ଜିଲ୍ଲା ସ୍ତରୀୟ ହାକାଥନ କାର୍ଯ୍ୟକ୍ରମ
ପୁରୀ ବିଶ୍ବମ୍ବର ବିଦ୍ୟାପୀଠ ପରିସରରେ ଜିଲ୍ଲା ସ୍ତରୀୟ ଓଡ଼ିଆ ପ୍ରିମିୟର୍ ହାକାଥନ – ୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ଜିଲ୍ଲାରେ ଅବସ୍ଥିତ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାନଙ୍କରୁ ୯ ଜଣ ବିଜ୍ଞାନ ପ୍ରକଳ୍ପ ଧାରୀ ଅଂଶଗ୍ରହଣ କରିଥିଲେ । ଏହି ସମାରୋହର ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ କିଟ୍ ୟୁନିଭରସିଟି ର ପ୍ରଫେସର ଡଃ ଏସ୍ କେ ସେ ପରାସର ଉପସ୍ଥିତ ରହି ବିଜ୍ଞାନର ବିଭିନ୍ନ ଉପାଦେୟତା ସମ୍ପର୍କରେ ମତପୋଷଣ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ ଓ ସନ୍ଦର୍ଶିତ ପ୍ରକଳ୍ପ ଗୁଡିକର ଭୂୟସୀ ପ୍ରଶଂସା କରିଥିଲେ । ବିଭିନ୍ନ ଉଦାହରଣ ମାଧ୍ୟମରେ ଅଧିକ ରୁ କଧିକ ପ୍ରକଳ୍ପ ପ୍ରସ୍ତୁତ କରିବା ପାଇଁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପଲିଟେକନିକାଲ୍ ମହାବିଦ୍ୟାଳୟ, ପୁରୀ ର ଅଧ୍ୟକ୍ଷ ବିଭୁତି ଭୁଷଣ ନାଏକ,ସାମନ୍ତ ଚନ୍ଦ୍ରଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ବିଟା ମହାନ୍ତି , ଆଇ ଟି ଆଇ ମହାବିଦ୍ୟାଳୟ ପୁରୀ ର ଅଧ୍ୟକ୍ଷ ଚନ୍ଦ୍ରଶେଖର ସୁନ୍ଦରାୟ ଓ ପ୍ରଧାନ ଶିକ୍ଷକ,ବିଶ୍ବମ୍ବର ବିଦ୍ୟାପୀଠ, ପୁରୀ ଶ୍ରୀମତୀ ଶୁଭଶ୍ରୀ ଦାସ ପ୍ରମୁଖ ଯୋଗଦେଇ ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ବକ୍ତବ୍ୟ ଦ୍ବାରା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସମସ୍ତ କାର୍ଯ୍ୟ ସାମଗ୍ରିକ ରୂପେ କାର୍ଯ୍ୟକ୍ରମର ସଭାପତି ତଥା ଜିଲ୍ଲା ଶିକ୍ଷାଧିକାରୀ ପୁରୀ, ଶ୍ରୀଯୁକ୍ତ ଦୀପକ କୁମାର ପାଢ଼ୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମାହିତ ହୋଇଥିଲା । ଏହା ର ଉଦ୍ଜାପନ ଉତ୍ସବରେ ବି ଇ ଓ , ଗୋପ , ସୁଶୀଲ କୁମାର ବ୍ରହ୍ମା ଓ ବି ଇ ଓ , ପୁରୀ ସଦର, ପ୍ରମୋଦ କୁମାର କର ଅତିଥି ରୂପେ ଯୋଗଦେବା ସହ ପ୍ରଦର୍ଶିତ ୯ ଗୋଟି ପ୍ରକଳ୍ପ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ରତନପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ୍ରୀ କଳ୍ପନା ସେଠୀ ଙ୍କୁ ୧୫,୦୦୦ ଟଙ୍କା, ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବାଣୀ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ସୁମିତା ଜେନା ଙ୍କୁ ୧୦,୦୦୦ ଟଙ୍କା ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଅତିବଡ଼ି ଜଗନ୍ନାଥ ଦାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କପିଳେଶ୍ୱର ପୁର ର ଛାତ୍ରୀ ସୋନାଲି ଜେନା ଙ୍କୁ ୫୦୦୦ ଟଙ୍କା ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପାଢ଼ୀ ପୁରସ୍କାର ରୂପେ ପ୍ରଦାନ କରିଥିଲେ । ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ମିଥୁନ ହରିଚନ୍ଦନ ଓ ଶିକ୍ଷକ ତାପସ ପ୍ରିୟଦର୍ଶନ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଶିକ୍ଷୟିତ୍ରୀ ଅଳକାନନ୍ଦା ମଞ୍ଚ ପରିଚାଳନା କରିଥିଲେ ଓ ପ୍ରଧାନ ଶିକ୍ଷକ ଶୁଭଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )