August 20, 2026
Home » ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଈଶୀପ୍ଳାଵନୀ ଉତ୍ସବ:

ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଈଶୀପ୍ଳାଵନୀ ଉତ୍ସବ:

0
WhatsApp Image 2024-12-08 at 6.39.58 PM

ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ୧୩୭ ତମ ଜନ୍ମ ମହାମୋହତ୍ସବ, ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଵଡଦା ଙ୍କ ୪୮ ତମ ଯଶିପୁର ଆଗମନୀ ସ୍ମୃତି ମହୋତ୍ସବ ଏବଂ ପୂଜ୍ୟପାଡ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ଙ୍କ ଆଶ୍ରିବାଦପୂତ 3ୟ ବାର୍ଷିକୀ ଯଶିପୁର ଶ୍ରୀ ମନ୍ଦିର ଉଦବୋଧନ ମହୋତ୍ସବ ଉଦ୍ୟେଶ ରେ ଯଶିପୁର ଧୋଵାଡିହା ସ୍ଥିତ ସତସଙ୍ଗ ବିହାର ଠାରେ ଈଶୀପ୍ଳାଵନୀ ଉତ୍ସବ ପାଳନ କରାଯାଇଅଛି । ଏହି ଅବସରରେ ଠାକୁରଙ୍କ ସାହସ୍ରାଧିକ ପୁରୁଷ ଓ ମହିଳା ଭକ୍ତ ଜିଲ୍ଲାର ର କୋଣ ଅନୁକୋଣ ରୁ ଆସି ସତସଙ୍ଗ ବିହାର ରେ ପ୍ରାତଃ ସମୟରେ ଉଷା କିର୍ତନ ତଥା ପ୍ରାତଃ ଵିନତୀ ପ୍ରାର୍ଥନା ପରେ ଯଶିପୁର ବଜାର ପରିକ୍ରମା କରି ନଗର କିର୍ତନ କରିଥିଲେ । ନଗର କିର୍ତନ ପରେ ହଜାର ହଜାର ଭକ୍ତ ଗଣ ଙ୍କ ଉପସ୍ଥିତି ରେ ସତସଙ୍ଗ ଏବଂ ସଦାଲୋଚନା ହୋଇଥିଲା। ସହପ୍ରତିରିତୀକ୍ ଡ଼ଃ ତପନକୁମାର ମାଟିଆ ସତସଙ୍ଗ ସଭା ପରିଚାଳନା କରିଥିଲେ। ଏହି ଅବସର ରେ ପ୍ରାର୍ଥନା ମୃତ୍ୟୁଞ୍ଜୟ ଭୋଳ, ସତ୍ୟାନୁସରଣ ପାଠ ଯୁଧିଷ୍ଠିର ମହାନ୍ତ (ଯାଜକ ),ଭଜନ ଗାନ ସୁନୀଲ କୁମାର ବାରିକ ଏବଂ ଡୋଲୀ ରାଣୀ ଦାସ, କୋରସ ଆଦିତ୍ୟ ନାଥ ଉପାଧ୍ୟାୟ ଏବଂ କୀର୍ତନ ପ୍ରତାପ ଚନ୍ଦ୍ର ପଶୁପାଳକ ପରିବେଷଣ କରିଥିଲେ। ଏଥିରେ ଯୋଗ ଦେଇଥିବା ମୁଖ୍ୟ ଵକ୍ତା ଡ଼ଃ ରମାକାନ୍ତ ମିଶ୍ର ଯାଜନ ମାଧ୍ୟମରେ ସତଶିକ୍ଷା,ସତ ଦୀକ୍ଷା,ଭକ୍ତି ପ୍ରେମ ରେ ବ୍ରତୀ ହେବା ତଥା ଗୁରୁ ଗ୍ରହଣ ର ପ୍ରୟୋଜନୀୟତା ଉପରେ ଆଲୋକପାତ କରି ଭକ୍ତଗଣ ଙ୍କୁ ମାର୍ଗ ଦର୍ଶନ କରାଇଥିଲେ । ତତସହିତ ସେହି ଉତ୍ସବ ରେ ଭୂମିକା ଚକ୍ଷୁ ଚିକିତ୍ସ୍ୟାଳୟ ପକ୍ଷ ରୁ ଚକ୍ଷୁ ଶିବିର ଏବଂ ଅନ୍ୟ ବିଭିନ୍ନ ବିଭାଗ ର ସ୍ୱାସ୍ଥ୍ୟ ଶିଵିର କରାଯାଇ ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯାଇଥିଲା। ଅପରାହ୍ନ ରେ ସତସଙ୍ଗବିହାର ରେ ମାତୃ ସମ୍ମିଳନୀ ଆୟୋଜିତ ହୋଇଥିଲା ।ସହପ୍ରତିରିତୀକ୍ ପରମାନନ୍ଦ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ପ୍ରସାଦ ବଣ୍ଟନ କରାଯାଇଥିଲା। ଯଶିପୁର ସତସଙ୍ଗ ବିହାର ର ଦେବେନ୍ଦ୍ର ନାଥ ମହାନ୍ତ (ସ. ପ୍ର. ରି ), ବେଣୁଧର ମହାନ୍ତ (ସ. ପ୍ର. ରି), ଲମ୍ବୋଧର ମହାନ୍ତ (ସ. ପ୍ର. ରି) ଙ୍କ ସମେତ ଅନ୍ୟାନ୍ୟ ସମସ୍ତ କର୍ମୀ ଓ ସତସଙ୍ଗୀଵୃନ୍ଦ ଉତ୍ସବ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଉତ୍ସବ ରେ ବାରିପଦା, କରଞ୍ଜିଆ, ଉଦଳା, ରାଇରଙ୍ଗପୁର, କେନ୍ଦୁଝର, ଟାଟା , ବାଙ୍ଗିରିପୋଷି, ବିଶୋଇ, ସଢ଼େଇକଳା, ଖରାସୁଆଁ, ବହଳଦା, ଗୋରୁମହିଷାଣୀ,ଡାଳିମା ଆଦି ସ୍ଥାନ ରୁ ତିନି ହଜାର ରୁ ଉର୍ଦ୍ଧ ଭକ୍ତ ଆସି ଯୋଗ ଦେଇଥିଲେ।

rairangapur ru nigamananda pattanayak

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed