August 21, 2026
Home » ବାଲ୍ୟ ବିବାହ ମୁକ୍ତ ସଚେତନତା କାର୍ଯ୍ୟକ୍ରମ କଞ୍ଚନବିଲି ଗ୍ରାମରେ ଅନୁଷ୍ଠିତ

ବାଲ୍ୟ ବିବାହ ମୁକ୍ତ ସଚେତନତା କାର୍ଯ୍ୟକ୍ରମ କଞ୍ଚନବିଲି ଗ୍ରାମରେ ଅନୁଷ୍ଠିତ

0
unnamed
ନୟାଗଡ଼: ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତର କଞ୍ଚନବିଲି ଗ୍ରାମ ବାଲୁଙ୍କେଶ୍ୱର ଶୈବ ମନ୍ଦିର ପ୍ରାଙ୍ଗଣରେ ବାଲ୍ୟବିବାହ ବିରୋଧରେ ବାଲ୍ୟବିବାହ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନବାଡ଼ି କର୍ମୀ ବିଷ୍ଣୁପ୍ରିୟା ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁପରଭାଇଜର ଜ୍ୟୋତିର୍ମୟୀ ସାହୁ ଯୋଗଦେଇ ବାଲ୍ୟବିବାହର କାରଣ, ନିରାକରଣ ଏବଂ ଏହାର କୁପରିଣତି ଉପରେ କହିବା ସହିତ ବାଲ୍ୟବିବାହ ଏକ ସାମାଜିକ ଅପରାଧ ଓ ଆଇନ ବିରୋଧ କାର୍ଯ୍ୟ,ଯାହା ଝିଅମାନଙ୍କର ଶିକ୍ଷା, ସୁରକ୍ଷା ଓ ବିକାଶକୁ ବାଧା ଦେଉଛି ଏବଂ ସେମାନଙ୍କ ସ୍ବପ୍ନ ପୂରଣରେ ବାଧା ସୃଷ୍ଟି କରୁଛି ବୋଲି  ସଚେତନତା କରିଥିଲେ ।ଏହି ପରିପ୍ରେକ୍ଷୀରେ ବାଲ୍ୟବିବାହକୁ ବିରୋଧ କରିବା ପାଇଁ ଉପସ୍ଥିତ ଜନତାଙ୍କୁ ସଂକଳ୍ପ କରାଇଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଦୁତିବାମନ ବେହେରା, ଅଙ୍ଗନବାଡ଼ି ଯାଞ୍ଚ କମିଟି ସଭାପତି ଯୋଗେନ୍ଦ୍ର ମହାନ୍ତି,ସିଆରପି ମନୋରମା ସ୍ବାଇଁ, ଓ୍ବାର୍ଡ ସଦସ୍ୟା ସବିତା ନାୟକ, ଅଙ୍ଗନବାଡ଼ି ସହାୟିକା ସବିତା ମୁଦୁଲି ଏବଂ ଏସଚଜି ମହିଳା, ମାତୃକମିଟିର ସଦସ୍ୟା ଓ ଗ୍ରାମର ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।