ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ପଖାଳ ଦିବସ
ଆଠଗଡ: ଆଠଗଡ ଉପଖଣ୍ଡ ସାମ୍ବାଦିକ ସଂଘ ଆନୁକୂଲ୍ୟରେ ବିଶ୍ୱ ପଖାଳ ଦିବସ ପାଳନ ହୋଇଯାଇଛି । ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ସଂଘର ସଭାପତି ସର୍ବେଶ୍ୱର ପଣ୍ଡାଙ୍କ ସଂଯୋଜନାରେ ପଖାଳ ଦିବସର ମହତ୍ଵ ଓ ବିଶେଷତ୍ବ ଉପରେ ଚର୍ଚ୍ଚା ହୋଇଥିଲା । ଏଥିରେ ଯୋଗଦେଇ ସମ୍ପାଦକ ନୀଳକଣ୍ଠ ଦୋରା, ବରିଷ୍ଠ ସାମ୍ବାଦିକ ସନାତନ ରାୟ, ସତ୍ଯ ପ୍ରସାଦ ରଥ, ସୁଧି ରଞ୍ଜନ ଦାଶ, ଯଶୋବନ୍ତ ବାରିକ, ବିଶ୍ୱଜିତ ରାଉତ, ମନୋରଞ୍ଜନ ମହାନ୍ତି, ପ୍ରକାଶ ସାହୁ, ସନ୍ତୋଷ ବାରିକ, ବ୍ରହ୍ମାନନ୍ଦ ଲେଙ୍କା, ଉପେନ୍ଦ୍ର ବାରିକ, ନୃସିଂହ ରାଉତ ପ୍ରମୁଖ ଓଡିଆ ଜାତିର ଅନ୍ଯତମ ପରିଚୟ ହେଉଛି ଏହି ଲୋକଖାଦ୍ୟ ପଖାଳ ବୋଲି ମତବ୍ୟକ୍ତ କରିଥିଲେ । ଓଡିଆଙ୍କ ପ୍ରିୟ ଖାଦ୍ଯ ଆଜି ବିଶ୍ବ ଦରବାରରେ ପହଞ୍ଚି ପାରିଥିବାରୁ ଏହା ଆମ ପାଇଁ ଗୌରବର ବିଷୟ । ଓଡିଆ ଜନଜୀବନରେ କାଇଁ କେଉଁ ଆବହମାନ କାଳରୁ ପଖାଳ ଏକ ସ୍ଵାସ୍ଥ୍ଯକର ତଥା ପୃଷ୍ଟିକର ଖାଦ୍ଯ ଭାବେ ବିବେଚନା ହୋଇଆସିଛି। ଗରିବ, ଖଟିଖିଆ ମୂଲିଆ ଠାରୁ ଆରମ୍ଭ କରି ମଧ୍ୟବିତ୍ତ ଓ ଧନିକ ବର୍ଗର ପ୍ରତ୍ୟେକ ଓଡିଆଙ୍କର ପଖାଳ ହେଉଛି ଅତି ପ୍ରିୟ ଖାଦ୍ଯ। ଏପରିକି ଓଡିଶାର ମଉଡମଣି ଆରାଧ୍ଯ ଦେବତା ଜଗତରନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମହାଲକ୍ଷ୍ମୀଙ୍କର ମଧ୍ଯ ପଖାଳ ଭୋଗ ଅତି ପ୍ରିୟ ବୋଲି ଉପସ୍ଥିତ ସାମ୍ବାଦିକ ମାନେ ପ୍ରକାଶ କରିଥିଲେ । ଏଥିରେ ଯୋଗ ଦେଇଥିବା ୨୦ଜଣରୁ ଉର୍ଦ୍ଧ୍ବ ସାମ୍ବାଦିକ ଦହି ପଖାଳ ସହିତ ଅନ୍ଯାନ୍ଯ ବହୁ ପ୍ରକାରର ବ୍ୟଞ୍ଜନ ଖାଇଥିଲେ । ଅବିନାଶ ଦାସ, ମିଲୁ ମିଶ୍ର ଓ ଅନ୍ଯମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ
