July 5, 2025
Home » ଜିଲ୍ଲା ସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ସପ୍ତାହ ପାଳିତ

ଜିଲ୍ଲା ସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ସପ୍ତାହ ପାଳିତ

0
WhatsApp Image 2024-11-26 at 5.22.49 PM

ସୁବର୍ଣ୍ଣପୁର— ସୁବର୍ଣ୍ଣପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନାଇକେନପାଲି ତାଲିମ ସଭା ଗୃହ ଠାରେ ପୁରୁଷ ବନ୍ଧ୍ୟାକରଣ ସପ୍ତାହ-୨୦୨୪ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧ୍ୟକ୍ଷ ଡାକ୍ତର ରାମଶଙ୍କର ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭା ରେ ଅତିରିକ୍ତ ଜ଼ିଲ୍ଲା ଜନସ୍ୱାସ୍ଥ୍ୟଅଧିକାରୀ (ରୋଗ ନିୟନ୍ତ୍ରଣ ), ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଶ୍ରୀଯୁକ୍ତ ବୃନ୍ଦାବନ ସାହୁ,ଡାକ୍ତର ଶୁଭପ୍ରକାଶ ମିଶ୍ର, ଡାକ୍ତର ମାତାଙ୍ଗିନୀ ମହାନ୍ତ ଏବଂ ବ୍ଲକ କାର୍ଯ୍ୟ ପରିଚାଳକ ପ୍ରିୟ ରଞ୍ଜନ ସାହୁ, ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସମ୍ପ୍ରସlରଣ ଅଧିକାରୀ ଶାନ୍ତନୁ କୁମାର ମେହେର, ଷ୍ଟାଫ ନର୍ସ ସୁନିତା କୁଜୁର, ରିଙ୍କୁ ପଧାନ (BDM), ସୁଶାନ୍ତ ନାଏକ (MRA)ପ୍ରମୁଖ ଯୋଗ ଦେଇ ଆଜିର ଦିବସ ରେ ଆମେ ସମସ୍ତେ ପୁରୁଷ ବନ୍ଧ୍ୟାକରଣ ବିଷୟରେ ଜନସଚେତନା ସୃଷ୍ଟି କରିବା ବିଷୟରେ ଜାଣିବା, ବୁଝିବା ଓ ଅନ୍ୟ ମାନଙ୍କୁ ବୁଝାଇବା ଉପରେ ଗୁରୁତ୍ୱା ରୋପ କରିଥିଲେ l ଉକ୍ତ ସଭାରେ ସମସ୍ତ ଆଶା ଏବଂ ଜନ୍ମକ୍ଷମ ଦମ୍ପତି ମାନେ ଉପସ୍ଥିତ ଥିଲେ l ଶେଷରେ ମୌଖିକ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଉତ୍ତୀର୍ଣ୍ଣ ପ୍ରତିଯୋଗୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା l ବିଗତ ବର୍ଷ ରେ ପୁରୁଷ ବନ୍ଧ୍ୟାକରଣ ପନ୍ଥା ଗ୍ରହଣ କରିଥିବା ତିନି ଜଣ ବ୍ୟକ୍ତି ଙ୍କୁ ସାର୍ଟିଫିକେଟ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା l ଶେଷରେ ଭାରପ୍ରାପ୍ତ ଜନସ୍ୱାସ୍ଥ୍ୟ ସମ୍ପ୍ରସlରଣ ଅଧିକାରୀ ଶାନ୍ତନୁ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *