December 2, 2024
Home » ଡବଲ ମର୍ଡର ହତ୍ୟା ମାମଲାରେ ରାୟଗଡ଼ା ଅତିରିକ୍ତ ଜିଲ୍ଲା ଦଣ୍ଡାଧିକାରୀ ଅଭିଯୁକ୍ତକୁ କଲେ ଆଜୀବନ କାରାଦଣ୍ଡରେ ଦଣ୍ଡିତ

ଡବଲ ମର୍ଡର ହତ୍ୟା ମାମଲାରେ ରାୟଗଡ଼ା ଅତିରିକ୍ତ ଜିଲ୍ଲା ଦଣ୍ଡାଧିକାରୀ ଅଭିଯୁକ୍ତକୁ କଲେ ଆଜୀବନ କାରାଦଣ୍ଡରେ ଦଣ୍ଡିତ

0

ରାୟଗଡ଼ା ଅତିରିକ୍ତ ଜିଲ୍ଲା ଜଜ୍ (ଏଡିଜେ) କୋର୍ଟ ଗୁରୁବାର ଦିନ କାସୂପଡୁ ଡବଲ ହତ୍ୟା ମାମଲାରେ ଅଭିଯୁକ୍ତ ଜଣକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ରାୟଗଡ଼ା ଏଡିଜେ ଅଳ୍ପନା ସ୍ୱାଇଁ ପର୍ଯ୍ୟାପ୍ତ ପ୍ରମାଣ ଆଧାରରେ ଅଭିଯୁକ୍ତ ପ୍ରେମାନନ୍ଦ ମନ୍ଦଙ୍ଗୀଙ୍କୁ ୨୮/୧୧/୨୪ ତାରିଖ ଗୁରୁବାର ଦିନ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହ ବିଚାରପତି ଦୋଷୀକୁ ୫୦୦୦/- ଟଙ୍କା ପୁନଶ୍ଚ ଜରିମାନା ମଧ୍ୟ ଦେଇଛନ୍ତି। ଅନାଦୟ ହେଲେ ପୁଣି ତିନି ମାସ ପାଇଁ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ଦଣ୍ଡାଦେଶ ଦିଆଗଲା।
ଉକ୍ତ ଡବଲ ମର୍ଡର ମାମଲାରେ ଲଢ଼ୁଥିବା ଅତିରିକ୍ତ ସରକାରୀ ଓକିଲ ଶ୍ରୀ ପାଟ୍ରାଙ୍କ ଅନୁଯାୟୀ ୧୫/୦୬/୨୦୨୦ ଗ୍ରାମରେ ଦେବୀ ଯାତ୍ରା ସମୟରେ ପୂଜକ ଭାବେ କାମ କରୁଥିବା ଯଦୁମଣି ମାଣ୍ଡାଙ୍ଗିଙ୍କୁ ପ୍ରେମାନନ୍ଦ ମାଣ୍ଡାଙ୍ଗି (୩୪)ଙ୍କ ଝିଅର ଜ୍ଵର ପାଇଁ ଔଷଧ ମାଗିଥିଲା । ତପରେବ ୧୫/୦୬/୨୦୨୦ ତାରିଖରେ ଯଦୁମଣି ମାଣ୍ଡାଙ୍ଗିଙ୍କୁ କାସୂପଡୁ ଗ୍ରାମର ଚର୍ଚ୍ଚ ପାଖରେ ସିତାଫଳ ଗଛ ନିକଟରେ ମୋ ଝିଅକୁ ଗୁଣିଗାରେଡ଼ି କରିଛୁ କହି ଏକ ଧାରୁଆ ଛୁରୀରେ ଯଦୁମଣିଙ୍କ ପେଟ ଓ ପିଠିରେ ଭୂସି ଅଭିଯୁକ୍ତ ପ୍ରେମାନନ୍ଦ ମାଣ୍ଡାଙ୍ଗି ହତ୍ୟା କରିଥିଲା । ତାପରେ ପଣସ ଗଛ ନିକଟରେ ଥିବା ଏକ କୁଡ଼ିଆ ଘର ଭିତରକୁ ଯାଇ ଏକ ଟାଙ୍ଗିଆରେ ପଳିମା ତାଦୀଙ୍ଗୀଙ୍କୁ ହାତ, ପିଠି,ମୁଣ୍ଡରେ ଶକ୍ତ ଚୋଟ ମାରି ହତ୍ୟା କରିଥିଲା , ଫଳସ୍ୱରୁପ ଘଟଣାସ୍ଥଳରେ ପଳିମାଙ୍କ ମୃତ୍ୟୁ ଘଟିଥିଲା । ସେହି ସମୟରେ ଘଟଣାସ୍ଥଳରେ ଥିବା ରୁପାନା ମାଣ୍ଡଙ୍ଗୀ ଏବଂ ଗଜେନ୍ଦ୍ର ମାଣ୍ଡଙ୍ଗୀ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇଥିଲେ। ଉକ୍ତ ଡବଲ ମର୍ଡର ଘଟଣା ସମ୍ପର୍କରେ ରାଇଜିଂ ମାଣ୍ଡଙ୍ଗୀ ସୂଚନା ପାଇବା ପରେ ଗାଁର ଲୋକଙ୍କୁ ଡାକି ପ୍ରେମାନନ୍ଦ ମାଣ୍ଡଙ୍ଗୀ ଉଭୟ ହତ୍ୟା କରିଥିବା ଘଟଣା ସ୍ଥଳକୁ ଯାଇ ଦେଖିବା ପରେ ସେମାନେ ପୋଲିସ ଷ୍ଟେସନରେ ପହଞ୍ଚିଏଫଆଇଆର ଦାଖଲ କରିଥିଲେ। ଏପରି ଏକ ନିର୍ଦ୍ଦୟ ଭାବେ ଉକ୍ତ ଡବଲ ମର୍ଡର ନେଇ କାସୂପଡୁର ଶଙ୍କର ଜିଲାକରା ଶେଷଖାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଶେଷଖାଲ ଥାନା ଉକ୍ତ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମାନନ୍ଦ ମାଣ୍ଡାଙ୍ଗିକୁ ଗିରଫ କରି କୋର୍ଟ ହାଜତକୁ ଚାଲାଣ କରିଥିଲେ । କୋର୍ଟରେ ବିଚାରାଧୀନ ସମୟରେ ୨୮ ଜଣଙ୍କ ସାକ୍ଷ ପ୍ରଦାନ ଓ ଡାକ୍ତରୀ ପରୀକ୍ଷା ରିପୋର୍ଟ ଆଧାରରେ ଆଜି ଗୁରୁବାର ଦିନ ରାୟଗଡ଼ା ଏଡିଜେ ଅଳ୍ପନା ସ୍ୱାଇଁ ଉକ୍ତ ଡବଲ ମର୍ଡର ମାମଲାରେ ଶେଷଖାଲ ଥାନା ଅଧିନସ୍ଥ ବଡ କାସୂପଡୁ ଗ୍ରାମର ଚକ୍ର ମଣ୍ଡଙ୍ଗିଙ୍କ ପୁଅ ଅଭିଯୁକ୍ତ ପ୍ରେମାନନ୍ଦ ମାଣ୍ଡାଙ୍ଗିକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର୍ ଶ୍ରୀ ରାମ ପ୍ରସାଦ ପାତ୍ର କେସ ଲଡ଼ିଥିଲେ ।

ରିପୋର୍ଟ: ରାୟଗଡ଼ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *