February 26, 2026
Home » ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ- ୨୦୨୬ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ- ୨୦୨୬ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
1000891566

filter: 0; fileterIntensity: 0.0; filterMask: 0; module: photo; hw-remosaic: false; touch: (-1.0, -1.0); modeInfo: ; sceneMode: 8; cct_value: 5125; AI_Scene: (-1, -1); aec_lux: 244.60965; aec_lux_index: 0; hist255: 0.0; hist252~255: 0.0; hist0~15: 0.0; albedo: ; confidence: ; motionLevel: 0; weatherinfo: null; temperature: 34;

ନୟାଗଡ :ନୟାଗଡ଼ ଜିଲ୍ଲା ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ୨୦୨୬ ପାଳନ ଉପଲକ୍ଷେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକର ନିଷ୍ପତି ପ୍ରକାରେ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ଯ ପିଟିଏସ ପଡ଼ିଆରେ ସାଧାରଣତନ୍ତ୍ର ଦିବସ ପାଳିତ ହେବା ସଙ୍ଗେ ସଙ୍ଗେ ଅନ୍ୟ କାର୍ଯ୍ୟକ୍ରମ ଯଥା -।ସାଧାରଣତନ୍ତ୍ର ଦିବସ ଦିନ ସକାଳ ୭ଟା୧୫ରେ, ସମସ୍ତ ଶିକ୍ଷାନୁଷ୍ଠାନ, ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଜାତୀୟ ପତାକା ଉତୋଳନ ସକାଳ ୭. ୩୦ କରାଯିବ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ପ୍ରଭାତରେ ଡ଼ାକଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯିଵ। ପ୍ୟାରେଡ ପୂର୍ବରୁ ଅତିଥି ମାନଙ୍କ ଦ୍ଵାରା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବ। ପ୍ୟାରେଡରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ, ଅଭିବାଦନ ଗ୍ରହଣ ଓ ଅଭିଭାଷଣ ପରେ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ସହିତ ଦେଶାତ୍ମବୋଧ ନୃତ୍ୟ ପ୍ରଦର୍ଶିତ ହେବ ।ବିଭିନ୍ନ ପ୍ରତିଯୋଗିତାରେ ଓ ପ୍ୟାରେଡରେ ଅଂଶ ଗ୍ରହଣ କରି ବିଚାରକ ମଣ୍ଡଳୀ ଦ୍ୱାରା କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରୋସ୍କୃତ କରାଯିବା ସହିତ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ।

ନୂତନ କରି ନୂତନ ଜିଲ୍ଲାପାଳ ମଧୁମିତା ରଥଙ୍କ ଦୂରଦର୍ଶୀ ମହତ ଚିନ୍ତାଧାରା ପ୍ରକାରେ ପ୍ରଜ୍ଞାପନ ମେଢ଼ ଗୁଡ଼ିକ ସଚେତନତା ପାଇଁ ପ୍ୟାରେଡ ଉତ୍ସବ ପରେ ସହର ପରିକ୍ରମା କରିବ । ତତ୍ ସହିତ ଆରକ୍ଷୀ ଅଧୀକ୍ଷକ ଏସ ସୁଶ୍ରୀଙ୍କ ପ୍ରସ୍ତାବ ପ୍ରକାରେ ନୂତନ କରି ପ୍ରଜ୍ଞାପନ ମେଢ଼ ସହିତ ଆରକ୍ଷୀ ବାହିନୀର ବେଣ୍ଡପାର୍ଟି ମଧ୍ୟ ସହର ପରିକ୍ରମା କରିବ । ଆରିକ୍ଷୀ ଅଧୀକ୍ଷକ ଏସ ସୁଶ୍ରୀଙ୍କ ପ୍ରସ୍ତାବ ପ୍ରକାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରେଷ୍ଠ ଆରକ୍ଷୀ ବାହିନୀର କୃତ୍ତିତ୍ଵ ହାସଲ କରିଥିବା ଆରକ୍ଷୀଙ୍କୁ ସାଧାରଣତନ୍ତ୍ର ଦିବସରେ ସମ୍ବର୍ଦ୍ଧିତ କରାଯିବ। ପ୍ରତି ବର୍ଷ ଭଳି ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ଦାଇତ୍ୱ ରୋଟାରୀୟାନ ଶ୍ରୀକାନ୍ତ ଖଟେଇଙ୍କୁ ଓ ପ୍ୟାରେଡରେ ଅଂଶ ଗ୍ରହଣ କରିଥିବା ଛାତ୍ର/ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ଦାଇତ୍ୱ ବସ ଆସୋସିଏସନ୍ ନେଇଥିଲେ ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ,ରକ୍ତଦାନ କାର୍ଯ୍ୟ ଓ ଜିଲ୍ଲା କାରାଗାରର କଏଦୀମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରଖାଯାଇଛି ।ସାଧାରଣତନ୍ତ୍ର ଦିବସ କିପରି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହେବ ତାହାର ଦାଇତ୍ୱ ଆରକ୍ଷୀ ବାହିନୀ ନେଇଥିବା ବେଳେ, ଅନ୍ୟ ସମସ୍ତ କାର୍ଯ୍ୟର ଦାଇତ୍ୱ ବିଭାଗୀୟ ଅଧିକାରୀ ମାନଙ୍କୁ ଦିଆଯାଇଥିଲା ।ଆଜିର ଏହି ବୈଠକରେ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ,ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚକିତ୍ସାଧିକାରୀ ପୁଷ୍ପା ନିଳୀମା ଲାକ୍ରା ଓ ଉପଜିଲ୍ଲାପାଳ କର୍ଣ୍ଣଦେଵ ସମାଦାର ଉପସ୍ଥିତ ଥିଲେ ।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରସ୍ତୁତି ବୈଠକକୁ ପରିଚାଳନା କରିଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *