ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମିଳିତ ଜାତିସଂଘ ଦିବସ ପାଳିତ

0 42

ମିଳିତ ଜାତିସଂଘ ଦିବସ, ଜିଲ୍ଲାର ଆଇନ୍ ସେବା ପ୍ରାଧିକରଣ, ରାୟଗଡ଼ା ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି। ବରିଷ୍ଠ ଦେୱନୀ ବିଚାରପତି ତଥା ଆଇନ ସେବା ପ୍ରାଧିକରଣର ଭାରାପ୍ରାପ୍ତ ସଚିବ ଶ୍ରୀମତୀ ଶତରୂପା ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ତିରଂଜନ ପାତ୍ରଙ୍କ ତତ୍ତ୍ୱାବଧାନରେ ପରିଚାଳିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସ୍ଥାୟୀ ଓ ଚିରନ୍ତନ ଲୋକ ଅଦାଲତର ଅଧ୍ୟକ୍ଷ ହିମାଂଶୁ କୁମାର ବ୍ରହ୍ମା, ମୁଖ୍ୟ ବିଚାରବିଭାଗୀୟ ଦଣ୍ଡାଧିକାରୀ ମନୋରଞ୍ଜନ ଦାସ ଯୋଗଦାନ କରି ମିଳିତ ଜାତିସଂଘ ଗଠନର ତାତ୍ପର୍ଯ୍ୟ ଓ ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଦେଶ ଦେଶ ମଧ୍ୟରେ ଭାତୃତ୍ୱ, ମୈତ୍ରୀ, ଶାନ୍ତି, ସୁରକ୍ଷାର ସ୍ଥାପନା ହେବା ସହ ମିଳିତ ଜାତିସଂଘର ଘୋଷଣା ନାମା ଓ ନିର୍ଦେଶାନାମାକୁ କିପରି ସଦସ୍ୟମାନେ କିପରି କାର୍ଯ୍ୟକାରୀ କରୁଛନ୍ତି, ସେହି ବିଷୟରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ।

ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.