August 22, 2026
Home » ଜାନକୀ ପଟ୍ଟନାୟକ ଦୁଇ ଟଙ୍କିଆ ଚାଉଳର ଜନକ ଥିଲେ

ଜାନକୀ ପଟ୍ଟନାୟକ ଦୁଇ ଟଙ୍କିଆ ଚାଉଳର ଜନକ ଥିଲେ

0
WhatsApp Image 2026-01-03 at 7.58.26 PM (1)

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ଓପିସିସିର ପୂର୍ବତନ ସଭାପତି ତଥା ପ୍ରତିଥଯଶା ସାହିତ୍ୟିକ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଆଜି କଂଗ୍ରେସ ଭବନ ଠାରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ସଭାପତି ଶ୍ରୀ ଦାସଙ୍କ ସମେତ ଉପସ୍ଥିତ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ପ୍ରଥମେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।


ପରେ ବିଶିଷ୍ଟ କଂଗ୍ରେସ ନେତା ମାନସ ଚୌଧୁରୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ବୃତ୍ତଚିତ୍ର ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏମ ବିରପ୍ପା ମୋଇଲି, ଏଆଇସିସି ସାଧାରଣ ସମ୍ପାଦକ ତଥା ସାଂସଦ ରଣଦୀପ ସିଂ ସୂର୍ଯେୱାଲା, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଉନ୍ମୋଚନ କରିଥିଲେ । ଶ୍ରଦ୍ଧାସୁମନ ଅର୍ପଣକରି ଏଆଇସିସି ସାଧାରଣ ସମ୍ପାଦକ ଶ୍ରୀ ସୂର୍ଯେୱାଲା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ୨ ଟଙ୍କିଆ ଚାଉଳର ଜନକ ବୋଲି ଆଖ୍ୟା ଦେଇଥିଲେ । ଦେଶରେ କେହି ଭୋକ ଉପାସରେ ନ ରହିବେ ବୋଲି କଂଗ୍ରେସ ପ୍ରଥମେ ଗରିବ ଜନସାଧାରଣଙ୍କର ପେଟକୁ ଦାନା ଦେବା ପାଇଁ ଖାଦ୍ୟ ସୁରକ୍ଷା ଯୋଜନା ସମଗ୍ର ଦେଶରେ ଆରମ୍ଭ କରିଥିଲା ।

ଶ୍ରୀ ମୋଇଲି କହିଥିଲେ ଯେ ସ୍ୱର୍ଗତ ପଟ୍ଟନାୟକ ମୋର ଜଣେ ବିଶେଷ ବନ୍ଧୁ ଥିଲେ । ଅନେକ ସମୟରେ ସାମାଜିକ ସୁରକ୍ଷା ଏବଂ ଲୋକଙ୍କ ଅର୍ଥନୈତିକ ପ୍ରଗତୀ ବିଷୟରେ ଆଲୋଚନା କରୁଥିଲୁ । ସ୍ୱର୍ଗତ ପଟ୍ଟନାୟକ ଏକ ବହୁଗୁଣ ପ୍ରତିଭାର ଅଧିକାରୀ ଥିଲେ, ଏକାଧାରରେ ସାହିତ୍ୟିକ, ପ୍ରଶାସକ ଓ ବିକାଶର ବ୍ୟକ୍ତିତ୍ୱ ଥିଲେ । ଶିଳ୍ପର ବିକାଶ ହେଲେ ରାଜ୍ୟର ବିକାଶ ହେବ,ଏଥିପାଇଁ ସେ ହଜାରେ ଦିନରେ ହଜାର ଶିଳ୍ପର ମୂଳଦୂଆ ପକାଇଥିଲେ । ଜଣେ ସୁସଂଗଠନ ଭାବରେ ତାଙ୍କର ଖ୍ୟାତି ଥିଲା ବୋଲି ପିସିସି ସଭାପତି ଶ୍ରୀ ଦାସ କହିଥିଲେ ।

ଶ୍ରଦ୍ଧାଞ୍ଜଳି ଜଣାଇ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ସହ ପ୍ରଭାରୀ ଜେଟି କୁସୁମ କୁମାର, ମନୋରଞ୍ଜନ ଦାଶ ଜାନକୀ ବାବୁଙ୍କର ବହୁମୁଖୀ ପ୍ରଭା ଓ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପିସିସି ମିଡିଆ ବିଭାଗ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।