମୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କର୍ତ୍ତବ୍ୟ ନିଷ୍ଟା ଓ ଦୃଢ଼ ବିଶ୍ବାସ ଦ୍ଵାରା ଦେଶର ପରିବର୍ତ୍ତନ ସମ୍ଭବ ବୋଲି ମତ ପ୍ରକାଶ କରିଥିଲେ।କ୍ରାନ୍ତିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ.ଦେବାନନ୍ଦ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜୟନ୍ତୀ ଓ ପଦଯାତ୍ରା କାର୍ଯକ୍ରମରେ ସମାଜରେ ସଚେତନ ଅଭାବରୁ ଯୁବକ ମାନେ କିପରି ନିଶାଗ୍ରସ୍ତ ହୋଇ , ତମାଖୁ ଜାତୀୟ ଦ୍ରବ୍ୟ ଖାଇ କୁପରିଣାମ ଭୋଗୁ ଅଛନ୍ତି, ଏହାର ଯଥାଶିଘ୍ର ବନ୍ଦ କରି ଯୁବ ସମାଜ ସୁରକ୍ଷା ପାଇଁ ଆହ୍ବାନ କରିଥିଲେ। ଏହି ପଦଯାତ୍ରାରେ ବିଭିନ୍ନ ସମାଜସେବୀ ଅନୁଷ୍ଟାନର ସ୍ବେଛାସେବୀମାନଙ୍କ ସହ , ସାମନ୍ତରାୟ ଏକାଡେମୀ,ହୋଲି ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି, ଆର୍ୟାନ ଗୁରୁକୂଳ, କେ.ସି. ପବ୍ଲିକ ସ୍କୁଲ,ବେଦବ୍ୟାସ କଲେଜ, ଜ୍ଞାନ ବିକାଶ ଇଂଲିଶ ମିଡ଼ିଅମ୍ ସ୍କୁଲଏବଂ ରାଜୀବ ମେମୋରିଆଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପ୍ରାୟ ୯୦୦ ଯୁବକ ଯୁବତୀ ଯୋଗଦେଇ ଶୋଭାଯାତ୍ରାରେ ସ୍ବାମୀଜୀଙ୍କ ଉଦ୍ଦେଶ୍ୟରେ ସ୍ଲୋଗାନ ଦେଇଥିଲେ। ପରିଶେଷରେ ହିଲିପାଟଣା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ସମ୍ମୁଖରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ସମାରୋହରେ କ୍ରାନ୍ତି ଅନୁଷ୍ଠାନର ଡ.ଦେବାନନ୍ଦ ଦାଶ ଅଧ୍ୟକ୍ଷତାରେ ଏକ ଆଧ୍ୟାତ୍ମିକ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ରୁପେ ବ୍ରହ୍ମପୁର ପ୍ରେସ କ୍ଲବ ର ସମ୍ପାଦକ ପ୍ରହ୍ଲାଦ ସାହୁ,ସହ ସମ୍ପାଦକ ଗୋପାଳ ରେଡ୍ଡୀ ଓ ସାମନ୍ତରାୟ ଏକାଡେମୀ ର ନିର୍ଦ୍ଦେଶକ ଦେବେଶ ସାମନ୍ତରାୟ ପ୍ରମୁଖ ଯୋଗ ଦେଇ ସ୍ୱାମୀଜୀଙ୍କ ଯୁବ ସମାଜ ପ୍ରତି ଗୁରୁତ୍ଵ କୁ ସରଳ ଭାଷାରେ ବୁଝାଇଥିଲେ। କ୍ରାନ୍ତି ଅନୁଷ୍ଠାନର ଡ.ଦାଶ ଉପସ୍ଥିତ ଯୁବକ ଯୁବତୀମାନଙ୍କୁ ସଚେତନ ମାଧ୍ୟମରେ “ନିଶାକୁ ନା, ନିଶା ସେବନ କ୍ୟାନସର କାରଣ… ନିଶା ଛାଡନ୍ତୁ, ଜୀବନ ବାଛନ୍ତୁ।”ସହ ନିଶା ମୁକ୍ତ ଭାରତ ଗଠନ ପାଇଁ ସଂକଳ୍ପ କରାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ କ୍ରାନ୍ତି ଅନୁଷ୍ଟାନର ନିର୍ମଳା ଦାଶ, ଦେବରାଜ ରାଉତ, ସରୋଜ କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ,ବି.ସଞ୍ଜୟ ପାତ୍ର , ଅନିଲ କୁମାର ସେଠୀ ଓ ଚିନ୍ମୟାନନ୍ଦ ଦାଶ ସମେତ ଆଇ. ଏସ. ଆର. ଡି ପ୍ରଭାତ କୁମାର ପାଢ଼ୀ ସହ ଅନ୍ୟାନ୍ୟ କର୍ମକର୍ତ୍ତା, ସଖୀ (ୱାନ ଗ୍ରୁପ ସେଣ୍ଟର) ଓ କ୍ରାନ୍ତି ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *