ଡଙ୍ଗରଚିଂଛି ଗ୍ରାମପଞ୍ଚାୟତ ଆଶ୍ରମ ସ୍କୁଲରେ ଶିଶୁ ଦିବସ ପାଳିତ
କୋରାପୁଟ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ ଜୟପୁର କ୍ଲବ ଡଙ୍ଗର ଚିଂଛି ଗ୍ରାମପଞ୍ଚାୟତ ଆଶ୍ରମ ସ୍କୁଲ ଡଙ୍ଗର ଚିଂଛି ଠାରେ ଶିଶୁଦିବସ ଅବସରରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିରରେ ମୁଖ୍ୟ ଅତୀଥି ଭାବରେ ଶ୍ରୀ ସୁମନ ଜେନା ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଯୋଗ ଦେଇ ଶିଶୁ ଦିବସ ଅବସରରେ ଆଶ୍ରମର ଛାତ୍ରଛାତ୍ରୀ ମାନଙ୍କୁ ଶିଶୁ ମାନଙ୍କ ଭବିଷ୍ୟତ କାମନା କରି କହିଥିଲେ ଯେ ଆଜିର ଶିଶୁ କାଲିର ନାଗରିକ ।ସେମାନେ ହେଉଛନ୍ତି ଗୋଟିଏ ଗୋଟିଏ କ୍ଷୁଦ୍ର ଦୀପ ପରି, ଯଦି ଆଗକୁ ଭଲ ପାଠ ପଢିବେ ତାହା ହେଲେ ସେମାନେ ଭବିଷ୍ୟତରେ ବହୁତ ବଡ ଅଫିସର ହୋଇପାରିବେ।
ତେଣୁ ଏହି ଶିଶୁ ଦିବସରେ ସମସ୍ତେ ନିଜକୁ ପ୍ରସ୍ତୁତ କରିବାକୁ ପଡିବ। ଏହି ଶିବିରରେ ଅନ୍ୟତମ ଅତିଥି ଭାବରେ ଯୋଗଦେଇଥିଲେ ସ୍ପେସିଆଲ୍ ପି.ପି ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ପେସିଆଲ୍ କୋର୍ଟ ପୋକ୍ସ ଡଃ.ଜି ଗାୟତ୍ରୀ ଦେବୀ ଯୋଗଦେଇ କୁନିକୁନି ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ଯେ, ଏହି ଶିଶୁ ଦିବସ ପାଳନର ଉଦ୍ଦେଶ୍ୟ ସ୍ବର୍ଗତ୍ବ ପ୍ରଧାନମନ୍ତ୍ରୀ ଜବାହାଲାଲ୍ ନେହୁର ଯେ କି ଶିଶୁମାନଙ୍କର ପ୍ରିୟ ଥିଲେ। ଏବଂ ସେ ଚାଚା ରୂପେ ପରିଚିତ ଥିଲେ। ତାଙ୍କରି ଜନ୍ମଦିବସକୁ ଶିଶୁଦିବସ ଭାବରେ ପାଳନ କରାଯାଏ ।
ତା ସହିତ ଶିଶୁମାନଙ୍କ କର୍ତ୍ତବ୍ୟ, ଏବଂ ଅଧିକାର ବିଷୟରେ ବାର୍ତ୍ତା ପ୍ରଦାନ କରିଥିଲେ। ଏଥିରେ ଆଶ୍ରମ ସ୍କୁଲ ଡଙ୍ଗରଚିଂଛି ର ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ ଲକ୍ଷ୍ମଣ ସାହୁ, ଏବଂ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀୟ ମାନେ ଉପସ୍ଥିତ ଥିଲେ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ