ଡୁଙ୍ଗୁରିପାଲି ଆମ୍ବେଦକର ସୃତି କମିଟି ପକ୍ଷରୁ ୧୩୫ତମ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ
ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ସ୍ଥିତ ଆରଏମସି ପରିସରରେ ଭାରତୀୟ ସମ୍ବିଧାନ ପ୍ରଣେତା, ଭାରତରତ୍ନ, ବିଶ୍ୱରତ୍ନ, ସାମ୍ୟ ବାଦର ପ୍ରତୀକ ଡ଼. ଭୀମରାଓ ରାମଜୀ ବାବା ସାହେବ ଆମ୍ବେଦକର ଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି l ଆମ୍ବେଦକର ସୃତି କମିଟିର ଉପଦେଷ୍ଟା ଚଉତୁରା ଦୀପ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜର ସଭାପତି ନୀତେଇ ପାଳ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ ଡୁଙ୍ଗୁରିପାଲିର ଅଗ୍ରଣୀ ଅନୁଷ୍ଠାନ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ବିଭୁଦତ୍ତ ବିଶ୍ୱାଳ,ଭୀମଟିକିରା ଆମ୍ବେଦକର ସୃତି କମିଟି ତଥା ଭୀମଟିକିରା ପୂର୍ବତନ ସରପଞ୍ଚ ଜେହେରୁ ବାଗ, ବରିଷ୍ଠ ସାମ୍ବାଦିକ ପବିତ୍ରମୋହନ ପାଣ୍ଡିଆ, ଯୁବ ଆଇନଜୀବି ଲକ୍ଷ୍ମଣ ଭରାସାଗର, ସାମ୍ବାଦିକ ମୁକେଶ କୁମାର ଭୋଇ, ଜିଲ୍ଲା ବାମସେଦ ସଂଯୋଜକ ଖଗେଶ୍ୱର କୁମ୍ଭାର, ଏସସି ମହିଳା ସଭାନେତ୍ରୀ ରେଣୁକା ଦୀପ, ଆମ୍ବେଦକରଙ୍କ ପ୍ରଚାରକ ପ୍ରଭାରୀ ଅନି ଦୀପ ଯୋଗଦେଇଥିଲେ |ସମାଜିକ ସମରସତା ପଶ୍ଚିମପ୍ରାନ୍ତ ସମିତିସଭ୍ୟ ରାଧାବଲ୍ଲଭ ଷଡ଼ଙ୍ଗୀ ମୁଖ୍ୟଵକ୍ତା ଭାବେ ଯୋଗ ଦେଇଥିଲେ l ପ୍ରଥମେ ଅତିଥି ବୃନ୍ଦ ବାବା ସାହେବ ଡ଼. ଆମ୍ବେଦକରଙ୍କ ଫୋଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସଭା କାର୍ଯ୍ୟ ଆମ୍ବେଦକର ସୃତି କମିଟି ସଭାପତି ଦୀନବନ୍ଧୁ ସୁନା କରିଥିଲେ l ଡୁଙ୍ଗୁରିପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ଲ l କାର୍ଯ୍ୟକ୍ରମ ରେ ବକ୍ତବ୍ୟ ରଖି ମୁଖ୍ୟବକ୍ତା ପଶ୍ଚିମ ପ୍ରାନ୍ତ ସମିତିସଭ୍ୟ ଷଡ଼ଙ୍ଗୀ କହିଥିଲେ ଯେ, ଆମ୍ବେଦକର ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ l ତାଙ୍କ ଦର୍ଶନ, ଶିକ୍ଷାରୁ ଆମ ବାସ୍ତବ ଜୀବନରେ କାର୍ଯ୍ୟରେ ଲଗାଇବାକୁ ପ୍ରୟାସ କରିବା ଉଚିତ l ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଦୃଢ ଇଚ୍ଛାଶକ୍ତି ଏବଂ ସାମର୍ଥ୍ୟ ବଳରେ ଯେକୌଣସି ବ୍ୟକ୍ତି ସଫଳତାର ଶୀର୍ଷକୁ ପହଂଚି ପାରିବ l ଆମ୍ବେଦକରଙ୍କ ଜୀବନୀରୁ ଏହା ଆମକୁ ଶିକ୍ଷା ମିଳେ l ଆମ୍ବେଦକରଙ୍କ ବହୁମୂଖୀ ପ୍ରତିଭା ଏବଂ ଘଟଣା ବହୁଳ ଜୀବନୀ, ସମ୍ବିଧାନ ପ୍ରସ୍ତୁତି ବାବା ସାହେବ ଡ଼. ଆମ୍ବେଦକର ଅତୁଲ ଅବଦାନ, ବିଚାର ଧାରା ଓ ବାବା ସାହେବ ଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କ ପ୍ରଦର୍ଶିତ ମାର୍ଗକୁ ଅନୁକରଣ କରିବା ସମସ୍ତେ ସାମାଜିକ ନ୍ୟାୟ ପ୍ରତି ଅଙ୍ଗିକାର ହେବାକୁ ଆହ୍ୱାନ କରିଥିଲେ l କାର୍ଯ୍ୟକ୍ରମ କୁ ସୃତି କମିଟିର ସମ୍ପାଦକ ସୁରେଶ ବାଗ ସଂଯୋଜନା କରିଥିଲେ l ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ କବି ବୀରବର ବିଶ୍ୱାଳ, ସେବା ଫାଉଣ୍ଡେସନ ର ନିତା ପଟେଲ, ଝରଣା ତ୍ରିପାଠୀ, ଶ୍ରଦ୍ଧା ପଟେଲ, କଲିମ ଖାଁ, ଓ ଅନ୍ୟ ମାନଙ୍କ ମଧ୍ୟରେ ମହେଶ୍ୱର ସୁନା କାହ୍ନୁ କୁମ୍ଭାର, କାର୍ତ୍ତିକ ସୁନା, ଇନ୍ଦ୍ରା ସାହୁ,ବିଦ୍ୟା ତାଣ୍ଡି, ପଦ୍ମନାଭ ବାଗ, ପବିତ୍ର ନାଗ,ଅନି ଦୀପ, ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜ କାର୍ଯ୍ୟକାରି ସଭାପତି କୃଷ୍ଣଚନ୍ଦ୍ର ବାଗ, ରାଜୁ ତାଣ୍ଡି ଙ୍କୁ ଅତିଥି ମାନେ ଉପଢ଼ୌକନ, ପ୍ରଶଂସା ପତ୍ର ଦେଇ ସମ୍ୱର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମ ସ୍ଥଳସଭାକୁ ଡୁଙ୍ଗୁରିପାଲି ଥାନା ଅଧିକାରୀ ରୋଜାଲିନ ପଟେଲ ପରିଦର୍ଶନ ଆସିଥିଲେ l ସଭାସ୍ଥଳ କାର୍ଯ୍ୟକ୍ରମରେ ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା l ସୃତି କମିଟିର ସୁରେନ ବାଗ, ଜଗା ସୁନା, ମନୋଜ ସୁନା, ଦୀନବନ୍ଧୁ ନାଗ, ସୁଦାମ ସାହୁ ପ୍ରମୁଖ ବହୁ ସଂଖ୍ୟାରେ ମହିଳା ପୁରୁଷ,ଛାତ୍ରୀ,ଛାତ୍ର ଆମ୍ବେଦକର ପ୍ରେମୀ ଉପସ୍ଥିତ ଥିଲେ l ଶେଷରେ ଉପ ଉପସଭାପତି ମହେଶ୍ୱର ସୁନା ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
