ଡୁଙ୍ଗୁରିପାଲି ଶ୍ରୀ କୁଶଲେଶ୍ୱର ପିଏମଶ୍ରୀ ବିଦ୍ୟାଳୟରେ କ୍ରୀଡା ଉତ୍କର୍ଷ ଶିବିର ଉଦଯାପିତ
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ଅନ୍ତର୍ଗତ ପି ଏମ୍ ଶ୍ରୀ କୁଶଲେଶ୍ୱର୍ ହାଇସ୍କୁଲ ଡୁଙ୍ଗୁରିପାଲି ରେ କ୍ରୀଡା ଉତ୍କର୍ଷ ଶିବିର ଉଦଯାପିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ପଦ୍ମନାଭ କର୍ଣ୍ଣ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ସୁବର୍ଣ୍ଣପୁର ଜିଲ୍ଲା ର ଯୋଗ ଗୁରୁ ମନୋଜ ପଣ୍ଡା ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଯୋଗାସନ ର ଗୁରୁତ୍ୱ ଏବଂ ତାହା କିପରି ଆମ ଶରୀର ଉପରେ ପ୍ରଭାବିତ ହେଇଥାଏ ସେ ବିଷୟରେ ପରାମର୍ଶ ଦେଇ ଯୋଗାସନ ଓ ପ୍ରାଣାୟାମ ତାଲିମ ପ୍ରଦାନ କରିଥିଲେ l ସ୍କୁଲ ର ବରିଷ୍ଠ ଶିକ୍ଷକ ବାବୁଲାଲ ସାହୁ ଓ ଶାରୀରିକ ଶିକ୍ଷକ ଜୟ ନାରାୟଣ ମିଶ୍ର ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ସ୍କୁଲ ର 250 ଜଣ ଛାତ୍ର ଛାତ୍ରୀଙ୍କୁ ଯୋଗାସନ ଓ ପ୍ରାଣାୟାମ ତାଲିମ ଦେଇଥିଲେ l ଶାରୀରିକ ଶିକ୍ଷକ ଚୌଧୁରୀ ବିଭାର ଅତିଥି ମାନଂକର ସ୍ୱାଗତ ଓ ପରିଚୟ ପ୍ରଦାନ କରିବା ସହିତ ସଭା ସଂଯୋଜନା କରିଥିଲେ l ସ୍କୁଲର ଶିକ୍ଷକ ସଞ୍ଜୟ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ l ସ୍କୁଲ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ବୃନ୍ଦ ତଥା ଚକାନୟନ ମେହେର,ଏକାଦଶ ବର୍ଗେଇ, ନନ୍ଦିନୀ ମାହାଣା, ସ୍ନେହଲତା ଖେତୀ,ବସନ୍ତ ଭୁଇ,ଆଦିତ୍ୟ କିଶୋର୍ ପାଢ଼ୀ,ପୁଷ୍ପାଞ୍ଜଳି ନାୟକ,ନିହାରିକା ମିଶ୍ର,ନର୍ମଦା ପାତ୍ର,ସଂଯୁକ୍ତା ଗାଇଗୌରିଆ ,ବାଳମୁକୁନ୍ଦ ସେଠି,ମାନସୀ ରାଣୀ,ସୁଚରିତା ସାହୁ,ଲିନକ୍ଷୀ ଦାସ,ଚମାର୍ ଵାଘ୍ ,ବିର କର୍ଣ୍ଣ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
