ଡ଼ାବୁଗାଁ ପଞ୍ଚାୟତ ସମିତିଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣି ଶିବିର
ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଆଜି ତା୩୦.୯.୨୦୨୪ରିଖ ଦିନ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସି ଡି ଓ ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ଉପ ଜିଲ୍ଲାପାଳ,ନବରଙ୍ଗପୁର ପ୍ରକାଶ ମିଶ୍ର , ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବୀଣା ମାଝୀ ,ବି ଡି ଓ ଡ଼ାବୁ ଗାଁ ଶରତ ମାଝୀ,ଡି ଏସ ଏସ ଓ ସୁଧାଂଶୁ ପାତ୍ର ଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
ଏହି ଜନ ଶୁଣାଣି ଶିବିରରେ ମୋଟ ୩୬ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୮ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୦୮ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ସାମାଜିକ ସୁରକ୍ଷା ବିଭାଗ ତରଫରୁ ୪ଜଣଙ୍କୁ ହୁଇଲ ଚେୟାର, ୧ଜଣଙ୍କୁ ଟ୍ରାଇ ସାଇକଲ ଏବଂ ୮ ଜଣଙ୍କୁ ନୂତନ ଭାବେ ଅନ୍ତର୍ଭୁକ୍ତ ମଧୁବାବୁ ପେନସନ ଯୋଜନା ର ସହାୟତା ପ୍ରଦାନ କରାଗଲା।
ରିପୋର୍ଟ:ନବରଙ୍ଗପୁର ଜିଲ୍ଲା ଈପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକ