August 21, 2026
Home » ଜିଲ୍ଲା ଆଇନସେବା ପ୍ରାଧିକାରଣ, ବାଲେଶ୍ୱର ଆନୁକୂଲ୍ୟରେ ସାଇକେଲ ରାଲି ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ର ଆୟୋଜନ

ଜିଲ୍ଲା ଆଇନସେବା ପ୍ରାଧିକାରଣ, ବାଲେଶ୍ୱର ଆନୁକୂଲ୍ୟରେ ସାଇକେଲ ରାଲି ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ର ଆୟୋଜନ

0
WhatsApp Image 2026-01-28 at 3.26.33 PM

ବାଲେଶ୍ୱର: ଜିଲ୍ଲା ଆଇନସେବା ପ୍ରାଧିକରଣ ବାଲେଶ୍ୱର ଆନୁକୂଲ୍ୟରେ ଜାତୀୟ ଆଇନସେବା ପ୍ରାଧିକରଣ ର ଆଶା (ସଚେତନତା, ସହାୟତା, ସହଯୋଗ ଏବଂ କାର୍ଯାନୁଷ୍ଠାନ ) ପ୍ରାମାଣିକ କାର୍ଯ୍ୟ ପଦ୍ଧତି ଅନୁଯାୟୀ ଶିଶୁ କନ୍ୟା ବିବାହ ମୁକ୍ତ ଭାରତ ଗଠନ ପାଇଁ ଏକ ସାଇକେଲ ରାଲି ର ଆୟୋଜନ କରାଯାଇଥିଲା l ଉପରୋକ୍ତ ରାଲିକୁ ଜିଲ୍ଲା ଏବଂ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟନାରାୟଣ ମିଶ୍ର ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ l ଏହି ରାଲି ରେ ଜିଲ୍ଲାର ବିଭିନ୍ନ ଅଗ୍ରଣୀ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଲିଗାଲ ଏଡ଼ ଡିଫେନ୍ସ କାଉନସେଲ, ପାରାଲିଗଲ ସ୍ଵେଛାସେବୀ, ବିଭିନ୍ନ ସ୍ୱୟଂ ସାହାୟିକା ଗୋଷ୍ଟୀର ସଦସ୍ୟା ଏବଂ ବିଭିନ୍ନ ସ୍ଵେଛାସେବୀ ସଂଗଠନର ସଦସ୍ୟ ସଦସ୍ୟା ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଥିଲେ l ଏଥିରେ ବାଲେଶ୍ୱର ମୁଖ୍ୟାଳୟର ଅନ୍ୟାନ୍ୟ ବିଚାର ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ l ଏହି ରାଲିକୁ ଜିଲ୍ଲା ସ୍ଥାୟୀ ଏବଂ ନିରନ୍ତର ଲୋକଅଦାଲତ ର ବିଚାରପତି ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ସୁମନ ଜେନା ପରିଚାଳନା କରିଥିଲେ l ରାଲିର ପରିସମାପ୍ତି ପରେ ଜିଲ୍ଲା ଆଇନସେବା ପ୍ରାଧିକରଣ ବାଲେଶ୍ୱର ଆନୁକୂଲ୍ୟରେ ଜାତୀୟ ଆଇନସେବା ପ୍ରାଧିକରଣର ପରିବେଶିକ ନ୍ୟାୟ ସଚେତନ ଅଭିଯାନ “ଆଜି ସୁରକ୍ଷିତ ରୁହନ୍ତୁ କାଲି ନିଶ୍ଚିତ ରୁହନ୍ତୁ ” ଯୋଜନା ଅନୁଯାୟୀ ବାଲେଶ୍ୱର ଷ୍ଟେସନ ଛକ ସ୍ଥିତ ନ୍ୟାୟିକ କଲୋନୀ ପରିସରରେ ବୃକ୍ଷରୋପଣ କରାଯାଇଥିଲା l ଏଥିରେ ଜିଲ୍ଲା ଏବଂ ଦୌରାଜଜ ବାଲେଶ୍ୱରଙ୍କ ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ଅଧିକାରୀ ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।