June 13, 2025
Home » ଜିଲ୍ଲା ସ୍ତରୀୟ ଡ଼ୁମାଳ ମହାସଭା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ଜିଲ୍ଲା ସ୍ତରୀୟ ଡ଼ୁମାଳ ମହାସଭା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

0
WhatsApp Image 2024-09-16 at 1.19.33 PM

ବୌଦ୍ଧ — ବୌଦ୍ଧ ଜିଲ୍ଲା ବାଉଁଶୁଣୀ କେନ୍ଦ୍ର ମାଁ ମାହେଶ୍ୱରୀ ପ୍ରାଙ୍ଗଣରେ ଜିଲ୍ଲା ସଭାପତି ସୀତାଂଶୁ ଶେଖର ମହାକୁଳ ଙ୍କ ଅଧ୍ୟକ୍ଷତାରେ ଡ଼ୁମାଳ ପରିଷଦ ଓଡିଶା ବୌଦ୍ଧ ଜିଲ୍ଲା ଶାଖା ର ଏକ ଜିଲ୍ଲା ସ୍ତରୀୟ ବୈଠକ ଆୟୋଜନ କରାଯାଇଥିଲା I ଏହି ବୈଠକରେ ଜିଲ୍ଲା ଉପସଭାପତି ନବୀନ ମହାକୁଡ଼, ଜିଲ୍ଲା ସମ୍ପାଦକ କାଁହ୍ନୁ ଚରଣ ମେଷ଼ୁଆ, ଜିଲ୍ଲା କୋଷାଧ୍ୟକ୍ଷ ମନୋଜ ମହାକୁଳ, ବାମଣ୍ଡା କେନ୍ଦ୍ର ସମ୍ପାଦକ କୈଳାଶ ଚନ୍ଦ୍ର ବିଶି, ଚମ୍ପାମାଳ କେନ୍ଦ୍ର ସଭାପତି ଅଗସ୍ତି ପ୍ରଧାନ, ସମ୍ପାଦକ ରବୀନ୍ଦ୍ର ପଲିଆ, ମଥୁରା କେନ୍ଦ୍ର ସମ୍ପାଦକ ପଞ୍ଚାନନ ମହାକୁଡ଼, ରାମଗଡ଼ କେନ୍ଦ୍ର ସମ୍ପାଦକ ଲୋକନାଥ କର୍ଣ୍ଣ, ବଡ଼ ଝାରକଟା କେନ୍ଦ୍ର ସଭାପତି ଶିବ ପ୍ରସାଦ ଗାଈଗୌରିଆ, ବାଉଁଶୁଣୀ କେନ୍ଦ୍ର ସଭାପତି ଅଶୋକ ମହାକୁଡ଼, କୋଷାଧ୍ୟକ୍ଷ ଦଶରଥ ପ୍ରଧାନ, ଜ୍ଞାନ ମହାକୁଡ଼, କେନ୍ଦ୍ର କମିଟି ଓ ସଭ୍ୟ ବୃନ୍ଦ, ଗୁନ୍ଦୁଳିଆ ସଭାପତି ସୁରେନ୍ଦ୍ର ଦେହୁରୀ, ସମ୍ପାଦକ ସାନୁର୍ଯ୍ୟ ପ୍ରଧାନ ତବଡ଼ା କେନ୍ଦ୍ର ସଭାପତି ନରୋତ୍ତମ ପ୍ରଧାନ, ଉପସଭାପତି ଚକସ ମହାକୁଡ଼, ଭଳିଆପଦର କେନ୍ଦ୍ର ସଭାପତି ରବି ଚନ୍ଦ୍ର ପ୍ରଧାନ, ବିଳାସପୁର କେନ୍ଦ୍ର ସଭାପତି ବିଦ୍ୟାଧର ମହାକୁଡ଼, ସମ୍ପାଦକ ସତ୍ୟ ନାରାୟଣ ବଘାର, ପ୍ରମୁଖ ଉପସ୍ଥିତ ଥିଲେ I ବୈଠକ ରେ ବିଭିନ୍ନ ପ୍ରସ୍ତାବ ଗୁଡ଼ିକ ଆଲୋଚନା ଓ ସମାଧାନ କରାଯାଇଥିଲା l ପୂର୍ବ ନିର୍ଦ୍ଧାରିତ ଜିଲ୍ଲା ସ୍ତରୀୟ ମହାସଭା ଚାନ୍ଦା ଆଦାୟ ନିମନ୍ତେ ଉପସ୍ଥିତ ସମସ୍ତ କେନ୍ଦ୍ର ସଭାପତି/ସମ୍ପାଦକ ଓ ସଭ୍ୟ ବୃନ୍ଦ ସହ ଆଲୋଚନା କରିବା ପରେ ସମସ୍ତଙ୍କ ସ୍ୱୀକୃତି ରେ ଆସନ୍ତା ସେପ୍ଟେମ୍ବର 30 ତାରିଖ ଭିତରେ ସମସ୍ତ କେନ୍ଦ୍ର ନିଶ୍ଚିତ ଭାବେ ଜିଲ୍ଲା ରେ ଜମା କରିବା ପାଇଁ ଧାର୍ଯ୍ୟ କରାଗଲା l କେନ୍ଦ୍ର ସଭାପତି/ସମ୍ପାଦକ ମାନଙ୍କ ସହ ଯୋଗାଯୋଗ କରି ଚାନ୍ଦା ଦେବାର ଦିନ ଓ ସମୟ ରେ ଯାଇ ସଂଗ୍ରହ କରାଯିବ I
ଉପସ୍ଥିତ ସମସ୍ତ କେନ୍ଦ୍ର ସଭାପତି/ସମ୍ପାଦକ ଓ ସଭ୍ୟ ମାନଙ୍କ ସ୍ୱୀକୃତି କ୍ରମେ ଆସନ୍ତା ଅକ୍ଟୋବର ମାସ 26 ଓ 27 ତାରିଖ ଦୁଇ ଦିନ ବାଉଁଶୁଣୀ କେନ୍ଦ୍ର ମାଁ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ମହାସଭା କରିବା ପାଇଁ ସ୍ଥିର କରାଗଲା Iଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ ଧନ୍ୟବାଦ ଅର୍ପଣ କରି ସଭାପତିଙ୍କ ଦ୍ୱାରା ସଭା ସାଙ୍ଗ କରାଯାଇଥିଲା

lରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ

Leave a Reply

Your email address will not be published. Required fields are marked *