ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ସ୍ୱୟଂଶାସିତ ମହାବିଦ୍ୟାଳୟ ହିରକ ଜୟନ୍ତୀ ପ୍ରେକ୍ଷାଳୟଠାରେ ଆୟୋଜିତ ।
ନୟାଗଡ଼ ଜିଲ୍ଲା ପ୍ରଶାସନ, ରାଜ୍ୟ ଯୁବ ଓ କ୍ରୀଡ଼ା ବିଭାଗ, ଓଡିଶା ଏବଂ ଯୋଗ ମହୋତ୍ସବ ସମିତି, ଓଡିଶାଙ୍କ ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ – ୨୦୨୬ ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ପ୍ରେକ୍ଷାଳୟ ଠାରେ ତା୨୧ ଜୁନ ୨୦୨୬ ରିଖରେ ଆୟୋଜିତ ହୋଇଯାଇଛି ଏହି କାର୍ଯ୍ୟକ୍ରମର ମୁଖ୍ୟବାର୍ତ୍ତା ହେଉଛି “ନିୟମିତ ଯୋଗ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ” । ସୁସ୍ଥ ବାର୍ଦ୍ଧକ୍ୟ ନିମନ୍ତେ ଯୋଗର ମହତ୍ଵ ପ୍ରଚାର ଓ ପ୍ରସାର କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଅଟେ।


ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ,ଜିଲ୍ଲାପାଳ ମଧୁମିତା ରଥ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ୟୋତି ସାମନ୍ତରାୟ, ଅରିତିକ୍ତ ଜିଲ୍ଲାପାଳ ଶ୍ରୀମତି ରୋଜିନା ଦାସ ,ମୁଖ୍ୟ ଉନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ, ଜିଲ୍ଲା କ୍ରୀଡା ଅଧିକାରୀ ତଥା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଜାତା ସାହୁ, ନୟାଗଡ ପୌରପରିଷଦ ନିର୍ବାହୀ ଅଧିକାରୀ ସ୍ନେହାଞ୍ଜଳି ଆଚାର୍ଯ୍ୟ, ନୟାଗଡ ଯୋଗ ସମିତି ସଂଯୋଜକ ଶ୍ରୀ ରମେଶ ମହାରଣା ଓ ଶ୍ରୀ କମଳାକାନ୍ତ ନାୟକ, ଯୋଗ ପ୍ରଶିକ୍ଷକ ପ୍ରତାପ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ| ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିକ୍ଷା ସଂସ୍ଥା, ଯୁବ ସଂଗଠନ, ସାମ୍ବାଦିକ ବର୍ଗ, ଜନ ପ୍ରତିନିଧିଙ୍କ ସହିତ ସମାଜର ବିଭିନ୍ନ ବର୍ଗର ପ୍ରାୟ ୬୦୦ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରିଥିଲେ। ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମଟି ପ୍ରାତଃ ୬ ଘଟିକାରୁ ୮ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଯୋଗ ମହୋତ୍ସବ ସମିତି, ଓଡିଶାର ଯୋଗ ଶିକ୍ଷକ ମାନେ ଏହି ଯୋଗାଭ୍ୟାସ କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ମୁଖ୍ୟ ସହାୟକ ହୋଇଥିଲେ। ଏହି କାର୍ଯ୍ୟକ୍ରମଟିକୁ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ତଥା ଜିଲ୍ଲା କ୍ରୀଡା ଅଧିକାରୀ ସୁଜାତା ସାହୁ ସୁପରିଚାଳନା କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ |
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
