February 7, 2025
Home » ଜିଲ୍ଲାର ଭାରତୀୟ ଜନତା ଯୁବା ମୋର୍ଚ୍ଚା ପକ୍ଷରୁ ୨୫ତମକାର୍ଗିଲ ବିଜୟ ଦିବସର ବାର୍ଷିକୀ ପାଳିତ

ଜିଲ୍ଲାର ଭାରତୀୟ ଜନତା ଯୁବା ମୋର୍ଚ୍ଚା ପକ୍ଷରୁ ୨୫ତମକାର୍ଗିଲ ବିଜୟ ଦିବସର ବାର୍ଷିକୀ ପାଳିତ

0

 

କାର୍ଗିଲ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟକୁ ପାଳନ କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୬ରେ ଭାରତରେ କାର୍ଗିଲ ବିଜୟ ଦିବସ ପାଳନ କରିଆସୁଛି । ଭାରତୀୟ ସୈନିକମାନଙ୍କ ସାହସିକତା ଏବଂ ବଳିଦାନକୁ ସମ୍ମାନ ଜଣାଇ ଦେଶବ୍ୟାପୀ ଜୁଲାଇ ୨୬ରେ କାର୍ଗିଲ ବିଜୟ ଦିବସର ୨୫ତମ ବାର୍ଷିକୀ ପାଳନ କରିଛି। କେନ୍ଦ୍ର ଓ ରାଜ୍ୟ ନିର୍ଦ୍ଦେଶ କ୍ରମେ ରାୟଗଡ଼ ଜିଲ୍ଲାର ଭାରତୀୟ ଜନତା ଯୁବା ମୋର୍ଚ୍ଚା ସଭାପତି ଉମେଶ ଖସଲାଙ୍କ ନେତୃତ୍ୱରେ ଗତକାଲି ବିଜେପି ଜିଲ୍ଲା କାର୍ଯ୍ୟଳୟରେ ଦିନ ୧୧ଘଣ୍ଟିକା ସମୟରେ ବିଜୟ ଦିବସ ଉପଲକ୍ଷେ ଏକ ମଶାଲ ପ୍ରଜ୍ବଳନ କରାଯାଇଥିଲା ଯାହା କି (ଦିର୍ଘ ୨୫ ଘଣ୍ଟା )ଆଜି ଦିନ ୧୨ଟା ପର୍ଯ୍ୟନ୍ତ ପ୍ରଜ୍ବଳିତ ହୋଇ ରହିଥିଲା । ଆଜି ସଭାପତି ଉମେଶ ଖସଲାଙ୍କ ନେତୃତ୍ୱରେ ସମସ୍ତ ୨୫ ମଣ୍ଡଳର ସଦସ୍ୟମାନେ ଜଗନ୍ନାଥ ମନ୍ଦିର ଠାରୁ ଏକ ମଶାଲ -“ବିଜୟ ଦୀପ” ବିଶାଳ ରାଲିରେ ବାହାରି ବିଜୁ ପଟ୍ଟନାୟକ ଅଡିଟରିଅମ ଠାରେ ପହଞ୍ଚି ଏକ ବିରାଟ ଜନସଭାର ଆୟୋଜନ କରିଥିଲେ ।

ଏକ ମଶଲ ମାର୍ଚ୍ଚରେ ସ୍ଥାନୀୟ ସମସ୍ତ ସ୍କୁଲ ଓ କଲେଜରେ ଛାତ୍ରଛାତ୍ରୀମାନେ ବହୁ ସଙ୍ଖ୍ୟରେ ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଗିଲ ବିଜୟ ଦିବସର ୨୫ତମ ବାର୍ଷିକୀ ପାଳନ ଅବସରରେ ଅଖଣ୍ଡ ଦିପ (ମଶାଲଟି ) ୨୫ ଘଣ୍ଟା ଧରି ଆଲୋକିତ ହୋଇଥିଲା | ଆୟୋଜିତ ଉକ୍ତ କାର୍ଯ୍ୟକ୍ରମଟିକୁ ଜିଲ୍ଲା ସଭାପତି ଶିବ ପଟନାୟକଙ୍କ ସଭାପତିତ୍ବରେ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଏକ ବିଶାଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ କୋରାପୁଟ ବିଜେପି ଲୋକସଭା ସା°ସଦ ପାର୍ଥି କାଳିଦାସ ମାଝି,ବିଧାୟକ ପାର୍ଥି ବସନ୍ତ ଉଲ୍ଲାକା,କୋରାପୁଟ ଓ ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ,ଚଗଲା ପଣ୍ଡା,ରାଜ୍ୟ ଉପସଭାପତି ନିଳାଦ୍ରୀ ବିହାରୀ ପାତ୍ର ,ଟୁଟୁ ଦାସ ମଞ୍ଚାସିନ ହୋଇଥିଲେ । ଏହି ଅବସରରେ ଯୁବକମାନଙ୍କୁ ସମ୍ବୋଧିତ କରିବାବେଳେ କାଳିଦାସ ମାଝି କହିଥିଲେ କାର୍ଗିଲ ଯୁଦ୍ଧକୁ ଏକ ବିଶେଷ ପରିସ୍ଥିତିର ଯୁଦ୍ଧ ବୋଲି କହିଥିଲେ ।

ଆମର ସାହସୀ ସୈନିକମାନେ ଅଟକି ନଥିଲେ, ସେମାନେ ଯୋଜନାବଦ୍ଧ ଭାବେ ଠିକ ଢଙ୍ଗରେ ଯୁଦ୍ଧ କରିଥିଲେ ଏବଂ ପୁନର୍ବାର କାର୍ଗିଲର ଅପହଞ୍ଚ ଶିଖରରେ ତ୍ରିକୋଣକୁ ଉପରକୁ ଉଠାଇଲେ | ବିଜେପିର ପ୍ରତିନିଧୀ ଭାବରେ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ସେଠାକୁ ଯାଇ କାର୍ଗିଲ ଯୁଦ୍ଧ ସମୟରେ ସୈନିକମାନଙ୍କୁ ଉତ୍ସାହିତ କରିଥିଲେ। ବିଶ୍ୱ ଆଜି ଭାରତ ମାତା କି ଜୟ ମାନେ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ହିଁ ଚିହ୍ନି ଥାଏ । ବିଶ୍ୱ ସ୍ତରରେ ଭାରତର ଯସଶ୍ଵି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଭାରତର ସଭ୍ୟତା ଓ ସଂସ୍କୃତି ଖ୍ୟାତି ନାମ ଅର୍ଜନ କରିପାରିଛି । ପୂର୍ବରୁ ଏପରି ନେତୃତ୍ୱ ଦେଖିବାକୁ ମିଳିନଥିଲା ବୋଲି କହିଥିଲେ ମଝି । ମଞ୍ଚାସିନ ଅତିଥିଗଣ ଯୁବକମାନଙ୍କ ସମାବେଶକୁ ସମ୍ବୋଧିତ କରିଥିଲେ । ଏହି ଘଟଣାଗୁଡ଼ିକ ଆମର ସୈନିକମାନଙ୍କ ବଳିଦାନକୁ ସମ୍ମାନ ଦେବା ଏବଂ ଯୁବକମାନଙ୍କ ମଧ୍ୟରେ ଏକ ଗର୍ବ ଏବଂ ଦେଶପ୍ରେମର ଭାବନାକୁ ବଢାଇବା ପାଇଁ ବିଜେୟାଇଏମ୍ ର ପ୍ରତିବଦ୍ଧତାକୁ ସୂଚିତ କରିବା ସହ ଜାତୀୟତାର ଆତ୍ମାକୁ ବଞ୍ଚାଇ ରଖିବା ଏବଂ କାର୍ଗିଲ ବିଜୟ ଦିବସଙ୍କ ଉତ୍ତରାଧିକାରୀଙ୍କୁ ସମ୍ମାନ ଓ ଉତ୍ସାହର ସହିତ ପାଳନ କରାଯିବା ପାଇଁ ବିଜେୟାଇଏମ ର ଉତ୍ସର୍ଗୀକୃତ ରହିଛି କହିଥିଲେ ଜିଲ୍ଲା ସଭାପତି ଖୋସଲା ।

 

 

ରାୟଗଡା ଜିଲ୍ଲା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *