October 12, 2024
Home » ଜିଲ୍ଲାପାଳଙ୍କ ଦ୍ୱାରା ଏସବିଆଇ ଫାଉଣ୍ଡେସନର ମୋବାଇଲ୍ ମେଡିକାଲ୍ ୟୁନିଟ୍ “ଏସବିଆଇ ସଞ୍ଜୀବନୀ” ଉଦଘାଟନ

ଜିଲ୍ଲାପାଳଙ୍କ ଦ୍ୱାରା ଏସବିଆଇ ଫାଉଣ୍ଡେସନର ମୋବାଇଲ୍ ମେଡିକାଲ୍ ୟୁନିଟ୍ “ଏସବିଆଇ ସଞ୍ଜୀବନୀ” ଉଦଘାଟନ

0

 

ଓଡ଼ିଶା ରାଜ୍ୟରେ ଏସବିଆଇ ସଞ୍ଜୀବନୀ ପଦକ୍ଷେପ ପ୍ରଥମେ କାଲାହାଣ୍ଡି ଓ ଗଜପତି ଜିଲ୍ଲାର ଗ୍ରାମୀଣ ସମ୍ପ୍ରଦାୟର ଦ୍ୱାରରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଆସିଥିବା ବେଳେ ବର୍ତମାନ ରାୟଗଡ଼ା ଜିଲ୍ଲାର ସୁଡୁର ଅଣସଂରକ୍ଷିତ ଗ୍ରାମାଞ୍ଚଳର ବାସିନ୍ଦାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିକାଶରେ ସହଯୋଗ ପାଇଁ ହାତ ବଢେଇଛି।
ରାୟଗଡ଼ା ଜିଲ୍ଲାପାଳ ପରୁଲ ପଟୱାରି ଙ୍କ ଦ୍ଵାରା ୦୧/୧୦/୨୪ ତାରିଖ ସକାଳ ୧୦.୩୦ ସମୟରେ ଆନୁଷ୍ଠାନିକ ଭାବେ ଏସବିଆଇ ଫାଉଣ୍ଡେସନ ଓଡ଼ିଶାର ମୋବାଇଲ ମେଡିକାଲ ୟୁନିଟ୍ ‘ସଞ୍ଜୀବାନି କ୍ଲିନିକ୍ ଅନ୍ ହ୍ୱିଲ୍ କୁ ସବୁଜ ପତାକା ଦେଖାଇ ସେବାର ଉଦଘାଟନ କରି ଶୁଭାରମ୍ଭ କରିଥିଲେ। ଏହି ପଦକ୍ଷେପ ଜିଲ୍ଲାର ସୁଦୂର ଗ୍ରାମୀଣ ସମ୍ପ୍ରଦାୟ ଗ୍ରାମାଞ୍ଚଳରେ ଲୋକଙ୍କର ପ୍ରାଥମିକ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ନିୟମିତ ଭାବେ ପୂରଣ କରିବ । ଗ୍ରାମାଞ୍ଚଳର ବାସିନ୍ଦାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିକାଶଙ୍କ ସହଯୋଗରେ କାର୍ଯ୍ୟକାରୀ ସକାଶେ ହିନ୍ଦୁସ୍ତାନ ଲାଟେକ୍ସ ଫେମିଲି ପ୍ଲାନିଁ ଏବଂ ପ୍ରମୋସନାଲ ଟ୍ରଷ୍ଟ ଏବଂ ଷ୍ଟେଟ ବ୍ୟାଙ୍କ ଫାଉଣ୍ଡେସନ ମଧ୍ୟରେ ଏକ ମିଳିତ ପ୍ରୟାସରେ କାର୍ଯ୍ୟକ୍ରମ ଗ୍ରାମ ସେବାର ଏକ ଅଂଶ । ସଞ୍ଜୀବନୀ ୟୁନିଟର ବିଶେଷତ୍ଵ ହେଲା ଡକ୍ଟର ପରାମର୍ଶ , ସାଧାରଣ ଔଷଧ, ଲାବରେଟରୀ ସୁବିଧା, ଇ ସି ଜି, ଚକ୍ଷୁ ପରୀକ୍ଷା, ସୁଗର ଟେଷ୍ଟ, ରକ୍ତଚାପ ଯାଞ୍ଚ,ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଶିବିର, ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ସଚେତନତା, ସ୍ୱଚ୍ଛତା ଅଭ୍ୟାସ ।ଏହି ୟୁନିଟରେ ଡ.ଜଗନ୍ମୟ ଦିବ୍ୟ ପ୍ରସାଦ ଜେନା, ଷ୍ଟାଫ ନର୍ସ ରଚନା ପତି, ଫାର୍ମାସିଷ୍ଟ ଶିବ ପ୍ରସାଦ ପଣ୍ଡା, ଲେବ ଟେକ୍ନିସିୟନ୍ ଦୀପକ୍ ଚୌଧୁରୀ, ଡ୍ରାଇଭର ବନମାଳୀ ସରକଙ୍କୁ ନେଇ ଏକ ଉତ୍ସର୍ଗୀକୃତ ଡାକ୍ତରୀ ଦଳ ଅଛନ୍ତି। ଏହି ୟୁନିଟ୍ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ନିୟମିତ ଭାବରେ ସୁଦୂର ଅଣସଂରକ୍ଷିତ ଅଞ୍ଚଳରେ ରୋଗୀଙ୍କୁ ଚିକିତ୍ସା କରିବାକୁ ଗ୍ରାମରେ ପହଞ୍ଚି ଶିବିର ଆୟୋଜନ ମାଧ୍ୟମରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଗୁରୁତର ରୋଗର ଶୀଘ୍ର ଚିହ୍ନଟ ଏବଂ ସମ୍ପ୍ରଦାୟର ସଚେତନତା କରାଇବା ଫଳରେ “ଗ୍ରାମ ବିକାଶ ସବୁବେଳେ ଏକ ଶକ୍ତିଶାଳୀ ଏବଂ ବିକଶିତ ଗ୍ରାମୀଣ ଭାରତ ଗଠନରେ ସହଯୋଗ କରିବାକୁ ଏକ ଉତ୍ତମ ପ୍ରୟାସ ।
ଏସବିଆଇ ସଞ୍ଜୀବନୀ ମାଗଣା ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ମଙ୍ଗଳବାର ସକାଳ ଉଦଘାଟନ ପରେ ରାୟଗଡ଼ା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ରଘୁବାରୀ, ପାର୍ସାଲୀ କଲ୍ୟାଣସିଂହପୁର ବ୍ଲକ ଏବଂ ମୁନିଗୁଡା ବ୍ଲକରେ ବୁଲି ୧୧ଦିନ ଧରି ମୋବାଇଲ୍ କ୍ଲିନିକ୍ କାର୍ଯ୍ୟକ୍ଷମ ହେବ।
ଉକ୍ତ ଉଦଘାଟନୀ ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ,ଡକ୍ଟର ମମତା ସାହୁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, କୁଷ୍ଠରୋଗ ଏବଂ ପରିବାର କଲ୍ୟାଣ ଇନଚାର୍ଜ . ଶ୍ରୀ ରାଜେଶ ପଟ୍ଟନାୟକ, ଏନ୍ଏଚ୍ଏମ୍ ଡିପିଏମ୍, ପିପିଟି ସଂଯୋଜକ ଶ୍ରୀମତୀ ସୁସ୍ମିତା ମହାରଣା ଏବଂ ସଞ୍ଜୀବନୀ ସଞ୍ଜୀବାନି କ୍ଲିନିକ୍ ଅନ୍ ହ୍ୱିଲ ର ପ୍ରକଳ୍ପ ସଂଯୋଜକ ଶ୍ରୀ ବିଷ୍ଣୁ ଚରଣ ପଣ୍ଡା ଉପସ୍ଥିତ ଥିଲେ।
ଏଥିସହ ହିନ୍ଦୁସ୍ତାନ ଲାଟେକ୍ସ ଫେମିଲି ପ୍ଲାନିଁ ଏବଂ ପ୍ରମୋସନାଲ ଟ୍ରଷ୍ଟର ନ୍ୟାସନାଲ ଲିଡ୍ ଶ୍ରୀ ଅମୃତ ସାଗର, ସିନିୟର ମ୍ୟାନେଜର ଶ୍ରୀ ସଞ୍ଜୟ ଶୁକ୍ଲା ଏବଂ ପ୍ରୋଗ୍ରାମ ଅପରେସନ୍ ମ୍ୟାନେଜର ଶ୍ରୀ ରାଜେଶ ବେହେରା ସହାୟତା ଏବଂ ଏହି ମୂଲ୍ୟବାନ ସୁଯୋଗ ପ୍ରଦାନ କରିଥିବାରୁ ରାୟଗଡା ସ୍ୱାସ୍ଥ୍ୟ ପ୍ରଶାସନ ଏବଂ ଏସବିଆଇ ଫାଉଣ୍ଡେସନକୁ କୃତଜ୍ଞତା ଜଣାଇଛନ୍ତି।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *