April 14, 2026
Home » ଜିଲ୍ଲା ସ୍ତରୀୟ ଓଡ଼ିଆ ନବବର୍ଷ ଏବଂ ଭାରତରତ୍ନ ବାବାସାହେବ ଡ଼ ଭୀମରାଓ ଆମ୍ବେଦକର ଜୟନ୍ତୀ ପାଳିତ

ଜିଲ୍ଲା ସ୍ତରୀୟ ଓଡ଼ିଆ ନବବର୍ଷ ଏବଂ ଭାରତରତ୍ନ ବାବାସାହେବ ଡ଼ ଭୀମରାଓ ଆମ୍ବେଦକର ଜୟନ୍ତୀ ପାଳିତ

0
WhatsApp Image 2026-04-14 at 2.41.40 PM

 

ଓଡିଆ ପକ୍ଷରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ହେଲେ ପୁରସ୍କୃତ

ବରଗଡ: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ଵାନ କ୍ରମେ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ପାଳନ ଠାରୁ ଆରମ୍ଭ କରି ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ମହା ଆଡମ୍ବରରେ “ଓଡ଼ିଆପକ୍ଷ” ପାଳନ କରାଯାଇଛି । ଓଡ଼ିଆ ସାଂସ୍କୃତିକ ମୂଲ୍ୟବୋଧ, ଚାଲି ଚଳଣି, ଗାଥା ଗୌରବ ଓ ଆମ ପରମ୍ପରାକୁ, ଆମ ଓଡ଼ିଆ ପରିଚୟ ଏବଂ ଓଡ଼ିଆ ଅସ୍ମିତାକୁ ବିଶ୍ୱ ବିଦିତ କରିବା ଲକ୍ଷ୍ୟରେ ଏହି ଭବ୍ୟ ଏବଂ ଦିବ୍ୟ ସମାରୋହକୁ ପାଳନ କରିବା ପାଇଁ ଜିଲ୍ଲାର ବିଭିନ୍ନ ବିଭାଗ ପକ୍ଷରୁ ବ୍ଲକ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଲୋକ ପ୍ରତିନିଧି, ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷାବିତ, ଲେଖକ, ଗାଳ୍ପିକ, କଳାକାର ଓ ସାଧାରଣ ଲୋକଙ୍କୁ ସାମିଲ କରି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏହି କ୍ରମରେ ଆଜି ଓଡ଼ିଆ ପକ୍ଷ ପାଳନର ଅନ୍ତିମ ଦିବସ ତଥା ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଏବଂ ଭାରତୀୟ ସମ୍ବିଧାନର ଜନକ ଭାରତରତ୍ନ ବାବାସାହେବ ଡ଼ ଭୀମରାଓ ଆମ୍ବେଦକରଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସ୍ଥାନୀୟ ଯଦୁମଣି ଅଡିଟରୀୟମ ଠାରେ ମହା ଆଡମ୍ବର ସହକାରେ ପାଳିତ ହୋଇଛି ।

ଏହି ଅବସରରେ ଜିଲ୍ଲାପ୍ରଶାସନ ତଥା ଲୋକ ପ୍ରତିନିଧି, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ପ୍ରଥମେ କଚେରୀ ପରିସର ସ୍ଥିତ ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରଯାଇଥିଲା । ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲଙ୍କ ସମେତ ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା, ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ପୌରଧ୍ୟକ୍ଷା ଶ୍ରୀମତୀ କଲ୍ପନା ମାଝି, ଆମ୍ବେଦକର କମିଟିର ଶ୍ରୀ ଚୈତନ୍ୟ ପାଇକ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ମାଲ୍ୟାର୍ପଣ କରିବା ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହାପରେ ସ୍ଥାନୀୟ ଯଦୁମଣି ଅଡିଟରୀୟମ ଠାରେ “ଓଡ଼ିଆପକ୍ଷ” ପାଳନର ଉଦଯାପନୀ ସମାରୋହ ତଥା ଓଡ଼ିଆ ନବବର୍ଷ ଏବଂ ଭାରତରତ୍ନ ବାବାସାହେବ ଡ଼ ଭୀମରାଓ ଆମ୍ବେଦକର ଜୟନ୍ତୀ ପାଳନ ନିମନ୍ତେ ଏକ ସାଧାରଣ ସଭା ଏବଂ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରେକ୍ଷାଳୟ ସମ୍ମୁଖରେ ୫୦୦ ଶାହ ଦୀପ ଜାଳିବା ଠାରୁ ଆରମ୍ଭ କରି ବାଣ ଫୁଟାଇ ପାରମ୍ପରିକ ନୃତ୍ୟ, ବାଦ୍ୟ, ହୁଳହୁଳି, ଝୋଟି ,ଚିତା, ମୁରୁଜ, ସରବତ,ପିଠା ପଣା, କରି ଅତି ଧୁମ ଧାମ ଏବଂ ଖାଇ ଆନନ୍ଦର ସହିତ ଏହି ଉତ୍ସବ ପାଳନ କରଯାଇଥିଲା ।
ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ସଂସ୍କୃତି ଅଧିକାରୀ ତାହିର ହୁସେନ୍ ପ୍ରମୁଖ ଯୋଗ ଦେଇ ବାବା ସାହେବ ଡ଼ ଆମ୍ବେଦକରଙ୍କ ଆଦର୍ଶ, ତ୍ୟାଗ, ସମାଜ ଗଠନ, ସମାଜର ଦଳିତ ଅବହେଳିତ ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ନିରନ୍ତର ସଂଗ୍ରାମ ଚିରଦିନ ପାଇଁ ସ୍ମରଣୀୟ ହୋଇ ରହିବ । ସମାଜରୁ ଭେଦଭାବ, ଛୁଆଁ ଅଛୁଆଁ ମନୋଭାବ ଦୂର କରିବା ପାଇଁ ଡକ୍ଟର ଆମ୍ବେଦକରଙ୍କ ଅବଦାନ ସର୍ବଦା ମହାନ୍ ହୋଇ ରହିବ କହିଥିଲେ ।ମୁଖ୍ୟ ଵକ୍ତା ତଥା ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା ଆଧୁନିକ ଭାରତରେ ଡ଼ଃ ଆମ୍ବେଦକରଙ୍କ ଜୀବନାଦର୍ଶର ପ୍ରାସଙ୍ଗିକତା ଉପରେ ଆଲୋଚନା କରି ତାଙ୍କ ଆଦର୍ଶ, ତ୍ୟାଗ, ଶ୍ରେଣୀବିହୀନ ସମାଜ ଗଠନ, ସମାଜର ଦଳିତ ଅବହେଳିତ ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ନିରନ୍ତର ସଂଗ୍ରାମ ବିଷୟରେ ବୁଝାଇ କହି ତାଙ୍କ ମହାନ ବ୍ୟକ୍ତିତ୍ୱ, ଦକ୍ଷତା, ଜ୍ଞାନ ଗାରିମା ଏବଂ ସମାଜ ସଂସ୍କାର ସବୁବେଳେ ଉତରପୀଢିଙ୍କୁ ପ୍ରେରଣା ଯୋଗାଇବ ବୋଲି ମତ ପ୍ରକାଶ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ/କର୍ମଚାରୀ, ଛାତ୍ରଛାତ୍ରୀ, ଶିକ୍ଷାବିତ୍‌, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଓଡିଶା ପକ୍ଷ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପରୁସ୍କୃତ କରାଯାଇଥିଲା ।

 

ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍‌ସୀ) ରିପୋର୍ଟ,

Leave a Reply

Your email address will not be published. Required fields are marked *