July 15, 2025
Home » ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମହୋତ୍ସବ ଉଦଘାଟିତ

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମହୋତ୍ସବ ଉଦଘାଟିତ

0
WhatsApp Image 2024-12-13 at 2.07.23 PM

ମାଲାକନଗିରିର ସ୍ଥାନୀୟ ଏମ୍‌.ଭି. ୭ ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ପରିସରରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମହୋତ୍ସବ ଉଦଘାଟିତ ସମାରୋହ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାୟକ ମାନଙ୍କ ପ୍ରତିନିଧିଗଣ ଏବଂ ନବରଙ୍ଗପୁର ସାଂସଦ ପ୍ରତିନିଧିଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଓ ପ୍ରାଣୀ ବିଭାଗ ବୈଜ୍ଞାନିକ ଡା ସୁଶାନ୍ତ ଦାଶ ପ୍ରଥମେ ଷ୍ଟଲ ଗୁଡ଼ିକ ବୁଲି ଦେଖିବା ପରେ ମଞ୍ଚାସିନ ହୋଇଥିଲେ । ମଞ୍ଚଷିନ ଥିବା ସମସ୍ତ ଅତିଥିଙ୍କୁ ପ୍ରାଣୀ ବିଭାଗ ବୈଜ୍ଞାନିକ ଡା ସୁଶାନ୍ତ ଦାଶ ଅଭିନନ୍ଦନ ଜଣାଇବ୍ବା ସହ ରାଜ୍ୟ ସରକାରଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ମୂଳ ଉଦେଶ୍ୟ ନେଇ ସମ୍ୟକ ବାର୍ତ୍ତା ପ୍ରଦାନ କରିଥିଲେ । ଏଥିସହ ମଞ୍ଚାସିନ ଥିବା ଅତିଥି ମାନେ ନିଜ ନିଜ ଉଦବୋଧନରେ ସରକାରଙ୍କର ବିଭିନ୍ନ ଯୋଜନା, ଭତ୍ତା ବିଷୟରେ ସୂଚନା ଦେବା ସହ ଆୟୋଜିତ ଉକ୍ତ ମେଳାରେ ସରକାରଙ୍କର ମାଛ ଚାଷ ଏବଂ ପ୍ରାଣୀ ପାଳନ ପାଇଁ ବିଭିନ୍ନ ସ୍ଚିମ ,ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣି ତାକୁ ଠିକ ଦିଗରେ ଉପଯୋଗ କରିବା ଦ୍ୱାରା ଲାଭବାନ ହୋଇପାରିବେ ବୋଲି ସଭାରେ ଉପସ୍ଥିତ ଚାଷୀଙ୍କୁ ପ୍ରେରଣା ଦେଇଥିଲେ । ମାଲକାନଗିରି ଜିଲ୍ଲାରେ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ସମ୍ପଦର ଭିତିଭୂମି, ଉନ୍ନତମାନର ଥିବାବେଳେ ସରକାରଙ୍କ ସମସ୍ତ ସୁବିଧା ଉପଭାଗ କରିବା ନିହାତୀ ଆବଶ୍ୟକ। ମାଛ ଚାଷ ପାଇଁ ପୋଖରୀ ଗୁଡିକୁ ଜଳ ବିଶୋଧନ ଅତ୍ୟନ୍ତ ଆବଶ୍ୟକ । ଏଥିସହ ଜିଲ୍ଲାରେ ଅପପୃଷ୍ଟି ଦୂର କରିବାକୁ ହେଲେ ଦୁଗ୍ଧଜାତୀୟ ଦ୍ରବ୍ୟ, ଜୈବିକ ଖତସାର, ଉନ୍ନତ ଧରଣର ମାଛ ଉତ୍ପାଦନ ସହ ଗୋପାଳନ, କୁକୁଡା ପାଳନ, ଛେଳି ପାଳନ କରିବା ଫଳରେ ମାଛ ଚାଷ ସହିତ ପ୍ରାଣୀସମ୍ପଦର ବିକାଶ ନିଶ୍ଚିତରୂପେ ମାଛଚାଷୀ ଓ ପ୍ରାଣୀପାଳକ ଭାଇଭଉଣୀମାନଙ୍କ ଆର୍ଥିକ ଉନ୍ନତିରେ ସହାୟକ ହୋଇପାରିବ ବୋଲି ମଞ୍ଚାସିନ ଥିବା ଅତିଥିଗଣ ନିଜନିଜ ବକ୍ତବ୍ୟରେ କହିଥିଲେ । ଏହି ଉପଲକ୍ଷେ କୋରୁକୋଣ୍ଡା ବ୍ଲକର ସୁଶାନ୍ତ ମଣ୍ଡଳ, ଉନ୍ନତ ଧଣର ଡାଇରି ଫାର୍ମ କରିଥିବାରୁ ତାଙ୍କୁ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ ସହ ସାତଜଣ ଉତମ ମତ୍ସ୍ୟଚାଷୀ ପରିବାରର ପିଲାମାନଙ୍କୁ ୮୦ ହଜାର ଟଙ୍କା ସ୍କୋଲାରସିପ ରାଶି ପ୍ରଦାନ କରା ଯାଇଥିଲା । ଏହି ଅବସରରେ ବାଲିମେଳାର ୩୦୦ ମତ୍ସ୍ୟଜୀବିଙ୍କୁ ମାଛ ଜାଲ ପ୍ରଦାନ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରାଣୀ ଚିକିତ୍ସକ ଅଧିକାରୀ, ମତ୍ସ ସମ୍ପ୍ରସାରଣ ଅଧିକାରୀ ସମେତ ଅନୁଷ୍ଠିତ ମେଳା କାର୍ୟ୍ୟକ୍ରମରେ ଜିଲାର ପ୍ରତ୍ୟେକ ଅଞ୍ଚଳର ବିଭିନ୍ନ ପ୍ରକାର ପ୍ରାଣି ସମ୍ପଦ ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନେ ଯୋଗଦେଇ ନିଜ ନିଜ ଅଞ୍ଚଳର ଉନ୍ନତମାନର ଗାଇ, ଛେଳି, କୁକୁଡ଼ା, ବତକ, ସହିତ କୃଷି ଯନ୍ତ୍ରପତି ବିଭିନ୍ନ ଷ୍ଟଲ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା ।
ପରିଶେଷରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ସୁଶାନ୍ତ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *