June 13, 2025
Home » ଜିଲ୍ଲାପାଳଙ୍କ ଦ୍ୱାରା ଶୁଭରମ୍ବ ମିଶନ ଶକ୍ତିର ଗେଣ୍ଡୁ ଫୁଲ ଚାରା ରୋପଣ କାର୍ଯ୍ୟକ୍ରମ

ଜିଲ୍ଲାପାଳଙ୍କ ଦ୍ୱାରା ଶୁଭରମ୍ବ ମିଶନ ଶକ୍ତିର ଗେଣ୍ଡୁ ଫୁଲ ଚାରା ରୋପଣ କାର୍ଯ୍ୟକ୍ରମ

0
WhatsApp Image 2024-08-01 at 8.45.20 PM

ଓଡିଶା ଜୀବିକା ମିଶନ ତରଫରୁ ମିଶନ ଶକ୍ତି ମହିଳା ମାନଙ୍କ ସ୍ୱାବଲମ୍ବୀ କରି ସେମାନଙ୍କ ଜୀବନ ମାନ ବୃଦ୍ଧି କରିବା ପାଇଁ ବିଭିନ୍ନ ଯୋଜନାର କାର୍ଯ୍ୟ କରି କଟାଯାଉଛି । କଲାନାରା ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କଲାନାରା ବ୍ଲକର ଡ଼ିମିରିଗୁଡା ଗ୍ରାମ ପଂଚାୟତ ଆନ୍ତର୍ଗତ କେ ଡେଙ୍ଗା୍ସର୍ଗୀ ଗ୍ରାମରେ ଆଜି ଗେଣ୍ଡୁ ଫୁଲ ଚାରା ରୋପଣ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ ଶୁଭରମ୍ବ କରିଛନ୍ତି ।

ମିଶନ ଶକ୍ତି ମା ମାନଙ୍କ ସହିତ ଜିଲ୍ଲାପାଳ ଚାରା ରୋପଣ ଉତ୍ସାହିତ କରିଥିଲେ । ବ୍ଲକର ବଡ ଖିଲାପଦର,ବଂକିଲ, ଡୁମୁରିଗୁଡା,ଗଦିଶେଷଖାଳ, ଖେଡାପଡା, କଲାନାରା, ମୁକୁନ୍ଦପୁର, ରେଖାପଦର ଏବଂ ଥେରୁବାଲି ଆଦି ୯ଗୋଟି ଗ୍ରାମପଞ୍ଚାୟତର ୧୭ଗୋଟି ଗ୍ରାମର ୫୧ଏକର ଜାଗାରେ ଏକ ଲକ୍ଷ ଏକୋଇଶ ହଜାର ଚାରା ରୋପଣ କରାଯିବାର ଲକ୍ଷ ରଖାଯାଇଛି ।‌ ଏହାସହିତ ଜିଲ୍ଲାର ଅନ୍ୟ ବ୍ଲକରେ ମଧ୍ୟ୍ୟ ଗେଣ୍ଡୁଫୁଲ ଚାଷ କରି ମିଶନ ଶକ୍ତି ମହିଳା ମାନଙ୍କୁ ଆର୍ଥିକ ସ୍ୱବାଲମ୍ବୀ କରିବାର ଲକ୍ଷ ରଖାଯାଇଛି । ଜିଲ୍ଲାପାଳଙ୍କ ସହିତ ଆଜିର ଏହି କାର୍ଯ୍ୟକ୍ରମରେ ବିଡ଼ିଓ କଲାନାରା ରୀନା ପ୍ରଧାନ,ସହକାରୀ ନିର୍ଦେଶକ ଓରମାସ ମନୋଜ କୁମାର ପାତ୍ର, ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ହେମନ୍ତ ବାଗ ଯୋଗଦାନ କରି ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ ।

 

କୋରାପୁଟ ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

 

Leave a Reply

Your email address will not be published. Required fields are marked *