ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ସଚେତନତା ଶିବିର

0 5

ରାୟଗଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଅଙ୍ଗନବାଡି କର୍ମୀ ଓ ମହିଳା ସୁପରଭାଇଜର ମାନଙ୍କ ପାଇଁ ଏକ ଅନଲାଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ମନୋରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଶିବିର ରେ ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତି କାମାକ୍ଷୀ ପାଢ଼ୀ ଯୋଗ ଦେଇଥିଲେ l ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ମିଶ୍ର ନିଜର ବକ୍ତବ୍ୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆଇନ ସେବା ସମ୍ପର୍କିତ ଆଇନ ବିଷୟରେ ଆଲୋକପାତ କରିବା ସହିତ ଆଇନ ସେବା ପ୍ରାଧିକରଣର ଲକ୍ଷ୍ୟ ଏବଂ କାର୍ଯ୍ୟକ୍ରମ ଉପରେ କହିଥିଲେ l ସଭା ଶେଷରେ ସୁରକ୍ଷା ଅଧିକାରୀ ଶ୍ରୀମତୀ ପାଢ଼ୀ ଭବିଷ୍ୟତରେ ଏପରି କାର୍ଯ୍ୟକ୍ରମ ଜାରି ରହିଲେ ଲୋକ ମାନେ ସଚେତନ ହୋଇ ପାରିବେ ବୋଲି ଆଶା ପୋଷଣ କରିଥିଲେ l

ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.