May 15, 2025
Home » ଜିଟିଭି ଭାରତ ଓଡ଼ିଆର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଜିଟିଭି ଭାରତ ଓଡ଼ିଆର ୭ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
WhatsApp Image 2024-07-19 at 3.12.22 PM

ରାୟଗଡ() ଜିଟିଭି ଭାରତ ଓଡ଼ିଆ ଡିଜିଟାଲ ନ୍ୟୁଜ୍ ଚାନେଲର ୭ମ ବାର୍ଷିକ ଉତ୍ସବ ସ୍ଥାନୀୟ ଲାୟନସ୍ କ୍ଲବ ଠାରେ ଚାନେଲର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଶ୍ରୀ ରାମଦାସ ଲିମାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉତ୍ସବକୁ କଂଗ୍ରେସର ପୂର୍ବତନ ଡିସିସି ସଭାପତି ତଥା ରାଜ୍ଯ ସମ୍ପାଦକ ଦୁର୍ଗା ପ୍ରସାଦ ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଏହି ଉତ୍ସବରେ ସପ୍ତଗିରି ଶଙ୍କର ଉଲ୍ଲାକା, ମାନ୍ଯବର ସାଂସଦ, କୋରାପୁଟ ଲୋକସଭା ମୁଖ୍ଯ ଅତିଥି ଭାବେ ଯୋଗଦେଇ ଡିଜିଟାଲ ମିଡିଆ ସମ୍ପର୍କରେ ନିଜ ବକ୍ତବ୍ଯ ରଖିବା ସହ ଜିଟିଭି ଭାରତ ଓଡିଆର ଉତ୍ତରତ୍ତୋର କାମନା କରିଥିଲେ | ସମ୍ମାନିତ ଅତିଥି ରୂପେ ଆପାଲସ୍ବାମୀ କାଡ୍ରାକା, ବିଧାୟକ ରାୟଗଡ ଯୋଗଦେଇ ନିଜ ବକ୍ତବ୍ଯରେ କହିଲେ ଗଣମାଧ୍ଯମ ପ୍ରତିନିଧି ତଥା ଗଣତନ୍ତ୍ରର ଚତୁର୍ଥ ସ୍ଥମ୍ଭ ପ୍ରତି ସରକାର ଅବହେଳା ନକରି ତାଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇଦେବା ଉଚିତ୍ ବୋଲି କହିଥିଲେ | ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ବାଦଲ କୁମାର ତା ଯୋଗଦେଇ ସାମ୍ବାଦିକ ମାନଙ୍କ ସମସ୍ଯା ସମ୍ପର୍କରେ ଆଲୋକପାତ କରିଥିବା ବେଳେ, ମୁଖ୍ଯ ବକ୍ତା ଶ୍ରୀ ଅବିନାଶ ମିଶ୍ର ନିଜ ବକ୍ତବ୍ଯରେ କହିଥିଲେ ଡିଜିଟାଲ ଯୁଗ ତଥା ଡିଜିଟାଲ ମିଡିଆ ଆସିବାପରେ ପ୍ରିଣ୍ଟ ମିଡିଆ ଓ ଇଲୋକ୍ଟ୍ରୋନିକ୍ ମିଡିଆର ଚାହିଦା ଉପରେ ପ୍ରଭାବ ପକାଇଛି | ପ୍ରିଣ୍ଟ ମିଡିଆରେ କୌଣସି ଖବର ପ୍ରକାଶ ନିମନ୍ତେ 12 ରୁ 24 ଘଣ୍ଟା ସମୟ ଲାଗୁଥିବା ବେଳେ ଇଲୋକ୍ଟ୍ରୋନିକ୍ ମିଡିଆ ପାଇଁ 2 ରୁ 4 ଘଣ୍ଟା ଲାଗୁଛି କେତେକ ସ୍ଥଳରେ ଯଥା ସିଧାପ୍ରସାରଣ ବ୍ଯତିତ ବିଳମ୍ବ ହେଉଛି | କିନ୍ତୁ ଡିଜିଟାଲ ମିଡିଆ, ଶୋସିଆଲ ମିଡିଆ ତ୍ବରିତ ମାର୍ଗରେ ଖବର ପ୍ରସାରିତ ହୋଇଯାଉଛି | କିନ୍ତୁ ଇଲୋକ୍ଟ୍ରୋନିକ୍ ମିଡିଆ ଟିଆରପି ଏବଂ ଡିଜିଟାଲ ଓ ଶୋସିଆଲ ମିଡିଆ ଭିଓର୍ସ ପଛରେ ଧାଇଁବା ଫଳରେ ବେଳେ ବେଳେ ଖବରଟିକୁ ଅତିରଞ୍ଜିତ କରାଯାଉଥିବାରୁ ବିଭ୍ରାନ୍ତକର ପରିସ୍ଥିତି ଉପୁଜୁଛି ବୋଲି କହିଥିଲେ |
ଜିଟିଭି ଭାରତ ଓଡିଆ ପକ୍ଷରୁ ମଞ୍ଚାସୀନ ଅତିଥି ତଥା ନବନିର୍ବାଚିତ କୋରାପୁଟ ଲୋକସଭା ସାଂସଦ, ବିଧାୟକ ରାୟଗଡ, ବିଧାୟକ ବିଷମକଟକ, ବିଧାୟକ ଗୁଣୁପୁର, ବରିଷ୍ଠ କଂଗ୍ରେସ ନେତା ଦୁର୍ଗା ପ୍ରସାଦ ପଣ୍ଡା, ସମ୍ମାନିତ ଅତିଥି ଶ୍ରୀ ବାଦଲ କୁମାର ତା, ମୁଖ୍ଯ ବକ୍ତା ଶ୍ରୀ ଅବିନାଶ ମିଶ୍ର ରାୟଗଡର ବିରଷ୍ଠ ସାମ୍ବାଦିକ ଯୋଗେଶ୍ବର ଦାସଙ୍କୁ ପୁସ୍ପଗୁଚ୍ଚ, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା | ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ଯକ୍ତି ବିଶେଷଙ୍କୁ ମୁଖ୍ଯ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଦିତ କରାଯାଇଛି | ସେମାନଙ୍କ ମଧ୍ଯରେ ନାରୀନେତ୍ରୀ ଭାବେ ଶ୍ରୀମତୀ ପୂଜା ଉଲ୍ଲାକାଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଜିଟିଭି ଭାରତ ଓଡିଆର ଶ୍ରେଷ୍ଠ ସାମ୍ବାଦିକ 2024 ସମ୍ମାନରେ ଦୀପକ କୁମାର ପୃଷ୍ଠିଙ୍କୁ ସମ୍ମାନିତ କରାଯାଇଛି, ସେହିପରି ଶିକ୍ଷାବିତ ସମ୍ମାନରେ ଇଂ. ଅଶ୍ବନୀ କୁମାର ଦାସ, ଡାଟାପ୍ରୋ ଏବଂ ବଚପନ ଇଂରାଜୀ ବିଦ୍ଯାଳୟର ନିର୍ଦ୍ଦେଶକଙ୍କୁ ମୁଖ୍ଯ ଅତିଥିଙ୍କ ଦ୍ବାରା ସମ୍ମାନିତ କରାଯାଇଛି | ସେହିପରି ବରିଷ୍ଠ ନାଗରିକ ତଥା ସମାଜସେବୀ ରୂପେ ଶ୍ରୀ ଇନ୍ଦେର ଦାସ ଫାଣ୍ଡାନାନୀ, ସମାଜ ସେବୀ ରୂପେ ଡଃ. ଜଗନ୍ନାଥ ସୁବୁଦ୍ଧି, ଆଦର୍ଶ ସରପଞ୍ଚ ଭାବେ ଯୋଗବନ୍ଧୁ ମାଝୀଙ୍କୁ ସମ୍ବର୍ଦ୍ଦିତ କରାଯାଇଛି | ଜିଟିଭି ଭାରତ ଓଡିଆର 7ମ ବାର୍ଷିକ ଉତ୍ସବକୁ ସଫଳ କରିବାରେ ନିଜର ବଳିଷ୍ଠ ଉଦ୍ଯମ, ନିଷ୍ଠା ଓ ସହଯୋଗ କରିଥିବାରୁ ସାମ୍ବାଦିକ ଗୌରୀ ଶଙ୍କର ପଟ୍ଟନାୟକ, ଗୁରୁ ପ୍ରସାଦ ସାହୁ, ସାମ୍ବାଦକ, ଶିବ ପ୍ରସାଦ ପାଢୀ, ସାମ୍ବାଦିକ ଏବଂ ରଂଜନ କୁମାର ମହାନ୍ତିଙ୍କୁ ଡିଜିଟାଲ ମିଡିଆ ପକ୍ଷରୁ ପୁସ୍ପଗୁଚ୍ଚ, ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଛି | ଏହି ଉତ୍ସବରେ ଜିଲ୍ଲା ସଦର କହକୁମାରେ କାର୍ଯ୍ଯରତ ସାମ୍ବାଦିକ, ବିଭିନ୍ନ ଅଂଚଳରେ ସାମ୍ବାଦିକତା କରୁଥିବା ସାମ୍ବାଦିକ, ଆଇନ ଜୀବୀ, ସ୍ବେଚ୍ଚାସେବୀ, ଶିକ୍ଷାବିତ୍, ବରିଷ୍ଠ ନାଗରିକ ଏବଂ ବୁଦ୍ଦିଜୀବୀ ଯୋଗଦେଇଥିଲେ |

Leave a Reply

Your email address will not be published. Required fields are marked *

You may have missed