January 25, 2025
Home » ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରେ ଭତ୍ତା ଓ ଗୃହ ନିର୍ମାଣ ନିମନ୍ତେ ସର୍ବାଧିକ ଅଭିଯୋଗ

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରେ ଭତ୍ତା ଓ ଗୃହ ନିର୍ମାଣ ନିମନ୍ତେ ସର୍ବାଧିକ ଅଭିଯୋଗ

0

ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ମିଳିତ ଯୁଗ୍ମ ଜନଶୁଣାଣୀ ଶିବିର ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ଅନ୍ୟା ଦାସ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବୀରେନ୍ଦ୍ର କୁମାର ନାୟକ ଯୁଗ୍ମ ଜନଶୁଣାଣୀ ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୯୭ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ୮୦ ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ୧୭ ଗୋଟି ସାମୁହିକ ଅଭିଯୋଗ ଗ୍ରହଣ କରାଯାଇଛି l ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା l ଏବିଡିଓ ଆନନ୍ଦ ଚନ୍ଦ୍ର ମିଶ୍ର ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରେ ସୁବର୍ଣ୍ଣପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା, ପଞ୍ଚାୟତ ସମିତି ଅଧ୍ୟକ୍ଷା ଅହଲ୍ୟା ସାହୁ ଙ୍କ ସମେତ ଜିଲ୍ଲା ସ୍ତରରୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର , ଉପ ଜିଲ୍ଲାପାଳ ସୋନପୁର ସୂରଜ କୁମାର ପଟ୍ଟନାୟକ , ପୂର୍ତ୍ତ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଇଂ. ଦାମୋଦର କୈବର୍ତ୍ତ, ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ , ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ଚରଣ ମାଝୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଚ୍ୟୁତାନନ୍ଦ ସିଂ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଳା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ , ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର , ଜିଲ୍ଲା ଶ୍ରମ ଅଧିକାରୀ ସବିତା କୁମାରୀ ନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରସନ୍ନ କୁମାର ପଟ୍ଟନାୟକ , ନିର୍ବାହୀ ଯନ୍ତ୍ରୀ ଟି ପି ଡବ୍ଲୁ ଓ ଡି ଏଲ ଅଶୋକ କୁମାର ମିଶ୍ର, ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବି ଏନ ରେଡ୍ଡୀ, ଗ୍ରାମ୍ୟ ବିଭାଜନ ବିଭାଗ ସୋନପୁର ଉପଖଣ୍ଡଅଧିକାରୀ ବୀରେନ୍ଦ୍ର କୁମାର ତ୍ରିପାଠୀ,ନିର୍ବାହୀ ଯନ୍ତ୍ରୀ ଉଠାଜଳ ସେଚ ପ୍ରକଳ୍ପ ପ୍ରଫୁଲ୍ଲ କୁମାର ବେହେରା, ଉପ ନିର୍ଦେଶକ ହେଣ୍ଡିକ୍ରାଫ୍ଟ ବନମାଳୀ ଟପ୍ପୋ, ଫରେଷ୍ଟ ରେଞ୍ଜ ଅଫିସର ଡମ୍ବରୁ ଧର ପ୍ରଧାନ, ଉପ ନିର୍ଦେଶକ ହସ୍ତତନ୍ତ ବିନୟ ପୃଷ୍ଟି, ଜି.ଏମ. ଜିଲ୍ଲା ଶିଳ୍ପ କେନ୍ଦ୍ର ଅଭିଜିତ ତ୍ରିପାଠୀ, ସିଡିଭିଓ ଡ଼ଃ.ପରମାନନ୍ଦ ସେଠୀ, ତହସିଲଦାର ରାମପୁର ବିମଳ ପାତ୍ର , ଡେପୁଟି କଲେକ୍ଟର (ଗ୍ରୀଭେନସ) ଶୁଭଶ୍ରୀ ରଥ,ସିଡିପିଓ ଜୟନ୍ତୀ ଗଡତିଆ, ଏଇ ସୁବନାଦ ମାଝୀ,ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ , ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ | ଅଭିଯୋଗ ଶୁଣାଣି ଶିବିରରେ ଡୁଙ୍ଗୁରିପାଲି ବଣିକ ସଂଘ ପକ୍ଷରୁ ବରଗଡ -ବରିଗୁମା ୨୬ ନମ୍ବର ଜାତୀୟ ରାଜପଥ ର ଡୁଙ୍ଗୁରିପାଲି ଶିଶୁ ମନ୍ଦିର ଛକ ଠାରୁ ଏଫସିଆଇ ଛକ ରାସ୍ତା ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ହୋଇ ମରଣଯନ୍ତା ହୋଇ ଥିବା ନେଇ ଶୀଘ୍ର ମରାମତି କରିବା ସକାଶେ ଅଭିଯୋଗ ହୋଇ ଥିବା ବେଳେ ଗତ ଶୁକ୍ରବାର ଦିନ ବ୍ଲକ ପରିସରରେ ଇଛାପୁର ସରପଞ୍ଚ ଙ୍କୁ ଭୁଜାଲି ରେ ଆକ୍ରମଣ କରି ଫେରାର ଥିବା ଅଭିଯୁକ୍ତ ଦୁଇ ଜଣକୁ ଶୀଘ୍ର ଗିରଫ କରିବା ନେଇ ଡୁଙ୍ଗୁରିପାଲି ସରପଞ୍ଚ ସଂଘ ଓ ସମିତି ସଭ୍ୟ ସଂଘ ପକ୍ଷରୁ ଅଭିଯୋଗ ହୋଇ ଥିଲା | ଅନ୍ୟ ପକ୍ଷେ ବର୍ତ୍ତମାନ ସାରଦେଶ ରେ ବର୍ଷା ଲାଗି ରହିଥିବା ବେଳେ ଶ୍ରାବଣ ମାସରେ ବର୍ଷା ହୋଇଥିବା ବେଳେ ଦିଗଶିରା ହରିଜନ ପଡ଼ା ରେ ଦୀର୍ଘ ଦିନ ହେବ ଅଙ୍ଗ ନଦୀ ରୁ ଆସୁଥିବା ଜଳ ଯୋଗାଣ ପାଣି ପାଉ ନ ଥିବାରୁ ଏ ନେଇ ହରିଜନ ପଡ଼ା ର ପୂର୍ବତନ ୱାର୍ଡ ସଭ୍ୟ ଦୀନବନ୍ଧୁ ସୁନା ଜିଲ୍ଲାପାଳ ଙ୍କ. ଅଭିଯୋଗ ଶୁଣାଣି ଶିବିର ରେ ପଡ଼ା କୁ ଏକ ନୂତନ ପାଇପ ଯୋଗେ ପାଣି ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ପାଖରେ ଅଭିଯୋଗ କରିଥିଲେ l ପାଣି ସମସ୍ୟା କୁ ନେଇ ଜିଲ୍ଲାପାଳ ୭ ଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ |ଦିଗଶିରା ଗ୍ରାମପଞ୍ଚାୟତ ପରିସରରେ ଥିବା ହନୁମାନ ମନ୍ଦିର ପାର୍ଶ୍ୱ ହରିଜନ ପଡ଼ା ରାସ୍ତା ଉପରେ ଗ୍ରାମର ଜଣେ ବ୍ୟକ୍ତି ଅନଧିକାର ଗୃହ ନିର୍ମାଣ କରିଥିବାରୁ ତାଙ୍କୁ ଉଛେଦ କରିବା ଓ ସେହି ଯାଗା କୁ ଭୂମି ବାରଣ କରିବା ପାଇଁ ପଡ଼ାବାସୀ ଙ୍କ ମଧ୍ୟରୁ ଅଭିଯୋଗ ହୋଇଥିଲା l ଏହାର ବିହିତ ପଦକ୍ଷେପ ୩ ଦିନ ମଧ୍ୟରେ ଗ୍ରହଣ କରିବା ପାଇଁ ରାମପୁର ତହସିଲଦାର ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇ ଥିଲେ | ସର୍ବାଧିକ ଭତ୍ତା ଓ ଗୃହ ନିର୍ମାଣ କୁ ନେଇ ଶିବିର ରେ ଅଭିଯୋଗ ହୋଇଥିଲା |
ଦିଗଶିରା ହରିଜନ ପଡ଼ା ରେ ଦୀର୍ଘ ଦିନ ହେବ ଅଙ୍ଗ ନଦୀ ରୁ ଆସୁ ଥିବା ଜଳ ଯୋଗାଣ ପାଣି ପାଉ ନ ଥିବାରୁ ଏ ନେଇ ହରିଜନ ପଡ଼ା ର ପୂର୍ବତନ ୱାର୍ଡ ସଭ୍ୟ ଦୀନବନ୍ଧୁ ସୁନା ଜିଲ୍ଲାପଳ ଙ୍କ ଅଭିଯୋଗ ଶୁଣାଣି ଶିବିରରେ ପଡ଼ା କୁ ଏକ ନୂତନ ପାଇପ ଯୋଗେ ପାଣି ଯୋଗାଇ ଦେବା ପାଇଁ ଜିଲ୍ଲାପାଳ ଅଭିଯୋଗ କରିଥିଲେ |ପାଣି ସମସ୍ୟା କୁ ନେଇ ଜିଲ୍ଲାପାଳ ୭ ଦିନ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି l

 

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *