ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥି ସମ୍ବର୍ଦ୍ଧନା ସମାରୋହ ୨୦୨୪ ଅନୁଷ୍ଠିତ
ଭାରତ ଦେଶର ପ୍ରସିଦ୍ଧ ପଣ୍ଡିତ ତଥା ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ପାଳନ ଅବସରରେ ଗୁରୁବାର ଦିନ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ରାୟଗଡ଼ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଜିଲ୍ଲାପାଳ ପାରୁଲ ପାଟୱନୀ ଭାପ୍ରସେଙ୍କ ମୁଖ୍ୟ ଆତିଥ୍ୟରେ ଜିସିଡି ହାଇସ୍କୁଲ ପଡିଆଠାରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା
ସମାରୋହ -୨୦୨୪ ଅବସରରେ ଦିବା-ଘ ୧୦,୦୦ ଟିକା ସମୟରେ ପ୍ରଥମେ ଅତିଥ୍ୟାମାନଙ୍କ ଦ୍ୱାରା ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥ ଙ୍କ ପଦାରବିନ୍ଦରେ ପ୍ରଦୀପ ପ୍ରଜ୍ଜ୍ଵଳନ କରିବା ପରେ ପ୍ରାରମ୍ଭିକ ସଙ୍ଗୀତରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ଏବଂ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଦ୍ବାରା ମେଧାବୀ ଛାତ୍ରଛାତ୍ରୀ ଓ ଗୁରୁଜନଙ୍କ ନିମନ୍ତେ ଅଭିଭାଷଣ ପ୍ରଦାନ କରି ସେ କହିଥିଲେ ଯେ ଗୁରୁ ବିଦ୍ୟାର୍ଥୀଙ୍କ ସହ ସମାଜର ଭବିଷ୍ୟତ ମଧ୍ଯ ନିର୍ମାଣ କରନ୍ତି ଓ ଶିକ୍ଷାର ବିକାଶରେ ଅତୁଳନୀୟ ଅବଦାନ ପାଇଁ ସମସ୍ତ ଗୁରୁଜୀବୃନ୍ଦଙ୍କୁ ଯଥାମାନ୍ୟ ସମ୍ମାନ ଜଣାଇବା ସହ ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ସମାଜର ଭବିଷ୍ୟତ ଗଠନ ହୋଇପାରୁଛି ।
ତାପରେ ଆଦର୍ଶ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଏଭଳି ଅଭିନବ ପ୍ରୟାସ ଫଳରେ ଜିଲ୍ଲା ସ୍ତରରେ ୭୪ଜଣ ବିଦ୍ୟାର୍ଥୀଙ୍କୁ ମେଧା ସମ୍ମାନ, ବ୍ଳକ ସ୍ତରରେ ୧୧୩୮ଜଣ ବିଦ୍ୟାର୍ଥୀଙ୍କୁ ଗୋଷ୍ଠୀ ସ୍ତରୀୟ ମେଧା ସମ୍ମାନ, ୨୪୫ ଜଣ ଙ୍କୁ ଓଡ଼ିଆ ଭାଷା ବୃତ୍ତି ସମ୍ମାନ ସହ ସମସ୍ତ କୃତ୍ତି ବିଦ୍ୟାର୍ଥୀ ତଥା ଆଦର୍ଶ ଶିକ୍ଷକଙ୍କୁ ମୁଖ୍ୟ ଅତିଥି ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ରାୟଗଡା ବ୍ଳକରୁ ଜଗଦୀଶ ଦୋରା ଓ ଟି ଇଶ୍ଵର ରାଓ, ବିପିନ ବିହାରୀ ବିଶ୍ଵାଳ, ପଦ୍ମପୁର ରୁ ଦିଲ୍ଲୀପ କୁମାର କର, ଦୁଷ୍ମନ୍ତ କୁମାର ମାଝୀ ମୁନିଗୁଡ଼ା, ରବିନ୍ଦ୍ର କୁମାର ତ୍ରିପାଠୀ କାଶୀପୁର, କେ ମୀନା କୁମାରୀ ଉକାମ୍ଵା, ମୀନା କୁମାରୀ ପଟ୍ଟନାୟକ, ବିଶିକେଶନ ବାଗ କୈଳାସପୁର ଓ ରଞ୍ଜିତ କୁମାର ଗିରି ଶିକରପାଇ ଦଶ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ବୃନ୍ଦଙ୍କୁ ଜିଲ୍ଲା ସ୍ତରୀୟ ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ପରେ ପରେ ରାଜ୍ୟ ସ୍ତରୀୟ ଗୁରୁ ଦିବସର କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ସିଧା ପ୍ରସାରଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବେସରକାରୀ ବିଦ୍ୟାଳୟରେ ପୋର୍ଟାଲ୍, ନିପୁଣ ଓଡିଶାର ରାଜ୍ଯ ସ୍ତରୀୟ ଲୋଗୋ ଓ ସଙ୍ଗୀତ ଉନ୍ମୋଚନ, ରାଜ୍ୟ ସ୍ତରୀୟ ମେଧା ବୃତ୍ତି ପୁରସ୍କାର ଓ ଛାତ୍ର ବୃତ୍ତି ବଣ୍ଟନ ଆଦି କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା।ରାୟଗଡ ଜିଲ୍ଲା କନ୍ଧମାଲିଗାଆର ସରକାରି ବାଳିକା ହାଇସ୍କୁଲର ଛାତ୍ରୀ ସାଜାନ୍ତି ଜିଲ୍ଲାକାରା ଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନୀତ କରିଥିଲେ ।
ଜଣେ ମହାନ ପଣ୍ଡିତ, ଦାର୍ଶନିକ ଏବଂ ଭାରତ ରତ୍ନ ପ୍ରାପ୍ତକର୍ତ୍ତା ଥିଲେ ଡକ୍ଟର ରାଧାକ୍ରିଷ୍ଣନ୍ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି | ପ୍ରତିବର୍ଷ ସେପ୍ଟେମ୍ବର ୫, ୧୮୮୮ରେ ଜନ୍ମ ହୋଇଥିବା ରାଧାକୃଷ୍ଣନଙ୍କ ସମ୍ମାନାର୍ଥେ ୫ ସେପ୍ଟେମ୍ବରରେ ଶିକ୍ଷକ ଦିବସ ପାଳନ କରାଯାଏ। ୧୯୬୨ ପରଠାରୁ ସେ ରାଷ୍ଟ୍ରପତି ହେବା ବର୍ଷ ଭାରତ ଏହି ଦିନ ଏହାର ଶିକ୍ଷକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଡକ୍ଟର ରାଧାକୃଷ୍ଣନଙ୍କ ଜନ୍ମ ବାର୍ଷିକୀ ପାଳନ କରିଆସୁଛି ।
ଏହି ଅବସରରେ ସମସ୍ତ ବିଦ୍ୟାଳୟ, କଲେଜ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ସେମାନଙ୍କ ଶିକ୍ଷକମାନଙ୍କ ପାଇଁ ଉକ୍ତ ଦିନକୁ ସ୍ମରଣୀୟ କରିବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଜିଲ୍ଲାର ଅନୁଷ୍ଠାନଗୁଡ଼ିକରେ ଜଣେ ଶିକ୍ଷକଙ୍କ ମହତ୍ତ୍ୱ ଏବଂ ସମାଜ ପ୍ରତି ସେମାନଙ୍କର ଅବଦାନକୁ ଆଲୋକିତ କରି ଛାତ୍ରଛାତ୍ରୀମାନେ ସେମାନଙ୍କର ଶିକ୍ଷକମାନଙ୍କୁ ଈଶ୍ୱରଙ୍କ ଜୀବନ୍ତ ରୂପ ଭାବି ପାଦ ଧୋଇ, କପାଳରେ ତିଲକ ଲଗାଇ ସେମାନଙ୍କ ପାଇଁ ଧୂପକାଠି ଲଗାଇ ସମ୍ମାନୀତ କରିବା ସହଥିଲେ ଶିକ୍ଷକଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲୁ ବୋଲି ଜଣେ ଛାତ୍ରୀ କହିଥିଲେ ।
ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ ଭାସ୍କର ରଇତ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର କଂହର, ରାୟଗଡା ଉପଜିଲ୍ଲାପାଳ ଶ୍ରୀମତୀ କଲ୍ଯାଣୀ ସଂଘମିତ୍ରା ଦେବୀ, ଜିଲ୍ଲା ଶିକ୍ଷାଧିକାରୀ ଡ: ବସନ୍ତ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ, ରାୟଗଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟାନ୍ୟ ବରେଣ୍ୟ ଅତିଥିଙ୍କ ମଧ୍ୟରେ ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ରାୟଗଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୂଲ୍ୟ କୁମାର ସାହୁ, ତହସିଲଦାର ପ୍ରିୟଦର୍ଶିନୀ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ପରିଶେଷରେ ଜିଲ୍ଲାର ବିଭିନ୍ନ ବ୍ଳକର ବିଦ୍ୟାର୍ଥୀ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସମାରୋହ ସ୍ଥଳରେ ଆୟୋଜିତ ଶିକ୍ଷା ଉପକରଣ ଷ୍ଟଲ୍କୁ ଅତିଥି ଉଦଘାଟନ କରିବା ସହ ବୁଲି ଦେଖିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭଜନଲାଲ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମସ୍ତ ବ୍ଳକର ଗୋଷ୍ଠୀ ଶିକ୍ଷାଧିକାରୀ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଜିଲ୍ଲା ଶିକ୍ଷକ ସଂଘ କର୍ମକର୍ତ୍ତା, ବିଦ୍ୟାଳୟ କମିଟି ସଦସ୍ୟ ଓ ଜନସାଧାରଣ ଉପସ୍ଥିତ ଥିଲେ ।
ରିପୋର୍ଟ:ରାୟଗଡ଼ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ