June 5, 2026
Home » ଜୁନ ୨୧ ଯୋଗ ଦିବସ ପାଳନ ପାଇଁ ଯୋଗ ପ୍ରୋଟୋକଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଜୁନ ୨୧ ଯୋଗ ଦିବସ ପାଳନ ପାଇଁ ଯୋଗ ପ୍ରୋଟୋକଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
WhatsApp Image 2026-06-05 at 4.36.03 PM

ସୁବର୍ଣ୍ଣପୁର ଜିଲ୍ଲା ପତଞ୍ଜଳି ପରିବାର ଓ ଜିଲ୍ଲା ଯୋଗ ଆୟୋଗ ପକ୍ଷରୁ ଆଜି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଯୋଗ ଅନୁଷ୍ଠାନ କୁ ନେଇ ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ଯୋଗ ପ୍ରୋଟୋକଲ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଭାରତ ସ୍ୱାଭିମାନ ପ୍ରଭାରୀ ମନୋଜ ପଣ୍ଡା ଙ୍କ ତତ୍ୱାବଧାନ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ଯୋଗ ସାଧକ ସାଧିକା ଙ୍କ ମହତ ପ୍ରୟାସ କୁ ପ୍ରଶଂସା କରି “ଯୋଗ ହେଉଛି ସକାରାତ୍ମକ ଅନୁଭବ ତାକୁ ନିଜ ସହିତ ଯୋଡିବାକୁ ପରାମର୍ଶ ଦେଇଥିଲେ l ଆତ୍ମା ସହିତ ପରମାତ୍ମା ଯୋଡିବା ମୁଁ ଦେଖିନି କିନ୍ତୁ ଆତ୍ମା, ମନ, ଓ ହୃଦୟ କୁ ଯୋଡିବା ହିଁ ଯୋଗ ବୋଲି କହିଥିଲେ l ଆତ୍ମା ର ଆଶ୍ରୟ ସ୍ଥଳୀ ହେଉଛି ଦେହ, ସେଥିପାଇଁ ଦେହ କୁ ଛାଡି କୌଣସି କାର୍ଯ୍ଯ ରେ ଆମେ ସଫଳ ହୋଇ ପାରିବା ନାହିଁ l ଆଉ ସବୁ ରୋଗ ର ମୂଳ ହେଉଛି ଆମ ମସ୍ତିଷ୍କ ଯଦି ମାନସିକ ସ୍ତରରେ ଆମେ ଷ୍ଟ୍ରଙ୍ଗ ଅଛୁ ତାହେଲେ ଆମେ ସବୁ ରୋଗ ରୁ ମୁକ୍ତି ପାଇବା ବୋଲି ଜିଲ୍ଲାପାଳ ଡ଼. ସାହୁ ଯୋଗୀ ଓ ପ୍ରଶିକ୍ଷକ ମାନଙ୍କୁ ଆଜି ପରାମର୍ଶ ଦେଇଥିଲେ l ଚଳିତ ବର୍ଷ ଦ୍ୱାଦଶ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି l ଯାହା ୨୧ ଜୁନ୍ ୨୦୨୬ ରେ” ଯୋଗ, ସୁସ୍ଥତା, ଜ୍ଞାନ ଏବଂ ବିଶ୍ୱ ଶାନ୍ତି “ବିଷୟବସ୍ତୁ ଅଧୀନରେ ପାଳନ କରାଯିବ l

ଥିମ୍ ” ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ ” ପ୍ରତିଫଳିତ କରେ ଯେ ଯୋଗ କେବଳ ଏକ ଶାରୀରିକ ଅଭ୍ୟାସ ନୁହେଁ, ବରଂ ସାମଗ୍ରିକ କଲ୍ୟାଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ ବୋଲି ଯୋଗୀ ମାନେ ନିଜର ମତାମତ ପ୍ରଦାନ କରିଥିଲେ। ସେହିପରି ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ଦୁର୍ଗାଦତ୍ତ ଦାଶ ଯୋଗ ର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ର ଯୋଗ କୁ ଲୋକାଭିମୁଖୀ କରିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସବୁବେଳେ କାର୍ଯ୍ୟରତ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ୩ ଜଣ ଉଦୟମାନ ପ୍ରତିଭା ସୋନପୁର କଲେଜ୍ ଏନ୍ ସି ସି କ୍ୟାପଟେନ ଆଶିଷ ଅଗ୍ରୱାଲ, ଓଡିଶା ପ୍ରଶାସନିକ ସେବା ର ଅଷ୍ଟମ ସ୍ଥାନ ରେ କୃତିତ୍ବ ଅର୍ଜନ କରିଥିବା ଯୋଗ ସମିତି ର ସାନନ୍ଦ ବାରିକ ଙ୍କ ପୁଅ ନୀତେଶ ବାରିକ ଓ ସୋନପୁର ଝଡ଼ବାତ୍ୟା ରେ ଉତ୍ସର୍ଗୀକୃତ ସେବା ପ୍ରଦାନ କରିଥିବା କର୍ମ ଯୋଗୀ ଗୋବିନ୍ଦ ମହାରଣା ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା l ରାଜ୍ୟ ମହିଳା ପ୍ରଭାରୀ ଜେ.ଗିରିଜା ଦେବୀ ଯୋଗ ସାଧକ ସାଧିକା ଙ୍କୁ ଯୋଗ ପ୍ରାଣାୟାମ ଓ ଧ୍ୟାନ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। ଜିଲ୍ଲାରେ ଯୋଗର ବିକାଶ ସକାଶେ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଓ ଜିଲ୍ଲାର ଅନ୍ୟ ଯୋଗ ସାଧକ ଙ୍କ ଦସ୍ତଖତ ରେ ଏକ ଦାବି ପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ। ଜିଲ୍ଲାର ଓଁ ଯୋଗ ସମିତି ବାଇଗଣଜୁରି ର ଡ଼ଃ. ପ୍ରତିମା ରଥ, ଦିବ୍ୟ ଶକ୍ତି ଯୋଗ ସମିତି ସଂଯୋଜିକା ଅନିତା ମେହେର, ଦିବ୍ୟ ଉର୍ଜା ଯୋଗ ସମିତି ର ସଭାପତି ଗୋପାଳ ନେଗୀ, ସମ୍ପାଦକ ଶ୍ରୀବନ୍ତ ମିଶ୍ର, ଦେବ ରଞ୍ଜନ ତ୍ରିପାଠୀ, ଅର୍ଚ୍ଚନା ମିଶ୍ର, ରୁକ୍ମିଣୀ ମେହେର ଓ ଉମାକାନ୍ତ ମେହେର, ପର୍ଶୁରାମ ବଡ଼ମାଳୀ, ଯୋଗ ଶିକ୍ଷକ ବିଶ୍ୱଜିତ ଚାନ୍ଦ, ଡାକ୍ତର ଖେତୀ,ଅଚ୍ୟୁତାନନ୍ଦ ପୁରୋହିତ, ନିହାରିକା ସାହୁ, ଭଗବତୀ ପାଣିଗ୍ରାହୀ ପ୍ରମୁଖ ଯୋଗ ଶିବିର କୁ ସହଯୋଗ କରିଥିଲେ। ଆଜିର ଏହି ପ୍ରଶିକ୍ଷଣ ଶିବିର ରେ ଅନେକ ବୁଦ୍ଧିଜୀବୀ ଓ ସାମ୍ୱାଦିକ ଯୋଗ ଦେଇ ଥିଲେ l ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *