December 23, 2024
Home » ଜିଲ୍ଳା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

ଜିଲ୍ଳା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

0

ନବରଙ୍ଗପୁର ସ୍ଥାନୀୟ ପୋଲିସ ପଡିଆ ଠାରେ ୧୧/୧୨/୨୦୨୪ ତାରିଖରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ,ନବରଙ୍ଗପୁର ପକ୍ଷରୁ ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଯୋଗ ଦେଇ ମେଳାର ଉଦ୍ଘାଟନ କରିଥିଲେ। ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପି.ଭି. ରମଣ, ଏଡିଏଓ(ପାପଡାହାଣ୍ଡି) ବିଶ୍ୱଜିତ ସାହୁ, ଏଡିଏଓ (ନବରଙ୍ଗପୁର) ଅନୀଲ ପ୍ରହରାଜ, ସହକାରି ଯନ୍ତ୍ରୀ ଗୌରହରି ସାହୁ ମଞ୍ଚାସିନ ଥିଲେ।ସଭାରେ ଯୋଜନା ଅଧିକାରୀ ପ୍ରଣୟ କୁମାର ମନ୍ତ୍ରୀ , ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା, ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି , ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ମହିଳା ଓ ପୁରୁଷ ଚାଷୀଙ୍କୁ ଅନୁମୋଦିତ ମୁଗ ଓ ବୁଟ ବିହନ ବଣ୍ଟନ କରାଯାଇଥିଲା। ୩ ଜଣ ଚାଷୀଙ୍କୁ ରିହାତି ଦରରେ ଟ୍ରାକ୍ଟର ପ୍ରଦାନ କରାଯାଇଥିଲା।

ବିଭିନ୍ନ ଓୟୁଏଟି କଲେଜର ଗୁଣପୁର,ଭବାନୀପାଟଣା, ସୋଆ ଏବଂ ଭୁବନେଶ୍ବର ରୁ ୩୦ ଜଣ ଛାତ୍ର ଛାତ୍ରୀ ଆସି ୩ ମାସ ନବରଙ୍ଗପୁର ଜିଲାର ବିଭିନ୍ନ ଗାଁ ବୁଲି ଚାଷୀ ମାନଙ୍କୁ ଉନ୍ନତ ଚାଷ ପ୍ରଣାଳୀ ସମ୍ପର୍କରେ ବୁଝାଇଥିଲେ ଓ ସେମାନଙ୍କୁ ମୁଖ୍ୟ ଅତିଥି ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ମେଳାରେ ୫୪ଟି ଷ୍ଟଲ ସ୍ଥାପନ କରାଯାଇଥିଲା ସେଥିମଧ୍ୟରୁ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ ଓ ଜଳ ବିଭାଜିକା, ମିଲଟ ମିଶନର ୧୯ଟି ଷ୍ଟଲ ରହିଥିଲା ଏବଂ ୩୬ଟି ବ୍ୟବସାୟିକ କୃଷି ଯନ୍ତ୍ରପାତି , ଟ୍ରାକ୍ଟର ଷ୍ଟଲ ରହିଥିଲା। ଉକ୍ତ ମେଳାରେ ନବରଙ୍ଗପୁର ଜିଲାର ଚାଷୀ ଭାଇ ଭଉଣୀ ଙ୍କ କୃଷି କାର୍ଯ୍ୟ ନିମନ୍ତେ ସମସ୍ତ ପ୍ରକାର କୃଷି ଯନ୍ତ୍ରପାତି ସରକାରୀ ରିହାତି ମୂଲ୍ୟରେ ଯୋଗାଇ ଦିଆଯିବ। ଏଥି ପାଇଁ ଉକ୍ତ ମେଳାରେ କୃଷି ଯନ୍ତ୍ରପାତି ଉତ୍ପାଦନ କାରୀ, ବିତରକ, ଋଣ ପ୍ରଦାନକାରି ସଂସ୍ଥା ଓ ବିଭାଗୀୟ କର୍ମଚାରୀଙ୍କ ସମନ୍ଵୟରେ ଚାଷୀ ମାନଙ୍କୁ ଯନ୍ତ୍ରପାତିର ଆବଶ୍ୟକତା ଓ ଵ୍ୟଵହାର, ରକ୍ଷଣା ବେକ୍ଷଣ, ସରକାରୀ ରିହାତି ସମ୍ପର୍କରେ ତାଲିମ ଦେଇ ସଚେତନ କରାଯିବ। ଏହି ଅବସରରେ କୃଷି ଯନ୍ତ୍ରପାତି ର ବ୍ୟବହାର ଓ ରିହାତି ଉପରେ ଏକ ସଚେତନତା ଶୋଭାଯାତ୍ରା ଚାଉଁରିଆଗୁଡା ଠାରୁ ପୋଲିସ ପଡିଆ ପର୍ଯ୍ୟନ୍ତ ଅନେକ ସୁସଜ୍ଜିତ ଟ୍ରାକ୍ଟର ଓ ଚାଷୀ ଭାଇ ଭଉଣୀ ଙ୍କ ଗ୍ରହଣରେ ଅନୁଷ୍ଠିତ ହୋଇଥିଲା।

ରିପୋର୍ଟ: ନବରଙ୍ଗପୁର ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *