December 10, 2024
Home » ଜୟପୁର ପୌରାଞ୍ଚଳସ୍ତରୀୟ ପରବ ୨୦୨୪ ଉଦ୍‌ଯାପିତ

ଜୟପୁର ପୌରାଞ୍ଚଳସ୍ତରୀୟ ପରବ ୨୦୨୪ ଉଦ୍‌ଯାପିତ

0

କୋରାପୁଟ ଜିଲ୍ଲା ଜୟପୁର ପୌରାଞ୍ଚଳସ୍ତରୀୟ ପରବ ୨୦୨୪ ଉପଜିଲ୍ଲାପାଳ ଆକାରରମ ମନ୍ୟ ରେଡିଙ୍କ ଅଧ୍ୟକ୍ଷତାରେ ଦଶହରା ପଡ଼ିଆରେ ଧୂମଧରେ ଉଦ୍‌ଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଉଦ୍‌ଯାପନ ସମାରୋହ ମୁଖ୍ୟଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବନ୍ଦିନୀପତିଙ୍କ ସହ ଜିଲ୍ଲାପାଳ ଭି. କାତି ଭାମନ, ପୌରାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଏଲ ରାଉତ, ମୁଖ୍ୟ ଉନ୍ନୟନ ଅଧିକାର ଦେବାଶିଷ ପଟ୍ଟନାୟକ, ଏସଡିପିଓ ଅଦ୍ଭୁତ ବର୍ମା, ବିଡିଓ ଶକ୍ତି ମହାପାତ୍ର, ପୌର ଉପାଧ୍ୟକ୍ଷ ବି. ସୁନିତା,ଅତିରିକୁ ପୌର କାର୍ଯ୍ୟନିର୍ବାହୀ ଅଧିକାର ମଞ୍ଚାସୀନ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଯୋଗଦେଇ ନିଜ ବକ୍ତବ୍ୟରେ କୋରାପୁଟିଆ ଭାଷାକୁ ସରକାରୀ ମାନ୍ୟତା ଦାବି କରିଥିଲେ । ସେହିପରି ଜିଲ୍ଲାପାଳ ପରବ ମାଧ୍ୟମରେ ଆଦିବାସୀ କଳା, ସଂସ୍କୃତି ତଥା ଲୁକ୍କାୟିତ ପ୍ରତିଭା ଲୋକ ଲୋଚନକୁ ଆସିପାରୁଛି ବୋଲି କହିଥିଲେ ।

ଉଦ୍‌ଯାପନ ସମାରୋହ ଜୟପୁର ଆଖପାଖ ଅଂଚଳର ବହୁସଂଖ୍ୟାରେ ଜନଗହଳି ସମାବେଶ ହୋଇ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ଜୟପୁର ପୌରାଞ୍ଚଳସ୍ତରୀୟ ପରବ ୨୦୨୪ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ମଞ୍ଚାସିନ ଥିବା ଅତିଥିଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ। ପୌରାଞ୍ଚଳସ୍ତରୀୟ ପରବ ମଞ୍ଚ ସଞ୍ଜୟ ବେହେରା ଓ ସନ୍ତୋଷୀ ଅଚାରୀ ପରିଚାଳନା କରିଥିଲେ ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *