May 17, 2025
Home » ଡାଇନାମିକ ଷ୍ଟଡି ପଏଣ୍ଟ ରେ ଗଙ୍ଗାଧର ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ l

ଡାଇନାମିକ ଷ୍ଟଡି ପଏଣ୍ଟ ରେ ଗଙ୍ଗାଧର ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ l

0
WhatsApp Image 2024-09-12 at 4.47.05 PM

 

ସୋନପୁର ରେ ଅବସ୍ଥିତ ଡାଇନାମିକ ଷ୍ଟଡି ପଏଣ୍ଟ ଆନୁକୂଲ୍ୟରେ ସ୍ଵଭାଵ କବି ଗଙ୍ଗାଧର ମେହେର ଙ୍କ ବିରଚିତ ସାହିତ୍ୟ କୃତି ସମ୍ପର୍କ ରେ ଏକ ବର୍ଣ୍ଣ୍lଢ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ପ୍ରାଧ୍ୟାପକ ବିଜୟ କୁମାର ପୁରୋହିତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କବି ଡ. ଆର୍ତ୍ତତ୍ରାଣ ବାବୁ, ସମ୍ମାନିତ ଅତିଥି ଭାବରେ ପ୍ରାଧ୍ୟାପକ ଡ. ସୌରଭ ରଞ୍ଜନ ଖମାରୀ ପ୍ରମୁଖ ଯୋଗଦାନ କରି ଗଙ୍ଗାଧର ଙ୍କ ସ୍ମୃତିଚାରଣ କରିଥିଲେ l ସେହିପରି ଅଧ୍ୟାପକ ଡ. ରାଜେନ୍ଦ୍ର ରଣା, ଅଧ୍ୟାପିକା ଡ. ଇତିଶ୍ରୀ ଦାସ, ଅଧ୍ୟାପକ ମଦନ ସୁନ୍ଦର ଖେତୀ, ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସେଠ, କବି ରଂଜୁ ଅମାତ, ଓ କବୟିତ୍ରୀ ରଂଜିତା ପଣ୍ଡା ପ୍ରମୁଖ ଗଙ୍ଗାଧର ଙ୍କ ଜୀବନ ବୃତ୍ତାନ୍ତ, ଗଙ୍ଗାଧର ସାହିତ୍ୟ ର ବିଭିନ୍ନ ଦିଗ, ମୌଳିକତା ତଥା ପ୍ରାସଙ୍ଗିକତା ସମ୍ପର୍କ ରେ ସାରଗର୍ଭକ ଆଲୋଚନା କରିଥିଲେ l ସଭାର ପ୍ରାରମ୍ଭରେ ଅଧ୍ୟାପକ ଦେବାଶିଷ ପ୍ରଧାନ ସ୍ୱାଗତ ଭାଷଣ ସହ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶ୍ରୀଯୁକ୍ତ ନିତ୍ୟାନନ୍ଦ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଆଲୋଚନା ଚକ୍ରଟିକୁ ସମୀକ୍ଷାତ୍ମକ ଭାବରେ ସଂଯୋଜନା କରିଥିଲେ ଐତିହାସିକ ସୁଦାମ ନାଏକ l ସୁଶ୍ରୀ ସ୍ୱପ୍ନା ବାଘ, ମନୀଷା ସାହୁ, ସ୍ୱାତୀ ସୁନା, ଜିନା ପ୍ରଧାନ, ଝିଲି ମହାକୁଡ଼, ସପ୍ତେଶ୍ୱରୀ ପ୍ରଧାନ, ଗୀତାଞ୍ଜଳି ମେହେର, ରାସେଶ୍ୱରୀ ପଣ୍ଡା, ଅନସୂୟା ପାଢ଼ୀ, ପୁଷ୍ପାଞ୍ଜଳୀ ଦଣ୍ଡୁଆ, ମୋନାଲିସା ମୁଣ୍ଡା, ପୂଜାରାଣୀ ସାହୁ, ସ୍ୱାତୀ ସ୍ଵାଗତିକା ବାରିକ, ସ୍ୱପ୍ନାରାଣୀ କଲତା, ପୂଜାରାଣୀ ମିଶ୍ର ପ୍ରମୁଖ ସ୍ଵଭାଵ କବି ଗଙ୍ଗାଧର ଙ୍କ ରଚିତ ପ୍ରାରମ୍ଭିକ ଓ ଉଦଯାପନୀ ସଂଗୀତ ପରିବେଷଣ କରିଥିଲେ l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *