ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ରାୟଗଡ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଏକ ମେଗା ଆଇନ ସେବା ଶିବିର ଆୟୋଜିତ

0 8

ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ରାୟଗଡ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ୧୩.୧୧.୨୦୨୧ ରିଖ ଦିନ ଏକ ମେଗା ଆଇନ ସେବା ଶିବିର ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ଇନଚାର୍ଜ ଶ୍ରୀଯୁକ୍ତ ତିରଞ୍ଜନ ପାତ୍ର ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଓ ତାଙ୍କ ବକ୍ତବ୍ୟରେ ଜନ ମଙ୍ଗଳ ରାଷ୍ଟ୍ରରେ ନ୍ୟାୟପାଳିକାର ପ୍ରମୁଖ ଭୂମିକା ଉପରେ ଉଲ୍ଲେଖ କରି ଜନସାଧାରଙ୍କ ସେବାରେ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଶିବିରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଯୋଗଦେଇ ତାଙ୍କ ବକ୍ତବ୍ୟରେ ଜନ କଲ୍ୟାଣ ରାଷ୍ଟ୍ରରେ ନ୍ୟାୟପାଳିକା ଓ ପ୍ରଶାସନର ପ୍ରମୁଖ ଭୂମିକା ଉପରେ ଉଲ୍ଲେଖ କରି ସରକାରଙ୍କ ବିଭିନ୍ନ ଜନ ହିତକାରି ଯୋଜନାର ସଫଳ ରୂପାୟନରେ ସରକାରୀ କର୍ମଚାରୀଙ୍କ ସାଧୁତା ଓ କର୍ତବ୍ୟନିଷ୍ଟ ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଶିବିର ବିଷୟରେ ଶ୍ରୀ ମିଶ୍ର ସମସ୍ତ ଅଧିକାରୀ ମାନଙ୍କ ଅବଗତ କରିଥିଲେ l ଆଇନ ଉପରେ ସଚେତନତା କରି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ମଧ୍ୟ ସଚେତନତା କରାଯିବା ସହ ଜିଲ୍ଲା ସ୍ଥରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ବାରା ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ହିତାଧିକାରୀମାନଙ୍କୁ ବିଭିନ୍ନ ସରକାରୀ ସହାୟତା ପ୍ରଦାନ କରାଯାଇଥିଲା ।ଏହି ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଉକ୍ତ ଶିବିରରେ ଵିଶେଷ କରି ବାର୍ଦ୍ଧକ୍ଷ୍ୟ ,ବିଧବା, ଦିବ୍ୟlଙ୍ଗ ଭତ୍ତା, ଋଣ ଅନୁଦାନ ପତ୍ର,ଜଙ୍ଗଲ ଜମି ପଟ୍ଟା, ଅନ୍ତର୍ଜାତି ବୈବାହିକ ସହାୟତା,ଶିଶୁ ସୁରକ୍ଷା ଶୀକ୍ଷା ତରଫରୁ ଆଶୀର୍ବାଦ ଯୋଜନାରେ ସହାୟତା ପ୍ରଦାନ କରାଯାଇଥିଲା l ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୁରକ୍ଷା କବଚ ଓ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ତରଫରୁ ଆଦିମ ଜନଜାତି ମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା l ଆଗାମୀ ଦିନରେ ଏଥିସହ ବିଭିନ୍ନ ବ୍ଲକରେ ମଧ୍ୟ ଆଇନ ସହାୟତା ଶିବିର ଅନୁଷ୍ଠିତ ହେବା ସହ ବିଭିନ୍ନ ସହାୟତା ପ୍ରଦାନ କରାଯିବ । ଏହି ମେଗା ଆଇନ ସେବା ଶିବିରରେ ପରିବାର ବିଚାରବିଭାଗୀୟ ଜର୍ଜ ଶ୍ରୀଯୁକ୍ତ ଆଶିଷ କୁମାର ତ୍ରିପାଠୀ ।ସମ୍ବିଧାନରେ ଉଲ୍ଲେଖ ଥିବା ଆରଟିକାଲ/ସେକ୍ସନ ୩୯ଏ ଅନୁସାରେ ଯଦି କେହି ଆର୍ଥିକାବସ୍ତା ଦୁର୍ବଳ ଥିବା ବ୍ୟକ୍ତି ନ୍ୟାୟ ପାଇବା ପାଇଁ ଚାହାନ୍ତି ତାହା ହେଲେ ବିନା ମୂଲ୍ୟରେ ନ୍ୟାୟାଳୟ ଦ୍ଵାରା ଯୋଗାଇ ଥିବା ଅକିଲଙ୍କ ସହାୟତାରେ ମୂକଦ୍ଦମା ଲୋଢିପାରିବେ । ଏହା ସାଧାରଣଙ୍କ ଅବଗତ ନିମନ୍ତେ ଉକ୍ତ ଶିବିରରେ ଆଲୋକପାତ କରାଯାଇଥିଲା । ସରକାର ଓ ସ୍ଥlୟୀ ଲୋକାଦଲତର ଅଧ୍ୟକ୍ଷ ଜଜ ଶ୍ରୀଯୁକ୍ତ ହିମାଂଶୁ ଶେଖର ବ୍ରହ୍ମl ତାଙ୍କ ବକ୍ତବ୍ୟରେ ମେଗା ସଚେତନତା ଶିବିରରେ ଆଭୀମୁଖ୍ୟ ଓ ଆଇନ ସେବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଶ୍ରୀ ଯୁକ୍ତ ମନୋରଞ୍ଜନ ମିଶ୍ର ପ୍ରାରମ୍ଭିକ ଭାଷଣ ପ୍ରଦାନ କରି କାର୍ଯ୍ୟକ୍ରମର ଉଦେଶ୍ୟ ସମ୍ବନ୍ଧରେ କହିଥିଲେ l
ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ମୂଖ୍ୟ ବିଚର ବିଭାଗୀୟ ଜଜ ମନୋସରଞ୍ଜନ ଦାସ, ରେଜିଷ୍ଟ୍ରାର ପ୍ରତିମା ପlତ୍ର, ବରିଷ୍ଟ ଦେବାନୀ ଜଜ ସତରୁପା ଶତପଥୀ, ମହିଳା ଅଦାଲତର ଜଜ ସନଲ ଶର୍ମା,ଗ୍ରାମୀଣ ନ୍ୟାୟାଳୟର ଜଜ ଶ୍ରୀ ଯୁଧିଷ୍ଠିର ଦାସ , ଜିଲ୍ଲାପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗଦନ କରିଥିଲେ l ଏହି ମେଗା ଆଇନ ସେବା ଶିବିରରେ ସର୍ବମୋଟ ୨୨୭୦ ହିତାଧିକାରୀଙ୍କୁ ବିଭିନ୍ନ ଯୋଜନାରେ ଯଥା କ୍ରମେ କୋଭିଡରେ ଅନାଥ ହୋଇଥିବା ପିଲାମାନଙ୍କୁ ଆଶୀର୍ବାଦ ଯୋଜନାରେ ସହାୟତା, ପଡି କାର୍ଡ, ଦିବ୍ୟଙ୍ଗ ମାନଙ୍କୁ କୁତ୍ରିମ ଅଙ୍ଗପ୍ରତ୍ୟଙ୍ଗ, ଚଷମା, ପ୍ରଧାନମନ୍ତ୍ରୀ କୌଶଳ ଯୋଜନାରେ ସହାୟତା, ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ଚାଷୀ ମାନଙ୍କୁ ସହାୟତା ଓ ପ୍ରୋତ୍ସାହନ ରାଶୀ ଓ ବିଭିନ୍ନ ସରକାରୀ ଯୋଜନାରେ ସହୟତା ପ୍ରଦାନ କରାଯାଇଛି। ଏହି ମେଗା ଆଇନ ସେବା ଶିବିରରେରେ ସର୍ବମୋଟ ୧୦ ଗୋଟି ପ୍ରଦର୍ଶନୀ ଷ୍ଟଲ ଖୋଲା ହୋଇଥିଲା ଓ ସେଠାରେ ଅନ୍ୟ ହିତାଧିକାରୀମାନଙ୍କୁ ସହାୟତା ମଧ୍ୟ ପ୍ରଦାନ କରଯାଇଥିଲା । ଏହି କାର୍ଯ୍ୟକ୍ରମ ରାୟଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ଦ୍ଵାରା ମିଳିତ ଭାବେ ପରିଚାଳନା କରାଯାଇଥିଲା । ଜୁପିଟର ଇଣ୍ଟରନାସିନାଲ ସ୍କୁଲର ଛାତ୍ରଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବା ବେଳେ ଜିଲ୍ଲା ସଂକୃତି ବିଭାଗ ତରଫରୁ ବାଲ୍ୟ ବିବାହ ନିରାକରଣ ସମ୍ବନ୍ଧିତ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା l ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ କୁମାର ନାଏକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମଞ୍ଚ ପରିଚାଳନା କରିଥିଲେ l

ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.