ଜାତୀୟ ସ୍ତରୀୟ ସତରଞ୍ଜ ଖେଳିବାକୁ ମନୋନୀତ ହେଲେ ବିଶ୍ଵ ରଞ୍ଜନ
ଭୁବନେଶ୍ୱର:(ବିରଞ୍ଚି ନାରାୟଣ ପତ୍ରୀ)ବୈତରଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ୧୦ ଶ୍ରେଣୀ ଛାତ୍ର ବିଶ୍ଵ ରଞ୍ଜନ ପତ୍ରୀ, ଆଗାମୀ ଡିସେମ୍ବର ମାସରେ ରାଜସ୍ଥାନରେ ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ସତରଞ୍ଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଯୋଗ୍ୟତା ଅର୍ଜନ କରି ବୈତରଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ମାନ ବୃଦ୍ଧି କରିବା ଦେଖିବାକୁ ମିଳିଛି। ଆଜି ସୁନ୍ଦରଗଡ ଜିଲ୍ଲା ରାଜଗାଓପୁର ଠାରେ ଅନୁଷ୍ଠିତ ହୋଇଥିବା ୭୦ ତମ ରାଜ୍ୟ ସ୍ତରୀୟ ସତରଞ୍ଜ ପ୍ରତିଯୋଗିତାରେ ଚାମ୍ପିଅନ ହୋଇଥିବା ୫ ଜଣ ୧୦ ଶ୍ରେଣୀ ଛାତ୍ରଙ୍କୁ ରାଜ୍ୟ ସ୍କୁଲ ଆଣ୍ଡ ମାସଏଜୁକେସନ ଆଡିସନାଲ ଡାଇରେକ୍ଟର ଜ୍ୟୋତି ରଞ୍ଜନ ପରିଡ଼ା ପୁରସ୍କାର ପ୍ରଦାନ କରିବା ବେଳେ ପ୍ରକାଶ କରିଛନ୍ତି। କୃତ୍ତିତ୍ବ ହାସଲ କରିଥିବା ପ୍ରତିଯୋଗି ମାନଙ୍କୁ ମାନପତ୍ର ଉପଢୌକନ ପ୍ରଦାନ କରି ଆଗାମୀ ଡିସେମ୍ବର ମାସରେ ରାଜସ୍ଥାନରେ ହେବାକୁ ଯାଉଥିବା ଜାତୀୟ ସ୍ତରୀୟ ସତରଞ୍ଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଯୋଗ୍ୟତା ଅର୍ଜନ କରି ଘୋଷଣା କରିଛନ୍ତି।

କୋରେଇ ବ୍ଲକ୍ ବୈତରଣୀ ସରକାରୀ ଉଚ୍ଚ ବିଦ୍ୟାଳୟର ୧୦ ଶ୍ରେଣୀ ଛାତ୍ର ବିଶ୍ଵ ରଞ୍ଜନ ପତ୍ରୀ ସାମ୍ବାଦିକ ବିରଞ୍ଚି ନାରାୟଣ ପତ୍ରୀଙ୍କ ସାନ ଭାଇ ଭାଗିରଥି ପତ୍ରୀଙ୍କ ପୁତ୍ର। ସୂଚନାଯୋଗ୍ୟ ନଭେମ୍ବର ୧୮,୧୯ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଓପୁର ଠାରେ ଅନୁଷ୍ଠିତ ହୋଇଥିବା ୭୦ ତମ ରାଜ୍ୟ ସ୍ତରୀୟ ସତରଞ୍ଜ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା। ଏହି ପ୍ରତିଯୋଗିତାରେ ରାଜ୍ୟର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାକୁ ମିଶାଇ ୩୦ ଟି ଜିଲ୍ଲାର ୨୯୭ ଜଣ ଛାତ୍ରଛାତ୍ରୀ ସତରଞ୍ଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ୩୦ ଟି ଜିଲ୍ଲାର ୨୯୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫ ଜଣ ଛାତ୍ରଛାତ୍ରୀ ଜାତୀୟ ସ୍ତରୀୟ ସତରଞ୍ଜ ପ୍ରତିଯୋଗିତାରେ ଚାମ୍ପିଅନ ହୋଇଥିଲେ। ଏହି ଚାମ୍ପିଅନଙ୍କ ମଧ୍ୟରେ ବିଶ୍ଵ ରଞ୍ଜନ ପତ୍ରୀ ସଫଳତା ହାସଲ କରି ସ୍କୁଲ ଓ ଅଞ୍ଚଳ ନାମକୁ ଉଚ୍ଚାକରିବାରେ ସଫଳ ହୋଇଛନ୍ତି।
