June 14, 2025
Home » *ଟ୍ରାକ୍ଟର ଓ କୃଷି ଯନ୍ତ୍ରପାତି ଚାଳନା ଓ ରକ୍ଷଣା ବେକ୍ଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

*ଟ୍ରାକ୍ଟର ଓ କୃଷି ଯନ୍ତ୍ରପାତି ଚାଳନା ଓ ରକ୍ଷଣା ବେକ୍ଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

0
WhatsApp Image 2024-09-06 at 7.14.03 PM

 

ତିର୍ତୋଲ ୬/୯ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଟ୍ରାକଟର ଓ କୃଷି ଯନ୍ତ୍ରପାତି ପରିଚାଳନା ଓ ରକ୍ଷଣା ବେକ୍ଷଣ ସମ୍ବନ୍ଧୀୟ ଏକ ପାଞ୍ଚଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାଯ୍ୟକ୍ରମଟିକୁ କୃଷି ବିଜ୍ଞାନ କେନ୍ଦ୍ରର କୃଷି ଯନ୍ତ୍ରପାତି ବୈଜ୍ଞାନିକ ଡ଼. ଦ୍ୱାରିକା ମୋହନ ଦାସ ପରିଚାଳନା କରିଥିଲେ I ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୩୦ ଜଣ ଚାଷୀଭାଇ ଓ ୫ ଜଣ କୃଷିଜିବି ମହିଳା ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ,
ଚାଷୀ ଭାଇ ଓ ଭଉଣୀ ମାନେ ବିଭିନ୍ନ ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର, ଉପକାରିତା, ମୂଲ୍ୟ, ରିହାତି ଓ ଯନ୍ତ୍ରପାତି ଚଳନା ସମୟରେ ନିଆଯାଉଥିବା ସାବଧାନତା ଆଦି ବିଷୟରେ ଜାଣିବା ସହ, ବିଭିନ୍ନ ଯନ୍ତ୍ରପାତି ଯଥା କୋଡା ଯନ୍ତ୍ର, ମାଟି ଖୋଳl ଆଗର, ଡାଲି କଳ ଇତ୍ୟାଦି ଚଲେଇଥିଲେ I ଏଥିସହିତ ଯୁବ ଚାଷୀ ଓ ମହିଳା ଚାଷୀ ମାନଙ୍କୁ ସୁରକ୍ଷିତ ଭାବେ ଟ୍ରାକ୍ଟର ଚଳାଇବା ଓ ରକ୍ଷଣା ବେକ୍ଷଣ ବିଷୟରେ ସଚେତନତା ପ୍ରଦାନ କରାଯାଇଥିଲା I
ତାଲିମ କାର୍ଯ୍ୟକ୍ରମର ଡ୍ରୋନ୍ ଉଡାଣ କରାଯାଇ ଧାନରେ ତୃଣକ ନାଶକ କିପରି ପ୍ରୟୋଗ କରାଯାଇ ପାରିବ ସିଖ୍ୟ ଦିଆ ଯାଇ ଥିଲା,ଏହି କାଯ୍ୟକ୍ରମରେ ଇଁ ସନ୍ତୋଷ କୁମାର ନାୟକ, ପ୍ରଶାନ୍ତି ଶର୍ମା, ସର୍ବଭାରତୀୟ ତୃଣକ ଗବେଷଣା ପ୍ରକଳ୍ପ, ଓ.ୟୁ.ଏ.ଟି, ପକ୍ଷରୁ କ୍ଷେତ୍ର ବିଜ୍ଞାନୀ ଡ଼. ଏମ୍ ଅବଦୁଲ୍ ଅଲିମ୍ ଯୋଗଦେଇଥିଲେ I ଯନ୍ତ୍ରପାତି କମ୍ପାନୀ ମଧ୍ୟରେ ଜୟ କିସାନ, ରାହାମା ଓ ପ୍ରିମିୟର ଇରିଗେସନ ଯୋଗଦେଇଥିଲେ I ପରିଶେଷରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବିଜ୍ଞାନିକ ଓ ମୁଖ୍ୟ ଡ. ଜୀବନଜିତ ସେନ ମାନପତ୍ର ପ୍ରଦାନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଦେବାଶିଷ ପଣ୍ଡା, ଡ଼. ପ୍ରଦୀପ୍ତ ମାଝୀ, ସସ୍ମିତା ପୁରୋହିତ ଏବଂ ସରିତା ଦାସ ପ୍ରମୁଖ ତାଲିମ କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ,

ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ,

Leave a Reply

Your email address will not be published. Required fields are marked *